ଭୁବନେଶ୍ୱର:ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ରାଜ୍ୟ ଲୋକସେବା ଭବନଠାରେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ୱେବସାଇଟ୍ (ପୋର୍ଟାଲ୍)ର ଶୁଭ ଉଦ୍ଘାଟନ କରିଛନ୍ତିା ଏହି ଅବସରରେ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କହିଛନ୍ତି ଯେ ଏହି ୱେବସାଇଟ୍ (ପୋର୍ଟାଲ) ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କ ନିମନ୍ତେ ଉପଯୋଗୀ ସାବ୍ୟସ୍ତ ହେବା ବିଭାଗୀୟ ଅଧିକାରୀମାନେ ଏହି ପୋର୍ଟାଲର କାର୍ଯ୍ୟପ୍ରଣାଳୀ ବାବଦରେ ଅଧିକ ଦକ୍ଷ ହେବା ପାଇଁ ସେ ପରାମର୍ଶ ଦେବା ସହ ୱେବସାଇଟ୍ ନେଇ ଖୁସିବ୍ୟକ୍ତ କରିଛନ୍ତିା
ଏହି ଅବସରରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିରଞ୍ଜନ ମିଶ୍ର, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର, ଅତିରିକ୍ତ ଶାସନ ସଚିବ ଶ୍ରୀ ଭୈରବ ପଟେଲ୍, ଏନ୍ଆଇସିର ସାଇଣ୍ଟିଷ୍ଟ ଶ୍ରୀ ଶିବ ପ୍ରସାଦ ଦାଶ, ଡ. ଏ.କେ. ହୋତାଙ୍କ ସମେତ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲୋ








