ନବପ୍ରଭାତ ଗୁରୁକୁଳ ଆଶ୍ରମର ସଂସ୍ଥାପକ ସ୍ଵାମୀ ମୁନିଶ୍ଚରାନନ୍ଦ ସରସ୍ଵତୀ (୮୮ ବର୍ଷ)ଙ୍କ ରବିବାର ବ୍ରହ୍ମଲୀନ ଘଟିଛି। ସେ ବାର୍ଦ୍ଧକ୍ୟଜନିତ କାରଣରୁ ଅସୁସ୍ଥ ଥିବା ନିକଟତମ ସହଯୋଗୀଙ୍କ ସୂତ୍ରରୁ ପ୍ରକାଶ। ରବିବାର ରାତି ପ୍ରାୟ ୮ଟା ବେଳେ ତାଙ୍କ ପରଲୋକ ଘଟିଛି।ସ୍ୱାମୀଜୀ ଆମେରିକାର ମୂଳ ଅଧିବାସୀ ଥିଲେ।ସ୍ବାମିଜୀ ପେସାରେ ଜଣେ ଇଂଜିନିୟର ଥିଲେ । ବାଲ୍ୟ ଜୀବନ ପାଶ୍ଚାତ୍ୟ ପରଂପରାରେ କଟାଇଥିଲେ ବି ଅବସର ପରେ ବୈଦିକ ରୀତିକୁ ଆପଣେଇ ସେ ତାଙ୍କର ଦୀର୍ଘ ୨୮ ବର୍ଷକାଳ ଭାରତୀୟ ପରଂପରାରେ ନିଜକୁ ସମର୍ପି ଖୁସିରେ ଥିଲେ । ତାଙ୍କର ବିଶେଷ ଅବଦାନ ହେଲା- ନବପ୍ରଭାତ ଆଶ୍ରମ ନୂଆପାଲି ,ପଦ୍ମପୁର ଜି- ବରଗଡ଼ସେ ଜଣେ ବୈଦିକ ବିଦ୍ୱାନ ସହ ସଂସ୍କୃତ ଭାଷାର ପ୍ରଚାରକ ଥିଲେ। ଏହିଠାରେ ହି ତାଙ୍କର ଅବସର ସମୟ କଟାଇ,ସୁଦକ୍ଷ ନାଗରିକ ,ସଂଯମୀ ଛାତ୍ର ଗଢିବାରେ ରତ ଥିଲେ।ମହର୍ଷି ଦୟାନନ୍ଦ ସରସ୍ଵତୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆର୍ଯ୍ୟ ସମାଜର ସଂରକ୍ଷଣ ଓ ସଂଗଠନ ପାଇଁ କାର୍ଯ୍ୟ କରିଥିଲେ।ଅନାଥ ଓ ବନବାସୀ ଛାତ୍ରଛାତ୍ରୀଙ୍କୁ ବେଦ ଓ ସଂସ୍କୃତ ଭାଷା ପ୍ରତି ଆଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେ ଏହି ଗୁରୁକୁଳ ପ୍ରତିଷ୍ଠା କରିଥିଲେ। ତାଜ୍ଞ ବିୟୋଗରେ ଗୁରୁକୁଳ ଆଶ୍ରମ ଶୋକରଛାୟା ଖେଳିଯାଇଛି l ସ୍ବାମିଜୀଙ୍କର ପ୍ରିୟଶିଷ୍ୟ ତଥା ଅତି ନିକଟତର ସେବାକାରୀ ଗୁରୁକୁଲର ସ୍ନାତକ ଜଗଦୀଶ ଭୋଇ ମୁଖାଗ୍ନୀ ପ୍ରଦାନ କରିଥିଲେ l ସ୍ୱାମୀଜୀ ଙ୍କ ଅନ୍ତିମ ଦର୍ଶନ ରେ ସୁରେଶ୍ବରାନନ୍ଦ ଜୀ ମହାରାଜ,ତାଙ୍କର ପାଳିତ ଝିଅ ରେଶମା( ବାଙ୍ଗାଲୋର),ସୋମଦତ୍ତ ଶାସ୍ତ୍ରୀ,ତେଜରାଜ ଜୀ,ପଣ୍ଡିତ କବିନ୍ଦ୍ର ଜୀ,ପ୍ରେମପ୍ରକାଶ ଜୀ,ପୁରନ୍ଦର ଜୀ,ଆଚାର୍ଯ୍ୟ ସୁରେଶ ଜୀ( କୋଶରଙ୍ଗୀ),ଆଚାର୍ଯ୍ୟ ଅନନ୍ତ ଜୀ ନୃସିଂହନାଥ ଗୁରୁକୁଲ,ନବପ୍ରଭାତ ଗୁରୁକୁଲର ଅଧ୍ୟକ୍ଷ ଭଗବାନ ଦେବଜୀ,ଆଚାର୍ଯ୍ୟ ବୃହସ୍ପତୀ ଜୀ ତଥା ଆଶ୍ରମର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟାଗଣସମସ୍ତ ଅନ୍ତେବାସୀ ,ଅନ୍ତେବାସୀନି ଓ କର୍ମକର୍ତ୍ତା ସମେତ କନସିଂହା, ବରିହାପାଲି, ଜମଳା ଅଞ୍ଚଳ ଓ ପଦ୍ମପୁର ର ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ l
ରାଜ୍ୟ
ସ୍ବାମୀ ମୁନିଶ୍ଚରାନନ୍ଦ ସରସ୍ବତୀଙ୍କ ବ୍ରହ୍ମଲୀନ
- Hits: 446








