ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ,ପାରଳାଖେମୁଣ୍ଡି ଶାଖା ଆନୁକୁଲ୍ୟରେ ଜରୁରୀ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ଅଶ୍ୱିନୀ ପାଢ଼ୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।
ସଂଘର ଉପଦେଷ୍ଟା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସଂଘର ଆଭିମୁଖ୍ୟ ଏବଂ ଜିଲ୍ଲାର କେତୋଟି ସଫଳ ପଦକ୍ଷେପ ସମ୍ପର୍କରେ କହିବା ପରେ , ସମ୍ପାଦକ ସୁରେଶ ବେହେରା ଚଳିତ ମାସରେ ୧୧ ଅକ୍ଟୋବର ୨୦୨୩ ଦିନ ଭୁବନେଶ୍ଵର ଅନୁଷ୍ଠିତ ହେବାକୁଥିବା ପେନ୍ସେନର ମହା ସମାବେଶ (ଭୁବନେଶ୍ୱର)ପାଇଁ ଆମ ଜିଲ୍ଲାରୁ ୩୦ରୁ ଅଧିକ ସେବାନିବୃତ୍ତ ପେନସନର ଯୋଗ ଦେବା ତାଲିକା ପ୍ରସ୍ତୁତ କରାଯାଇଥିଲା।
ସେଠାରେ ୯ଦଫା ଦାବି ନେଇ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯିବ। ରାଜ୍ୟ ମହାସଂଘର ଦାବିଗୁଡିକ ଯଥାର୍ଥତା କୁ ଲକ୍ଷ୍ୟ ରଖି ଏହି ସମାବେଶର ପ୍ରସ୍ତୁତି ବୈଠକରେ ବହୁ ସଂଖ୍ୟାରେ ପେନସନ ଭୋଗୀ ଯୋଗଦେଇଥିଲେ। ଶେଷରେ ସଂଘର ଉପ ସଭାପତି ବିଚିତ୍ରାନନ୍ଦ ବେବର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault