ହେଡଲାଇନସ୍:

ଭଞ୍ଜନଗର ରେ ବିଶ୍ଵ କଲ୍ୟାଣ ପାଇଁ ୨୨୧ କୁଣ୍ଡିୟ ଘୃତ ଯଜ୍ଞ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ( ଉଦୟନାଥ ପଣ୍ଡା ) : ସଂସ୍କାରକ ଶ୍ରୀବତ୍ସ ପଣ୍ଡା ଙ୍କ ୧୫୩ ତମ ତ୍ରିଦିବସିୟ ଜୟନ୍ତି ଏବଂ ସ୍ବାମୀ ଦୟାନନ୍ଦ ସରସ୍ବତୀ ଙ୍କ ଦ୍ବୀ ଜନ୍ମ ଶତାବ୍ଦୀ ଅବସରରେ ୨୨୧ କୁଣ୍ଡିୟ ଘୃତ ଯଜ୍ଞ ଏବଂ ପ୍ରବଚନ କର୍ଯ୍ୟକ୍ରମ ଭଞ୍ଜନଗରେ ମହା ଉତ୍ସାହ ର ସହିତ ଅନୁଷ୍ଠିତ ହୋଇଛି ।
କୁହାଯାଏ ଓଡିଶାର ଅଦ୍ବିତୀୟ ମାନବ ଯେକି ,ଓଡିଶାରେ ପ୍ରଥମେ ଆର୍ଯ୍ୟସମାଜ ଗଠନ କରିଥିଲେ। ବେଦ ହିଁ ସର୍ବଶ୍ରେଷ୍ଠ ଗ୍ରନ୍ଥ ଭାବେ ପରିଚୟ କରାଇଥିଲେ, ମହର୍ଷୀ ଦୟାନନ୍ଦ ସରସ୍ବତୀ ଙ୍କ ଦର୍ଶନ ରେ ଅନୁପ୍ରାଣିତ ହୋଇ ଲାହୋର ଠାରୁ ହିନ୍ଦି ଭାଷା ଲିଖିତ ସତ୍ୟାର୍ଥ ପ୍ରକାଶ ପୁସ୍ତକ କୁ ସଂଗ୍ରହ କରି ଓଡିଶା ବାସୀଙ୍କ ପାଇଁ ତାକୁ ଓଡିଆ ଭାଷାରେ ଅନୁବାଦ କରିଥିଲେ। ଅନ୍ଧ ବିଶ୍ବାସଭଳି କୁ ପ୍ରଥା କୁ ଦୂରକରିବା ସକାଶେ ଅନେକ ପ୍ରଚେଷ୍ଟା, ନାରୀ ଶିକ୍ଷା , ନାରୀ ମାନଙ୍କୁ ବେଦ ମନ୍ତ୍ର ପାଠ କରି ଯଜ୍ଞ କରାଇବା ,ବିଧବା ବିବାହ ପ୍ରଥାକୁ ସୂତ୍ରପାତ କରିଥିଲେ। ବାଲ୍ୟ ବିବାହ ପ୍ରଥାକୁ ବିରୋଧକରି ବନ୍ଦକରିଥିଲେ । ବୃଦ୍ଧ ଗାଈ ,ବଳଦ ଙ୍କ ସୁରକ୍ଷା ସକାଶେ ଗୋଶାଳା ନିର୍ମାଣ କରିଥିଲେ , ଅନାଥ ଶିଶୁମାନଙ୍କୁ ସହାୟତା ଯୋଗାଇବା ସକଶେ ପ୍ରଥମେ ଅନାଥ ଆଶ୍ରମ ନିର୍ମାଣ କରିଥିଲେ। ଏହିଭଳି ଅନେକ ସଂସ୍କାରତ୍ମକ କାର୍ଯ୍ୟ ସକାଶେ ସଦା ସର୍ବଦା ଲୋକଙ୍କୁ ସଚେତନ କରିଆସୁଥିଲେ , "ସଂସ୍କାରକ ଶ୍ରୀବତ୍ସ ପଣ୍ଡା "। ଅକ୍ଟୋବର ୧ ତାରିଖ ୧୮୭୦ ମସିହାରେ ବେଲଗୁଣ୍ଠା ବ୍ଳକ୍ ଅଧିନସ୍ତ ମନ୍ଦାର ଗାଁର ବ୍ରାହ୍ମଣ ପରିବାର ରେ ତାଙ୍କର ଜନ୍ମ । ବ୍ରାହ୍ମଣ ମାନଙ୍କ ମଦ ମାଂସ ଭକ୍ଷଣ କୁ ବିରୋଧ କରି ନିଜ କୁଳ ବଂଶ କୁ ତ୍ୟାଗ କରିଦେଇଥିଲେ। ଦିର୍ଘ ଶହେ ବର୍ଷ ପୂର୍ବେ ଅର୍ଥାତ୍ ୧୯୨୩ ମସିହାରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ତନରଡା ଠାରେ ଏକ ଆର୍ଯ୍ୟକନ୍ୟା ଗୁରୁକୁଳ ,ଗୋ ଶାଳା ,ଅନାଥ ଆଶ୍ରମ ପ୍ରତିଷ୍ଠା କରିଥିଲେ। ସମାଜ ରେ ସଂସ୍କାର ଆଣିବା ପାଇଁ ୨୫ଖଣ୍ଡ ପୁସ୍ତକ ଲେଖିଛନ୍ତି। ଏହିଅବସରରେ ପ୍ରତିବର୍ଷ ଏହି ଆଶ୍ରମରେ ତାଙ୍କରି ଜୟନ୍ତି ଉତ୍ସବ ପାଳିତ ହୋଇଆସୁଛି। ଚଳିତ ବର୍ଷ ମଧ୍ୟ ୧୫୩ ତମ ତ୍ରିଦିବସିୟ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ଟି ପ୍ରଥମ ଦୁଇଦିନ ତନରଡା ଶ୍ରୀବତ୍ସ ଗୋରକ୍ଷା ଆଶ୍ରମରେ ଅନୁଷ୍ଠିତ ହୋଇଅଛି। ତୃତିୟଦିନ ଭଞ୍ଜନଗର ଚକାଡୋଳା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଛି। ମୂଖ୍ୟ ଅତିଥ୍ ଭାବେ ଢେଙ୍କାନାଳ ମାଣିକମରା ଶିବାନନ୍ଦ ତପୋଭୂମୀ ଆଶ୍ରମର ବିଶିଷ୍ଠ ବିଦ୍ବାନ ବେଦ ଗବେଶକ ଆଚାର୍ଯ୍ୟ ପଣିତ୍‌ ଡଃ: ଦେବବ୍ରତ ଏବଂ ସ୍ବାମୀ ମୂକ୍ତାନନ୍ଦ ସ୍ବାମୀ ଯୋଗ ଦେଇଥିଲେ। ପ୍ରଥମେ ଓମ୍ ଧ୍ବାଜା ଉତ୍ତୋଳନ , ପରେ ୨୨୧ କୁଣ୍ଡିୟ ବିଶ୍ବ ଶାନ୍ତି ଘୃତ ଯଜ୍ଞ ଏବଂ ପ୍ରବଚନ କାର୍ଯ୍ୟକ୍ରମ ହୋଇଅଛି। ଏକ ହଜାର ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ପଣ୍ଡିତ ଆଚାର୍ଯ୍ୟ ମାନଙ୍କ ପ୍ରବଚନ ରେ ଥିଲା ଦୈନିକ ଯଜ୍ଞ ର ମହାତ୍ମ୍ୟ,ଗୋ ସୁରକ୍ଷା ର ଆବଶ୍ୟକତା, ଶ୍ରୀବତ୍ସ ପଣ୍ଡା ଙ୍କ ସତ୍ୟାର୍ଥ ପ୍ରକାଶ ପୁସ୍ତକ ପଠନ ର ଆବଶ୍ୟକତା । ଶ୍ରଦ୍ଧାଳୁ ମାନେ ଏହି ଅମୃତ ବାଣୀକୁ ଶ୍ରବଣ କରି ଅତ୍ୟନ୍ତ ଆନନ୍ଦ ଲାଭ କରିଛନ୍ତି। ପରିଶେଷରେ ସମସ୍ତେ ପ୍ରସାଦ ସେବନ କରି ଫେରିଛନ୍ତି। ମୂଖ୍ୟ ପରିଚାଳକ ବା ସଭାପତି ଆଚାର୍ଯ୍ୟ ଡଃ: ସୁଦର୍ଶନ ଦେବ ,ସମ୍ପାଦକ ଗୋପବନ୍ଧୁ ସାହୁ, ଆଶ୍ରମ କାର୍ଯ୍ୟକାରୀ ସଭ୍ୟ ଶ୍ରୁତିପିୟ ଶାସ୍ତ୍ରୀ , କୋଷାଧ୍ୟକ୍ଷ ଏ: ସନ୍ତୋଷ ଆଚାରୀ, ଶ୍ରୀମତୀ ଡଃ: ଉଷା ପାଢି ,ପୂର୍ବତ୍ତନ ସଂମ୍ପାଦକ ପ୍ରଫେସର୍ ବାଲ୍ମିକି ପଟ୍ଟନାୟକ ,ଶ୍ରୀ ସୁବ୍ରତ ସମଲ୍,ଶ୍ରୀ ପଞ୍ଚାନନ ପାଳ ଏବଂ ସାମ୍ବାଦିକ ଶ୍ରୀ ପ୍ରଦୀପ କୁମାର ସ୍ବାଈଁ ଙ୍କ ସହଯୋଗରେ ଏହି ଉତ୍ସବ ସୁଚାରୁ ରୁପେ ସମାପନା ହୋଇଛି।

0
0
0
s2sdefault