ହେଡଲାଇନସ୍:

ମୋବାଇଲ ଫୋନ ଯେତେ ଭଲ ସେତେ ମାରାତ୍ମକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସାଇବର କ୍ରାଇମ ଉପରେ ପୋଲିସ ର ସଚେତନତା କାର୍ଯ୍ୟକ୍ରମ

ବରଗଡ :- ଏଥିରେ କୋଣସି ଦ୍ବିମତ ନାହିଁ ଆଜି ଆମ ଦେଶରେ ସ୍ମାର୍ଟଫୋନ ର ବ୍ୟବହାର ବହୁଳ ମାତ୍ରାରେ ବୃଦ୍ଧି ପାଉଛି । ଅନ୍ୟ ପ୍ରକାରେ କହିବାକୁ ଗଲେ ଆମ ଦେଶରେ ସ୍ମାର୍ଟଫୋନ ଓ ଇଣ୍ଟରନେଟ ବ୍ୟବହାର କାରୀ ଙ୍କର ସଂଖ୍ୟା ସର୍ବାଧିକ । ଏହି କାରଣ ରୁ ଆମ ଦେଶ ସ୍ମାର୍ଟଫୋନ ବ୍ୟବସାୟୀ , ଇଣ୍ଟରନେଟ ଯୋଗାଉଥିବା ଏଜେନ୍ସି , ଅନଲାଇନ ରେ ଅନ୍ୟାନ୍ୟ ବ୍ୟବସାୟ କରୁଥିବା ଏଜେନ୍ସି ଓ ବ୍ୟବସାୟୀ ମାନଙ୍କ ପାଇଁ ଭୂସ୍ବର୍ଗ ସଦୃଶ । ଛୁଆ ମାନଙ୍କର ପାଠ ପଢା ଠାରୁ ଆରମ୍ଭ କରି , କିଣାକିଣି କରିବା , ଟଙ୍କା ଦିଆନିଆ , ସାମାଜିକ ଗଣମାଧ୍ୟମ ର ବ୍ୟବହାର , ସହିତ ଅନେକ କାମ , ମୋବାଇଲ ଫୋନ ମାଧ୍ୟମରେ ଅତି ସହଜ ହୋଇ ପଡ଼ିଥିବା ବେଳେ , କିଛି ଅଜ୍ଞାନତା ଓ ଅସାବଧାନତା ପାଇଁ ଏହି ମୋବାଇଲ ଫୋନ ଲୋକଙ୍କୁ ସର୍ବଶାନ୍ତ କରି ଦେଇଥିବା ଅନେକ ଉଦାହରଣ ଆମର ଆଖପାଖ ରେ ଦେଖିବାକୁ ମିଳିଯିବ । ପ୍ରତେକ ଦିନ କୋଣସି ନା କୋଣସି ସ୍ଥାନରେ କେହି ନା କେହି ଏହି ସାଇବର ଠକେଇ ର ଶିକାର ହେଉଛନ୍ତି । କାରଣ କେବଳ ଗୋଟିଏ , ଅସାବଧାନତା ଓ ଅଜ୍ଞାନତା । ସାମାନ୍ୟ କିଛି ଲୋଭ ବା ଡର ଦେଖାଇ ସାଇବର ଲୁଟେରା ଲୁଟି ନେଇଛନ୍ତି ଲୋକଙ୍କ ସଞ୍ଚିତ ଧନ ମାତ୍ର କେଇ ସେକେଣ୍ଡ ରେ । କେବଳ ଆର୍ଥିକ ଅପରାଧ ନୁହେଁ , ଅଭ୍ୟାସ ଗତ ଅପରାଧୀ ମାନେ ସମାଜିକ ଗଣମାଧ୍ୟମ ର ବିଭିନ୍ନ ପ୍ଲାଟଫର୍ମ ବ୍ୟବହାର କରି ବହୁ ପ୍ରକାର ଅପରାଧ ଓ ଠକେଇ କରୁଥିବା ପ୍ରତେକ ଦିନ ଶୁଣିବାକୁ ମିଳୁଛି । ଏହି ଭଳି ଅପରାଧ ରୋକିବା ପାଇଁ ପୋଲିସ ପ୍ରଶାସନ ତରଫରୁ ଉଦ୍ୟମ କରାଯାଉଛି ହେଲେ ଯେତେଦିନ ପର୍ଯନ୍ତ ସ୍ମାର୍ଟଫୋନ ବ୍ୟବହାର କାରୀ ନିଜେ ଫୋନ କିମ୍ବା ଇଣ୍ଟରନେଟ ବ୍ୟବହାର କରିବା ସମୟରେ ସମ୍ପୂର୍ଣ୍ଣ ଭାବରେ ସଚେତନ ନ ହେବେ , ସେତେ ଦିନ ପର୍ଯ୍ୟନ୍ତ ସାଇବର କ୍ରାଇମ କୁ ରୋକିବା ଅସମ୍ଭବ ।
ଆଜି ବରଗଡ଼ ପୋଲିସ ର ଉଦ୍ୟମରେ , ପାଇକମାଲ ମୁଖ୍ୟ ଛକ ଠାରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ସୁଶାନ୍ତ ବଢ଼େଇ ଙ୍କର ଚେଷ୍ଠାରେ ସାଇବର କ୍ରାଇମ ରୋକିବା ପାଇଁ ଓ ଲୋକଙ୍କୁ ସଚେତନ କରାଇବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ପାଇକମାଲ ବିଡ଼ିଓ ଶ୍ରୀ ସୁରେନ୍ଦ୍ର କୁମାର ସାହୁ , ତହସିଲଦାର ଶ୍ରୀ ଅକ୍ଷୟ କୁମାର ବାଗ , ପାଇକମାଲ ନାଗରିକ କମିଟି ର ସଭାପତି ତଥା ଅଧିବକ୍ତା ଶ୍ରୀ ମନୋଜ କୁମାର ତ୍ରିବେଦୀ , ବରଗଡ଼ ସାଇବର ସେଲ ର ମୁଖ୍ୟ ଶ୍ରୀ ମଙ୍ଗଳ କିସ୍କୋ , ଅଧିବକ୍ତା ଶ୍ରୀ ରାମ ରତନ ପୁରୋହିତ , ରବି ନାରାୟଣ ସାହୁ ପ୍ରମୁଖ ସାଇବର କ୍ରାଇମ ଉପରେ ନିଜର ସୁଚିନ୍ତିତ ମତାମତ ରଖିବା ସହିତ ସେମାନଙ୍କ ସହିତ ହୋଇଥିବା ଠକେଇ ର ପ୍ରୟାସ ଉପରେ ଉପସ୍ଥିତ ଲୋକଙ୍କୁ କହିଥିଲେ ଓ ମୋବାଇଲ ବ୍ୟବହାର ସମୟରେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ପାଇଁ କହିଥିଲେ । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମ ରେ ଲୋକଙ୍କୁ ସଚେତନତା ର ବାର୍ତ୍ତା ପ୍ରଦାନ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମ କୁ ପାଇକମାଲ ଥାନାର ସମସ୍ତ କର୍ମଚାରୀ ସୁଚାରୁ ରୁପେ ପରିଚାଳନା କରିଥିବାବେଳେ , ଆଜିର ଦିନରେ ପୋଲିସ ତରଫରୁ ବିଭିନ୍ନ ଗ୍ରାମରେ ଏହିଭଳି ସଚେତନତା କାର୍ଯ୍ୟକ୍ରମ କରାଯିବାର ଆବଶ୍ୟକତା ରହିଛି ବୋଲି ପାଇକମାଲ ନାଗରିକ କମିଟି ର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ତ୍ରିବେଦୀ ମତ ରଖିଛନ୍ତି ।।

0
0
0
s2sdefault