ହେଡଲାଇନସ୍:

ମତେ ବିଧାୟିକା ନଭାବି ନିଜର ଝିଅ ଆଉ ଭଉଣୀ ବୋଲି ଭାବନ୍ତୁ :- ବିଧାୟିକା ବର୍ଷା ସିଂ ବରିହା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଗତ ଦୁଇ ତାରିଖ ଦିନ ଗାନ୍ଧୀ ଜୟନ୍ତୀ ଠାରୁ ବିଜୁ ଜନତା ଦଳ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସରକାର ଙ୍କର ବିଭିନ୍ ଉନ୍ନୟନ ମୁକଲ କାର୍ୟ୍ଯ ଓ ଯୋଜନା ବାବଦରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଦଳର ନେତୃ ମଣ୍ଡଳୀ ପଦଯାତ୍ରା ଆରମ୍ଭ କରିଛନ୍ତି । ଏହି କ୍ରମରେ ଆଜି ପାଇକମାଲ ବିଜୁ ଜନତା ଦଳ ତରଫରୁ ମାନ୍ୟବର ବିଧାୟିକା ବର୍ଷା ସିଂ ବରିହା ଙ୍କର ନେତୃତ୍ୱରେ , ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଲ ବ୍ଲକ ଛେତେଙ୍ଗା ଗ୍ରାମରୁ ଭୁବନେଶ୍ୱରପୁର ଗ୍ରାମ ପର୍ଯ୍ୟନ୍ତ ଦୀର୍ଘ 8 କିଲୋମିଟର ର ପଦଯାତ୍ରା ର ଆୟୋଜନ କରାଯାଇଥିଲା । ଏହି ପଦଯାତ୍ରା ଛେତେଙ୍ଗା , ଘୁଚାପଲି ଗ୍ରାମ ଦେଇ ଭୁବନେଶ୍ୱରପୁର ପର୍ଯ୍ୟନ୍ତ ପହଂଚିବା ବାଟରେ ଗାଁ ଦାଣ୍ଡରେ ମାଁ ମାନେ ଝୋଟି ଆଙ୍କି , କଳସ ସ୍ଥାପନ କରି ସ୍ୱାଗତ ଜଣାଇଥିଲେ । ଏହି ପଦଯାତ୍ରା ଆରମ୍ଭ ରୁ ବିଧାୟିକା ଙ୍କର ସହିତ ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପୂର୍ବତନ ଲୋକସଭା ସାଂସଦ ଡାକ୍ତର ପ୍ରଭାସ ସିଂ , ପାଇକମାଲ ବ୍ଲକ ଅଧ୍ୟକ୍ଷା ଭାବନା ସିଂ ଙ୍କର ସମେତ ଦୁଇ ହଜାର ରୁ ଅଧିକ ମହିଳା ଓ ହଜାର ହଜାର କର୍ମକର୍ତ୍ତା ଓ ସାଧାରଣ ଜନତା ସାମିଲ ହୋଇଥିଲେ ।

ପଦଯାତ୍ରା ଭୁବନେଶ୍ୱରପୁର ଗ୍ରାନକୁ ପହଁଚିବା ପରେ ଗ୍ରାମ ବାସୀ ଙ୍କର ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହାପରେ ପଦଯାତ୍ରା ସଭା ସ୍ଥଳ କୁ ପହଂଚିବା ପରେ ପ୍ରାୟ5 ହଜାର ରୁ ଉର୍ଦ୍ଧ୍ବ ଜନସାଧାରଣ ଙ୍କୁ ଦଳୀୟ ନେତୃ ମଣ୍ଡଳୀ ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ ମୂଳକ କାମ ଓ ଲୋକାଭିମୁଖୀ ଯୋଜନା ଗୁଡିକ ବାବଦରେ ଅବଗତ କରାଇଥିଲେ । ନିଜର ଉଦ୍ବୋଧନ ଦେଇ ବିଧାୟିକା କହିଥିଲେ ଯେ ମୁଁ ଆପଣ ମାନଙ୍କ ଝିଅ ବା ଭଉଣୀ , ମତେ ବିଧାୟିକା ନଭାବି ନିଜର ଝିଅ ଓ ଭଉଣୀ ବୋଲି ଭାବନ୍ତୁ । ଆପଣ ମାନେ ଏହି ପଦଯାତ୍ରା ରେ ମୋ ସହିତ ଦୀର୍ଘ8 କିଲୋମିଟର ଚାଲିଛନ୍ତି । ଆପଣ ମାନଙ୍କ ଭଲ ପାଇବା ମତେ ଆଗକୁ ଆପଣ ମାନଙ୍କ ପାଇଁ କାମ କରିବାକୁ ଆହୁରି ପ୍ରେରଣା ଦେବ । ଏହା ସହିତ ବିଧାୟିକା ଅଞ୍ଚଳ ର ବିକାଶ ଓ ହେଉଥିବା ଉନ୍ନୟନ ମୂଳକ କାମ ଉପରେ ଆଲୋକପାତ କରିବା ସହିତ ଅଞ୍ଚଳର ବିକାଶ ପାଇଁ ସମସ୍ତେ ମିଶି କାମ କରିବା ପାଇଁ ନିବେଦନ କରିଥିଲେ । ପୂର୍ବତନ ସାଂସଦ ତଥା ଦଳର ଜିଲ୍ଲା ସଭାପତି ଡାକ୍ତର ପ୍ରଭାସ ସିଂ , ବରିଷ୍ଠ ନେତା ଶ୍ରୀ ଜାପାନ ମହାପାତ୍ର, ଶ୍ରୀ ଗୋବିନ୍ଦ ପାଣିଗ୍ରାହୀ, ଅନେକ ମହିଳା ନେତ୍ରୀ ମାନେ ଉପସ୍ଥିତ ଜନସାଧାରଣ ଙ୍କୁ ସମ୍ବୋଧନ କରିବା ସହିତ ଆଗାମୀ ଅଞ୍ଚଳ ତଥା ରାଜ୍ୟ ର ବହୁମୁଖୀ ବିକାଶ ପାଇଁ ବିଧାୟିକା ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ହାତ ମୁଠା କୁ ଆହୁରି ସଶକ୍ତ ଉ ସୁଦୃଢ଼ କରିବା ପାଇଁ ନିବେଦନ କରିଥିଲେ ।

0
0
0
s2sdefault