ବାଣପୁର:(ସେକ୍ କୌସର: )ଖୋର୍ଦ୍ଧା ଜିଲ୍ଲାର ବାଣପୁର ଏନ ଏ ସି କୃତିବାସ ଭବନରେ ଅଧକ୍ଷ ମିଟୁ ନାୟକଙ୍କ ତତ୍ୱାବଧାନରେ ବିରାଟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିରରେ ମହିଳାଙ୍କ ସମେତ ପୁରୁଷମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ଏଥିରେ ୧୦୦ ରୁ ଉର୍ଦ୍ଧ ଇଉନିଟି ରକ୍ତ ସଂଗ୍ରହ କରିଯାଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ବାଣପୁର ବ୍ଲକ ଯୁବ ସଭାପତି କୈଳାସ ମହାପାତ୍ର ,ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନା, ଏନ ଏ ସି ସଭାପତି ଉମାକାନ୍ତ ଲାଠି,ଉପସଭାପତି ସଞ୍ଜୟ କୁମାର ପ୍ରଧାନ, ଉପାଦକ୍ଷ ପ୍ରାଚୀପ୍ରଭା ସ୍ବାଇଁ,ଜିଲା ସମ୍ପାଦକ ବିକ୍ରମ କେଶରୀ ଜେନା, ଯାଦୁ ପ୍ରଧାନ, ପୂର୍ବତନ ସରପଞ୍ଚ ମନୋଜ କୁମାର ପ୍ରଧାନ,କାଉନସିଲର ରଂଜନା ପ୍ରଧାନ, ତୁମ୍ବୁରାପୁଟ ସରପଞ୍ଚ ଅକ୍ଷୟ ସେଠି ଯୋଗଦେଇଥିଲେ । ଏଥିରେ ସବଡ଼ିଭିଜିନାଲ ହସ୍ପିଟାଲର ରକ୍ତ ସଂଗ୍ରହ ଅଧିକାରୀ ଡକ୍ଟର ଗୋବିନ୍ଦଚନ୍ଦ୍ର ମହାପତ୍ରଙ୍କ ସହଯୋଗ କ୍ରମେ ଅନ୍ୟ ମେଡିକାଲ କର୍ମଚାରୀ ମାନେ ଅଂଶ କରିଥିଲେ । ଏହା ଦିବା ୧୦ ଘଣ୍ଟିକା ଠାରୁ ଆରମ୍ଭ ହୋଇ ଦିନ ୩ ଘଣ୍ଟିକା ପର୍ଯ୍ୟନ୍ତ ରକ୍ତଦାନ ଚାଲୁ ରହିଥିଲା ।
ରାଜ୍ୟ
ବାଣପୁର ଏନ. ଏ. ସି.ରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ l
- Hits: 287








