ହେଡଲାଇନସ୍:

ଡାବୁଗାଁ ରେ ସାଇବର ସଚେତନ ରଥ କୁ ଭବ୍ୟ ସ୍ଵାଗତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୯/୧୦/୨୩ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ପୁଲିସ ପକ୍ଷରୁ ସାଇବର ସଚେତନ ରଥ କୁ ଭବ୍ୟ ସ୍ଵାଗତ କରାଯାଇଛି। ଡାବୁଗାଁ ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ସାଇବର ସଚେତନ ରଥ କୁ ସ୍ଵାଗତ କରାଯିବା ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଡାବୁଗାଁ ଥାନା ରୁ ମୁଖ୍ୟ ରାସ୍ତା ଦେଇ ଏକ ବିରାଟ ରାଲି କରାଯାଇ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ସାଇବର ସଚେତନ ରଥ କୁ ନିଆ ଯାଇଥିଲା । ସେଠାରେ ସାଇବର ସୁରକ୍ଷା ନେଇ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଏସପି ପ୍ରଶାନ୍ତ କୁମାର ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡାବୁଗାଁ ତହସିଲଦାର କୃଷ୍ଣ ଚନ୍ଦ୍ର ଦାସ , ବିଡିଓ ଶରତ ମାଝୀ, ଏସ ବି ଆଇ ବ୍ୟାଙ୍କ୍ ମେନେଜର ନୀତିଶ ସ୍ୱାଇଁ, ଅତିରିକ୍ତ ବନାଞ୍ଚଳ ଅଧିକାରୀ ସୁକୁମାର ଦୁଖୁ , ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ,ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର ପ୍ରମୁଖ ମଞ୍ଚାଶିନ ଥିଲେ। ସାଇବର ବିଶେଷଜ୍ଞ ଉମାକାନ୍ତ ସାହୁ ସାଇବର ଠକେଇ ର ବିଭିନ୍ନ ଉପାୟ ଓ ତାର ପ୍ରତିକାର ସମ୍ବନ୍ଧରେ କହିଥିଲେ। ଇଣ୍ଟରନେଟ ର ବହୁଳ ପ୍ରସାର ଯୋଗୁ ସାଇବର ଠକ୍ ମାନେ ପ୍ରତିଦିନ ଠକ ପାଇଁ ନୂତନ କୌଶଳ ଅବଲମ୍ବନ କରୁଥିବାରୁ ଏହାକୁ ନିଜେ ସତର୍କ ରହିବା ସହ ସଚେତନ ରହିଲେ ହିଁ ବିପଦ ମୁକ୍ତ ରହି ପାରିବେ ବୋଲି କହିଥିଲେ। ଲୋଭ ଦ୍ଵାରା ହିଁ ଏହି ବିପଦ ରହୁଥିବାରୁ ସାଇବର ଠକ ମାନଙ୍କ ଠାରୁ ବର୍ତ୍ତିବାକୁ ହେଲେ କଠିଣ ପାସ ୱାର୍ଡ ବ୍ୟେବହାର କରିବା, କୌଣସି କାଗଜ କିମ୍ବା ଏ ଟିଏମ ରେ ନିଜର ୟୁଜର ଆଇଡି ଓ ପାସ ୱାର୍ଡ ନ ଲେଖିବା, ବ୍ୟକ୍ତିଗତ ତଥ୍ୟ କିମ୍ବା ଫୋଟ ସେର କରିବା ପୂର୍ବରୁ ଅନୁଧ୍ୟାନ କରିବା, ଟଙ୍କା ଲୋଭ ଦେଖାଉଥିବା ମେଲ କିମ୍ବା ମେସେଜ କୁ ପ୍ରତ୍ୟାଖ୍ୟାନ କରନ୍ତୁ, ପାସ ୱାର୍ଡ କୁ ବାରମ୍ବାର ପରିବର୍ତ୍ତନ କରିବା, ଶିଶୁ ମାନଙ୍କୁ ମୋବାଇଲ ଗେମ୍ ଠାରୁ ଦୂରରେ ରଖିବା, କେ ୱା ସି, ପାନ ଓ ଆଧାର କାର୍ଡ ପାଇଁ ଆସୁଥିବା ମିଥ୍ୟା ଅପଡେଟ ଠାରୁ ଦୂରରେ ରହିବା, ଅନ ଲାଇନ କ୍ରୟ ବିକ୍ରୟ ଠକେଇ ରୁ କିପରି ସତର୍କ ରହିବେ ସେ ନେଇ ବିସ୍ତୃତ ଭାବେ କହିଥିଲେ। କୌଣସି ବ୍ୟକ୍ତି ସାଇବର ଠକାମୀ ର ଶିକାର ହେଲେ ତୁରନ୍ ହେଲ୍ପ ଲାଇନ ନମ୍ବର ୧୯୩୦ କୁ ଏକ ଘଣ୍ଟା ମଧ୍ୟରେ ଫୋନ କରିବାକୁ କହିଥିଲେ । ମୁଖ୍ୟ ଅତିଥି ଅତିରିକ୍ତ ଏସ ପି ଓ ଏସ ବି ଆଇ ବ୍ୟାଙ୍କ୍ ମେନେଜର ନୀତିଶ ସ୍ୱାଇଁ ମଧ୍ୟ ସାଇବର ଠକେଇ ରୁ କିପରି ନିଜକୁ ସୁରକ୍ଷିତ ରଖିବା ସେ ନେଇ କହିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ସାଇବର କ୍ରାଇମ୍ ଉପରେ ବିଭିନ୍ନ ପ୍ରାଣ ପଚରାଯିବା ସହ ସଠିକ୍ ଉତ୍ତର ଦାତା ଙ୍କୁ ପୁରସ୍କୃତ କରାଯାଇଥିଲା। ଏହାପରେ ଡାବୁଗାଁ ଭୈରବ ମହାବିଦ୍ୟାଳୟ ରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନ କାର୍ଯ୍ୟକ୍ରମ ହୋଇଥିବା ବେଳେ ସନ୍ଧ୍ୟାରେ ଡାବୁଗାଁ ନୂତନ ସ୍ମାର୍ଟ ବସ ଷ୍ଟାଣ୍ଡ ପରିସରରେ ପୁଲିସ ପକ୍ଷରୁ ସାଇବର ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଲ ଇ ଡି ଟିଭି ମାଧ୍ୟମରେ ସାଇବର ସଚେତନ କରାଯିବା ସହ ଭୈରବ ମହାବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ନେଇ ସାଇବର ସଚେତନା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଏହି କାର୍ଯ୍ୟକ୍ରମର ବ୍ଲକ ର ବିଭିନ୍ନ ପଞ୍ଚାୟତ ର ସରପଞ୍ଚ,ସମିତି, ବରିଷ୍ଠ ନାଗରିକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଡାବୁଗାଁ ପୁଲିସ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

0
0
0
s2sdefault