ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ପରିସରରେ ନାରୀ ସଶକ୍ତି କରଣରେ ଯୁବଗୋଷ୍ଠୀ ଙ୍କ ଭୂମିକା ଉପରେ ଏକ ଆଲୋଚନା ପାରଳାର ଅଗ୍ରଣୀ ଅନୁଷ୍ଠାନ ''ପ୍ରଗତି'' ମହିଳା ସଙ୍ଗଠନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମ ରେ ପାରଳାଖେମୁଣ୍ଡି ଉପକାରାଗାର ର ଅଧ୍ୟକ୍ଷ ଶ୍ରୀ ହନୁ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଚିତ୍ରାନନ୍ଦ ବେବର୍ତ୍ତା , ସଭାପତି ଭାବେ ଲୋକନାଥ ମିଶ୍ର , ଏବଂ ସଂପାଦିକା ଭାବେ ତନୁଜା ଶତପଥୀ ଯୋଗଦେଇଥଲେ। ଯୁବଗୋଷ୍ଠୀ ହିଁ ମହାନ୍ ଶକ୍ତି ଯାହାକି ରାଷ୍ଟ୍ର ଶକ୍ତି ଭାବେ ଆମେ ଉପଲବ୍ଧି କରିବା ତେଣୁ ପ୍ରତେକ ଯୁବକ ଯୁବତୀ ନାରୀ ଶକ୍ତି ଉପରେ ଧ୍ୟାନ ଦେବା ବାଞ୍ଛନୀୟ ବୋଲି କହିଥିଲେ। ଭାଗବତ ପାଢୀ , ହରିମୋହନ ପଟ୍ଟନାୟକ ଅଧ୍ୟାପକ ସୌଦାଗର ସିଓ , ପଣ୍ଡିତ ନରସିଂହ ଗୌଡ଼ ,ମନୋଜ ପଟ୍ଟନାୟକ , ମୁରଲୀଧର ପରିଚ୍ଛା , ନିତ୍ୟାନନ୍ଦ ଚୌଧୁରୀ , ତ୍ରିପତି ପଣ୍ଡା , ହରିମୋହନ ପଟ୍ଟନାୟକ , ମାନସୀ ପଣ୍ଡା , ପ୍ରଫୁଲ୍ଲ ବେବର୍ତ୍ତା , ଶରତ ପ୍ରଧାନ , ଗୌରୀ ଦାଶ
ପ୍ରଭୃତି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପଞ୍ଜିକରଣ ହୋଇଥିବାରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ଭାଗବତ ପାଢୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥଲେ।
ରାଜ୍ୟ
''ପ୍ରଗତି'' ମହିଳା ସଙ୍ଗଠନ ଆନୁକୂଲ୍ୟରେ ନାରୀ ସଶକ୍ତିକରଣ କର୍ମଶାଳା
- Hits: 300








