ପୁରୀ (ଶାସକ ପ୍ରଶାସକ ବ୍ୟୁରୋ) : ମଲ୍ଲଯୋଦ୍ଧା ଅନୁଷ୍ଠାନ "କମ୍ବାଟ"ର ରାଜ୍ଯ ଶାଖାକୁ ଶ୍ରୀକ୍ଷେତ୍ରରୁ ୬ ମଲ୍ଲଯୋଦ୍ଧା ଗୁରୁଙ୍କୁ ମନୋନୀତ । ରାଜ୍ୟ ସଂଗଠନର ଅଧକ୍ଷ ଭାବେ ଶ୍ରୀ ଶ୍ୟାମସୁନ୍ଦର ପାତ୍ର, ସଭାପତି ଭାବେ ଶ୍ରୀଯୁକ୍ତ ଅନନ୍ତ ତିଆଡ଼ି, କାର୍ଯ୍ୟକାରୀ ସଭାପତି ଭାବେ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ମହାପାତ୍ର, ସମ୍ପାଦକ ଭାବେ ଶ୍ରୀ ଜମ୍ବେଶ୍ୱର ସୁବୁଦ୍ଧି, ସହସମ୍ପାଦକ ଭାବେ ଶ୍ରୀ କୃଷ୍ଣ ମହାପାତ୍ର ଓ କୋଷାଧକ୍ଷ ଭାବେ ଶ୍ରୀ କୃଷ୍ଣ ଚନ୍ଦ୍ର ଦାସଙ୍କୁ କମ୍ବାଟ ଓଡ଼ିଶା ଶାଖାର ଦାୟିତ୍ୱ ଦିଆଯାଇଛି ।
ଶ୍ରୀକ୍ଷେତ୍ର ମାଟିର ମଲ୍ଲ ଯୁଦ୍ଧ କଳା ସର୍ବପୁରାତନ ଆତ୍ମରକ୍ଷା କଳା ଅଟେ । ଯାହା ବର୍ତ୍ତମାନ ସୁପ୍ତ ପ୍ରାୟ । ଏ ଆତ୍ମରକ୍ଷା ସମର କଳା ମହାପ୍ରଭୁଙ୍କର ଇତିହାସ ସହ ମଧ୍ୟ ଅଙ୍ଗାଙ୍ଗି ଜଡିତ । ଯାହା ଏବେ ଯୁବ ମାନସରୁ ଧୀରେ ଧୀରେ ଦୁରେଇ ଯାଉଛି । ଏହି ସମୟରେ ଭାରତୀୟ ସର୍ଵପୂରାତନ ମଲ୍ଲ କୁସ୍ତି ର କିଛି ଗୁରୁଙ୍କ ନିର୍ଦ୍ଧେଶନାରେ ଗଢି ଉଠିଛି "କମ୍ବାଟ" । ଅନୁଷ୍ଠାନଟି ଏବେ ତାର ରାଜ୍ୟ ଶାଖା ଗଠନ କରିଛି । ଧିରେ ଧିରେ ସମଗ୍ର ଦେଶରେ ଶାଖା ଖୋଲି ହଜି ଯାଉଥିବା ମଲ୍ଲଯୁଦ୍ଧକୁ ପୁନର୍ବାର ପ୍ରସାର ପ୍ରସାର କରାଇବା ଲକ୍ଷ ରଖିଛି କମ୍ବାଟ।








