ବାମରା ଡିଭିଜନ ସ୍ତରୀୟ ବନ୍ୟ ପ୍ରାଣୀ ସପ୍ତାହ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାମରା : ଜଙ୍ଗଲ ଓ ପରିବେଶ ବିଭାଗ ବାମରା ବନ୍ୟ ଖଣ୍ଡ ଶାଖା ପକ୍ଷରୁ ବାମରା ଡିଭିଜନ ସ୍ତରୀୟ ବନ୍ୟ ପ୍ରାଣୀ ସପ୍ତାହ ଡିଭିଜନ ର ସଭା କକ୍ଷରେ ଡି ଏଫ୍ ଓ ଶ୍ରୀ ସମୀର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ବାମରା ବି ଡି ଓ ଶ୍ରୀ ପୁଷ୍ପକ ପଡନ ମୁଖ୍ୟ ଅତିଥି , ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ,ବାମରା ଟି ଏଫ୍ କଲେଜ୍ ଅଧ୍ୟକ୍ଷ ଅଶୋକ ମେହେର,ପ୍ରଧାନ ଶିକ୍ଷକ ରତନ ଲାଲ ସିଂ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଅହିଂସା ମାଧ୍ୟମରେ ବନ୍ୟପ୍ରାଣୀ ଙ୍କ ଭଲ ପାଇବା ଜିଣି ହେବ ବୋଲି ମତପ୍ରକାଶ କରିଥିଲେ ।ଜଙ୍ଗଲ ସୁରକ୍ଷା ଓ ବ୍ୟାପକ ବୃକ୍ଷ ରୋପଣ ମାଧ୍ୟମରେ ପ୍ରକୃତି ର ସଂରକ୍ଷଣ ଓ ଅନ୍ୟପ୍ରଣୀଙ୍କ ପ୍ରତି ନ୍ୟାୟ ଦିଆ ଯାଇପାରିବ ବୋଲି ବକ୍ତା ଗଣ ମତ ପ୍ରକାଶ କରିଥିଲେ । ସମଗ୍ର କାର୍ଯ୍ୟକ୍ରମ କୁ ଏସ ଇ ଏଫ୍ ଜିତେନ୍ଦ୍ର ବେହେରା ପରିଚାଳନା କରିଥିବା ବେଳେ ଅନ୍ୟତମ ଏ ସି ଏଫ୍ ଅଶୋକ ମେହେର ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏଥିରେ ବାମରା, କୁଚିଣ୍ଡା, ଜମନକିରା, ବଡ଼ରମା ଓ ଖଲା ଶୁଣି ରେଞ୍ଜ ର କର୍ମଚାରୀ ଓ ବୁଦ୍ଧିଜୀବୀ ଅଂଶ ଗ୍ରହଣ କରିଥିଲେ ।

0
0
0
s2sdefault