ହେଡଲାଇନସ୍:

ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ପ୍ରମୋଦ ଚନ୍ଦ୍ର ପଟ୍ଟନାୟକଙ୍କ ପରଲୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ପ୍ରଫେସର ପ୍ରମୋଦ ଚନ୍ଦ୍ର ପଟ୍ଟନାୟକଙ୍କର ସୋମବାର ପରଲୋକ ହୋଇଯାଇଛି । ଆଇଟିଇଆର୍‌ର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ତଥା ଉପଦେଷ୍ଟା ଭାବେ ଦୀର୍ଘ ୮ ବର୍ଷ ଧରି କାର୍ଯ୍ୟ ତୁଲାଇଥିବା ପ୍ରଫେସର ପଟ୍ଟନାୟକ କିଛି ଦିନ ହେବ ଅସୁସ୍ଥ ଥିଲେ ।
ସୋଆରେ ଯୋଗ ଦେବା ପୂର୍ବରୁ ପ୍ରଫେସର ପଟ୍ଟନାୟକ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି (ଭିଏସ୍‌ଏସ୍‌ୟୁଟି)ରେ ପ୍ରଫେସର ଏବଂ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ବର୍ତମାନର ଓଡ଼ିଶା ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ (ଓୟୁଟିଆର୍‌)ର ଡିନ୍ ଭାବେ କାର୍ଯ୍ୟ ତୁଲାଇଥିଲେ ।
ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା ।
ପୂର୍ବରୁ ତାଙ୍କ ପତ୍ନୀ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ଦୁଇ ପୁଅ ଅଛନ୍ତି ।
ସୋମବାର ସକାଳେ ସେ ଅସୁସ୍ଥ ଅନୁଭବ କରିବା ଯୋଗୁଁ ତାଙ୍କୁ ନିକଟସ୍ଥ ଘରୋଇ ହସ୍ପିଟାଲ୍‌କୁ ନିଆଯାଇଥିଲା ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସୋଆର ପ୍ରଫେସର ଓ ଫ୍ୟାକଲ୍ଟି ମେମ୍ବର୍ସ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ ।

0
0
0
s2sdefault