ମହିଳା ସ୍ନାତକ ମହାବିଦ୍ୟାଳୟରେ "ଡେଙ୍ଗୁ ସଚେତନତା ରାଲି"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ "ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଯୁବ ରେଡ୍‌କ୍ରସ୍ ବିଭାଗ ତରଫରୁ ପାଳନ କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ରୀନା ସାହୁ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରଥିଲେ। ପ୍ରସ୍ତୁତ କରାଯାଇଥିବା ଡେଙ୍ଗୁ ସମ୍ବନ୍ଧିତ ସ୍ଲୋଗାନ୍ ଦ୍ବାରା ଛାତ୍ରୀମାନେ ଅଧ୍ୟକ୍ଷାଙ୍କ ନେତୃତ୍ଵରେ ତଥା ଯୁବ ରେଡ୍‌କ୍ରସ୍‌ ପରାମର୍ଶଦାତା ଅଧ୍ୟାପିକା ସୁଶ୍ରୀ ମଧୁସ୍ତିତା ପ୍ରଧାନଙ୍କ ସହଯୋଗରେ ରାଲି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି ସ୍ଲୋଗାନରେ ଡେଙ୍ଗୁ ଜ୍ବର କିପରି ଭାବରେ ଏଡିସ୍ ମଶା ଦ୍ବାରା ସଂକ୍ରମିତ ହେଉଛି , ତା'ର ଲକ୍ଷଣ ସଂପର୍କରେ ଏବଂ ପରିବେଶର ପରିମଳତା ସଂପର୍କରେ ନାରାବାଜି କରି ସ୍ଥାନୀୟ ଜନବସତି ଅଞ୍ଚଳ ଯଥା ଫ୍ରେଣ୍ଡସ କୋଲନୀ ର ସମସ୍ତ ଗଳିରେ ପଦଯାତ୍ରା କରି ଲୋକଙ୍କୁ ସଚେତନ କରିଥିଲେ।

0
0
0
s2sdefault