ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ସାରା ରାଜ୍ୟରେ ସାଇବର୍ ଅପରାଧ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଏହାର ଅତ୍ୟଧିକ ଶୀକାର ହେଉଛନ୍ତି ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ, ଲୋଭରେ ପଡୁଥିବା ଯୁବକ ଯୁବତୀ ।ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ପକ୍ଷରୁ ସାଇବର୍ ସୁରକ୍ଷା ଅଭିଯାନ କରି ସାଇବର୍ ରଥ ସାହାଯ୍ୟରେ ଜନସାଧାରଣଙ୍କୁ ସଚେତନତା କରାଯାଉଛି । ଆଜି ଏହି ରଥ ବେଲଗୁଣ୍ଠା ବ୍ଳକ ଛକଠାରେ ଅପରାହ୍ନ ୧ ଘଟିକା ସମୟରେ ପହଞ୍ଚିବା ପରେ ଏହାକୁ ବିଭିନ୍ନ ଅନୁଷ୍ଠାନ, ସଙ୍ଗଠନ ତଥା ବ୍ୟକ୍ତିବିଶେଷଙ୍କ ଦ୍ବାରା ସ୍ୱାଗତ କରାଯାଇଥିଲା ।ଏହା ବିଭିନ୍ନ ସାହି ପରିକ୍ରମା କରି ଜି.ଟି ହାଇସ୍କୁଲ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିଥିଲା ।ସେଠାରେ ଗଞ୍ଜାମ ପୋଲିସ ଦ୍ୱାରା ଏକ ସଚେତନ ଧର୍ମୀ କ୍ଷୁଦ୍ର ନାଟକ ମଞ୍ଚସ୍ଥ ହୋଇଥିଲା ।ଏହି ନାଟକରେ ଆୟୁଷ୍ମାନ ସରଙ୍ଗୀ,ପୂଜା ସାମଲ, ଶ୍ରଦ୍ଧାଞ୍ଜଳି ପତି, କାହ୍ନୁ ସେଠୀ ଓ ସତ୍ୟରଞ୍ଜନ ବେହେରାଙ୍କ ସହ ପୋଲିସ ଭୂମିକାରେ ଏ.ଏସ୍.ଆଇ ଜ୍ୟୋସ୍ନାରାଣୀ ପ୍ରଧାନ ଅଭିନୟ କରିଥିଲେ । ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ କୁମାର ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଇବର୍ ଅପରାଧ ବୃଦ୍ଧି ନ କରିବାକୁ ହେଲେ କୌଣସି ଅଜଣା କଲ୍ ପାଇଲା ପରେ ଓଟିପି ନ ଦେବା,ଅନ୍ ଲାଇନ୍ ରେ ଲୋଭର ବଶବର୍ତ୍ତୀ ନ ହୋଇ କୌଣସି ପ୍ରକାରର ବ୍ୟକ୍ତିଗତ ତଥ୍ୟ ନ ଦେବା ଏବଂ କୌଣସି ପ୍ରକାରର ତଦନ୍ତ ନ କରି ଅଜଣା ସଂସ୍ଥାରେ ଅର୍ଥ ନ ଲଗାଇବା ସହିତ ଅନ୍ ଲାଇନ୍ ଲଟେରୀ,ଗେମ୍ ଉପରେ ବିଶ୍ୱାସ ନ କରିବା ପାଇଁ ସଚେତନତା କରାଇଥିଲେ । ଆପଣଙ୍କ ଚାରିପାଖରେ ଏ ପରି ଘଟଣା ଘଟିଲେ ତୁରନ୍ତ ଥାନାରେ ଜଣାଇବାକୁ ଗୁରୁତ୍ୱ ଦେଇଥିଲେ । ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଶ୍ୱାମିତ୍ର ହରପାଲ୍, ବେଲଗୁଣ୍ଠା ଥାନାଧିକାରୀ ବନବିହାରୀ ପ୍ରଧାନ,ଏସ୍.ଆଇ ଅଭୟ ପ୍ରଧାନ ମଞ୍ଚାସୀନ ଥିଲେ ।ସାଇବର୍ ଏକ୍ସପର୍ଟ ଅକ୍ଷୟ କୁମାର ଜେନା ସାଇବର ର ବିଭିନ୍ନ ଦିଗ ଉପରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସଚେତନତା କରାଇଥିଲେ । ଏଥିରେ ସାଇବର୍ ଅପରାଧ ଉପରେ ପ୍ରଶ୍ନୋତ୍ତର ପ୍ରତିଯୋଗିତା ହୋଇଥିଲା । ଏଥିରେ ଭାଗ ନେଇ ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସାମ୍ବାଦିକ ମନୋରଞ୍ଜନ ମହାରଣା, କାଉନସିଲର ଦିବ୍ୟ ରଞ୍ଜନ ଦାଶ, ଶିକ୍ଷକ ସୁମନ୍ତ ସେଠୀ,ଅଧ୍ୟାପିକା ଗୀତାଞ୍ଜଳୀ ପ୍ରଧାନଙ୍କ ସହ ବହୁ ଛାତ୍ରଛାତ୍ରୀ ପୁରସ୍କୃତ ହୋଇଥିଲେ ।ଆଜିର ଏହି କାର୍ଯ୍ୟକ୍ରମରେ ବଣିକ ସଂଘ ସଭାପତି ସନ୍ନତ କୁମାର ସୁବୁଦ୍ଧି, କାଉନସିଲର ଭାସ୍କର ପାତ୍ର,ଦିବ୍ୟ ରଞ୍ଜନ ଦାଶ,ଦିଲ୍ଲୀପ ଆଚରି,ପ୍ରଦୀପ ସେଠୀ, ବିଶ୍ୱନାଥ ଦଳାଇ, କାଉନସିଲର ପ୍ରତିନିଧି ରଞ୍ଜିତ କୁମାର ସାମଲ,ଜିତେନ୍ଦ୍ର କୁମାର ସୁବୁଦ୍ଧି, ସନ୍ତୋଷ କୁମାର ସ୍ୱାଇଁ,ବଙ୍କା ସରପଞ୍ଚ ପ୍ରତିନିଧି ଲକ୍ଷ୍ମଣ ପରିଡା, ବ୍ଳକ ଉପାଧ୍ୟକ୍ଷା ପ୍ରତିନିଧି ପ୍ରମୋଦ ପ୍ରଧାନ,ପ୍ରେସ୍ କ୍ଲବ ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ସାମ୍ବାଦିକ ଶିବରାମ ଚୌଧୁରୀ, କୃଷ୍ଣଚନ୍ଦ୍ର ପଟ୍ଟନାୟକ,ପ୍ରଦୀପ କୁମାର ଚୌଧୁରୀ, ତୋଫାନ କୁମାର ସାହୁ, ନାରାୟଣ ପଣ୍ଡା, ସରୋଜ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।ଟିନ୍-ଏଜ୍ ଲଭ୍ କୁ ନେଇ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପରଦା ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା ।କଲେଜ ପଢୁଆ ଛାତ୍ରଛାତ୍ରୀ କିମ୍ୱା ଅଳ୍ପ ବୟସ ପୁଅ ଝିଅ ମାନେ ନିଜ ପିତାମାତାଙ୍କ କଥା ନ ମାନି ଫେସ୍ ବୁକ୍, ଇନ୍-ଷ୍ଟାଗ୍ରାମ୍ ମାଧ୍ୟମରେ ପ୍ରେମ କରି ପରବର୍ତ୍ତୀ ସମୟରେ ହଇରାଣ ହେଉଥିବା ନଜିର୍ ରହିଛି । ତେଣୁ ଏଥିରୁ ନିବୃତ୍ତ ରହିବା ପାଇଁ ସଚେତନ କରାଯାଇଥିଲା ।
ରାଜ୍ୟ
ବେଲଗୁଣ୍ଠାରେ ସାଇବର୍ ସଚେତନତା ରଥକୁ ବ୍ୟାପୁଳ ସ୍ୱାଗତ: ପଥପ୍ରାନ୍ତ ନାଟକ ମାଧ୍ୟମରେ ଅପରାଧ କମେଇବା ପାଇଁ ଉଦ୍ୟମ ।
- Hits: 830








