ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ରାୟଗଡା ଜିଲା ବିଜୁ ଯୁବ ଛାତ୍ର ଜନତା ଦଳର ଜିଲା ସଭାପତି ବିଷ୍ଣୁ ପଣ୍ଡାଙ୍କୁ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ଉପ ସଭାପତି ଭାବେ ବିଜେଡି ପକ୍ଷରୁ ନିଯୁକ୍ତ ଦିଆଯାଇଛି। ଆଜି ଗୁଣୁପୁର ବିଜୁ ଜନତା ଦଳ ପକ୍ଷରୁ ବିଷ୍ନୁ ପଣ୍ଡା ଙ୍କୁ ବିପୁଳ ମାତ୍ରାରେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ବିଷ୍ନୁ ପଣ୍ଡା ଜଣେ ଦକ୍ଷ ସଙ୍ଗଟକ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ତେଣୁ ସେ ରାଜ୍ଯ ସ୍ତରୀୟ ପଦପଦବୀ ପାଇବାର ସ୍ଵାଗତ ଯୋଗ୍ୟ ବୋଲି ଆଲୋଚନା ହେଉଛି।ଏହି ପଦବୀ ପାଇ ସେ ନିଜକୁ ଧନ୍ୟ ମନେ କରିଥିବା ପ୍ରକାଶ କରିଛନ୍ତି।
ଆଗାମୀ ଦିନରେ ଦଳ ପାଇଁ ଆହୁରି ଅଧିକ କାର୍ଯ୍ୟ ସମ୍ପାଦନ କରିବେ ବୋଲି କହିଛନ୍ତି। ଏହି ସଫଳତା ପାଇଁ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲା ବିଜେଡି ସଭାପତି ସୁଧୀର ଦାଶ, ଗୁଣପୁର ନଗର ସଭାପତି ରାମ ପଣ୍ଡା, ବ୍ଲକ୍ ସଭାପତି ଭାଷା ଶତପଥୀଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା, କର୍ମୀ ଶୁଭେଚ୍ଛା ଜଣାଇଛନ୍ତି ।








