ଅନୁଭବ ଓ ଅଧ୍ୟୟନ ନଥିଲେ ଭଲ ପ୍ରବନ୍ଧ ଲେଖିହେବ ନାହିଁ : ଦାସ ବେନହୁର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଫେସର ଚିତ୍ତରଞ୍ଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ଉଦଯାପନ ସମାରୋହ

ରାଉରକେଲା, (ବସନ୍ତ କୁମାର ଜେନା): ସମସ୍ତେ ପାହାଚ ନଥାଇ ମନ୍ଦିର ତିଆରି କରିବାରେ ବ୍ୟସ୍ତ।ପିଲାମାନଙ୍କୁ ପାହାଚ ରୂପେ ସୃଷ୍ଟି କରାଯିବା ଦରକାର। ସେହିପରି ଅନୁଭବ ଓ ଅନୁଭୂତି ନଥିଲେ ପ୍ରବନ୍ଧ ଲେଖିହେବ ନାହିଁ ବୋଲି ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସାରସ୍ଵତ ସାଧକ ଦାଶ ବେନହୁର ମତ ରଖିଛନ୍ତି।
ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ବିଗତ ଏକ ବର୍ଷ ବ୍ୟାପି ପାଳିତ ହେଉଥିବା ଓଡ଼ିଶାର ସକ୍ରେଟିସ ଭାବେ ଖ୍ୟାତ ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ସମାରୋହର ଦ୍ବିଦୀବସୀୟ ଉଦଯାପନ ଉତ୍ସବର ଦ୍ଵିତୀୟ ଦିନ ପ୍ରାକ୍ତନ ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଶ୍ରୀ ବେନହୁର ଉପରୋକ୍ତ ମନ୍ତବ୍ୟ ସହ ଚିତ୍ତ ଭାଇଙ୍କୁ ଜଣେ ସାଧୁ ମଣିଷ ଭାବେ ଅବହିତ କରି ତାଙ୍କ ପ୍ରବନ୍ଧ ଗୁଡିକ ସଂଘର୍ଷର କଥା କହିଥିବା ବେଳେ ଅଧିକାଂଶ ଲେଖା ଅନୁଭୂତି ଆଧାରିତ । ଏହାସହ 'ଶୂକର ଓ ସକ୍ରେଟିସ ' ପୁସ୍ତକ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟ ଆଲୋଚକ ଡ଼ଃ ପ୍ରଭାତ କୁମାର ମଲ୍ଲିକ ସେହି ପୁସ୍ତକର ଲୁଥର ଓ ଏରାସମାସ୍, ଡ଼ଃ ରବିନ୍ଦ୍ର କୁମାର ଦାସ କଳାମୟ ଜୀବନ ଓ କଳାନୁରାଗ, ଡ଼ଃ ନଗେନ କୁମାର ଦାସ ଧର୍ମ ଓ ଅଫିମ, ରାଜୀବ ପାଣି ସଂସ୍କୃତି ଓ ସମ୍ପତ୍ତି ତଥା ଭବେଶ ଚନ୍ଦ୍ର ସାହୁ ଶିକ୍ଷାବିତ ଓ ଶିକ୍ଷାଯନ୍ତ୍ରୀ ବିଷୟରେ ଆଲୋଚନା କରିଥିଲେ। କବୀ ଅଙ୍ଗୁରବାଳା ପରିଡ଼ା ଙ୍କ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ଶୁଭେନ୍ଦ୍ର ଦାଶ ସ୍ବାଗତ ଭାଷଣ ଦେଇଥିବାବେଳେ ରବିନ୍ଦ୍ର ସଂଗୀତ ସୁରେଶ ଚନ୍ଦ୍ର ନାୟକ ଓ ଗଙ୍ଗାଧର ତ୍ରିପାଠୀ ପ୍ରମୁଖ ଗାନfc କରିଥିଲେ। ଉପସଭାପତି ରଶ୍ମିରଞ୍ଜନ ବୋଇତାଇ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ପ୍ରଥମ ଦିନର କାର୍ଯ୍ୟକ୍ରମରେ ପ୍ରସନ୍ନ କୁମାର ମହାନ୍ତି ଙ୍କ ସଂଯୋଜନା ଓ ସଭାପତି ପ୍ରତାପ କୁମାର ସ୍ବାଇଁ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରି ସଂଘ ର ସାହିତ୍ୟ ପ୍ରତି ପ୍ରତିବଦ୍ଧତା କୁ ପ୍ରଶଂସା କରିଥିଲେ। ସଂଘର ସଭାପତି ଶ୍ରୀ ସ୍ବାଇଁ ସ୍ବାଗତ ଭାଷଣ ରଖିଥିବା ବେଳେ ପ୍ରାରମ୍ଭରେ ସୁସ୍ମିତା ନସ୍କର ରବୀନ୍ଦ୍ର ସଙ୍ଗୀତ ପରିବେଷଣ କରିଥିଲେ। ସଂଘର ଉପଦେଷ୍ଟା, ପ୍ରାକ୍ତନ ସଭାପତି ତଥା
ଚିତ୍ତରଞ୍ଜନ ଦାସ ଶତବାର୍ଷିକୀ ପାଳନ କମିଟିର ସଂଯୋଜକ ଭାରତ ଭୂଷଣ ମହାନ୍ତି ଚିତ୍ତରଞ୍ଜନଙ୍କ ଜୀବନ ଓ ସୃଜନ ସମ୍ପର୍କରେ ଆଲୋକପାତ କରି ତାଙ୍କୁ ଓଡ଼ିଶାର ସକ୍ରେଟିସ ଭାବେ ଅଭିହିତ କରି କହିଲେ ଯେ, ସେ ନିଜକୁ ଚିତ୍ତଭାଇଙ୍କ ଏକଲବ୍ୟ ଶିଷ୍ୟ ଭାବରେ ସମର୍ପିତ କରିଛନ୍ତି। ମୁଖ୍ୟ ଅତିଥି ଶ୍ରୀ ଭୌମିକ ପ୍ରଗତି ଉତ୍କଳ ସଂଘର ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ପ୍ରତି ନିଷ୍ଠା ଓ ସମର୍ପଣ ଭାବ ଯୋଗୁଁ କେବଳ ରାଉରକେଲା ନୁହେଁ, ସମଗ୍ର ଓଡ଼ିଶାରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପ୍ରଶଂସାର ପାତ୍ର ହୋଇପାରିଛି ବୋଲି କହିଥିଲେ। ରବିନାରାୟଣ କବି ଚିତ୍ତରଞ୍ଜନଙ୍କ ରଚନାର କିଛି ଉଦ୍ଧୃତାଂଶ ପାଠ କରିଥିଲେ। ମୁଖ୍ୟବକ୍ତା ଜାମସେଦପୁର ଶ୍ରମିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସତ୍ୟପ୍ରିୟ ମହାଳିକ ଚିତ୍ତରଞ୍ଜନଙ୍କ ଜୀବନାଲେଖ ତଥା ଶୂକର ଓ ସକ୍ରେଟିସ ପ୍ରବନ୍ଧର ସବିଶେଷ ଆଲୋଚନା କରିଥିଲେ। ତାଙ୍କ ବକ୍ତବ୍ୟରେ କହିଲେ ଯେ ସ୍ବାଭିମାନ ମଣିଷ ଥିଲେ ଚିତ୍ତଭାଇ। ଛଳନା ଠାରୁ ବହୁ ଉର୍ଦ୍ଧ୍ବରେ ତଥା ତାଙ୍କର ବିଶ୍ବ ଦୃଷ୍ଟି ଥିଲା। ନୂଆ ଭାବରେ ବଞ୍ଚିବାର ଉପାୟ ତାଙ୍କୁ ଵେଶ ଭଲଭାବେ ଜଣାଥିଲା। ଗଙ୍ଗାଧର ତ୍ରିପାଠୀ ରବୀନ୍ଦ୍ର ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ପୁସ୍ତକ ' ଶାନ୍ତି ନିକେତନ ଓ ଚିତ୍ତରଞ୍ଜନ ' ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରାକ୍ତନ ସାଧାରଣ ସମ୍ପାଦକ ରାଧାମୋହନ ନାୟକ, ସାଂସ୍କୃତିକ ସମ୍ପାଦକ ଅଶୋକ ପଟ୍ଟନାୟକ, ଶୁଭ୍ରାଂଶୁ ମହାପାତ୍ର, ଅର୍ଜୁନ ଭୂୟାଁ, ଧରଣୀଧର ସାମଲ, ଅରବିନ୍ଦ ପାତ୍ର, ଇନ୍ଦ୍ରମଣି ମହାପାତ୍ର, ସୁପ୍ତି କର, ଅର୍ଚ୍ଚନା ପାତ୍ର ଓ ଅନୁଷ୍ଠାନର ଅନ୍ୟାନ୍ୟ କର୍ମକର୍ତ୍ତା ଗଣ ସହଯୋଗ କରିଥିଲେ। ସାଧାରଣ ସମ୍ପାଦକ ଘନଶ୍ୟାମ ଧଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି, ଚିତ୍ତ ଭାଇ ପ୍ରେମୀ,ସାହିତ୍ୟପ୍ରେମୀ, ବୁଦ୍ଧିଜୀବୀ ଶତାଧିକ ସଂଖ୍ୟାରେ ଉପସ୍ଥିତ ଥିଲେ।

0
0
0
s2sdefault