ହେଡଲାଇନସ୍:

ବିଜେପି ତରଫରୁ ମୋ ମାଟି ମୋ ଦେଶ ବିଶାଳ କଳସ ଶୋଭାଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଣପୁର/(ସେକ୍ କୌସର)ଆଜି ବିଜେପି ତରଫରୁ ଏକ ବିଶାଳ କଳସ ଶୋଭାଯାତ୍ରା ମା ଉତରାୟଣୀ ମନ୍ଦିର ଠାରୁ ଆରମ୍ଭ ହୋଇ ବାଲୁଗାଁ ବିଜ୍ଞାପିତ ଅଂଚଳର ସମସ୍ତ ୱାର୍ଡ ଏବଂ ବାଣପୁର ସମସ୍ତ ୱାର୍ଡ ବୁଲି ମାଟି ସଂଗ୍ରହ କରୁଥିବାର ଦେଖିବାକୁ ମିଳିଥିଲା l ଏଥିରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀ ସମ୍ବିତ କୁମାର ପାତ୍ର ଏବଂ ବିଜେପିର ଟାଣୁଆ ନେତା ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ହାତରେ କଳସି ଧରି ଘର ଘର ବୁଲି ମାଟି ସଂଗ୍ରହ କରୁଥିଲେ ଏବଂ ତାଙ୍କ ସହିତ ବାଣପୁର ବ୍ଲକ୍ ଚେୟାରମ୍ୟାନ ଅମରେନ୍ଦ୍ର ରଣସିଂହ ଚିଲିକା ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ଜୋଛନ୍ନlରାଣୀ ବେହେରା, ବିଜ୍ଞପିତ ଅଂଚଳର କିଛି କାଉଁଷିଲର,ଚିଲିକା ନିର୍ବାଚନ ମଣ୍ଡଳୀର କିଛି ସରପଞ୍ଚ ଓ ସମିତିସଭ୍ୟ ଙ୍କ ସହିତ ଦଳୀୟ ନେତା ଓ କର୍ମୀ ମାନେ ଏହି ପବିତ୍ର କଳସି ଶୋଭା ଯାତ୍ରାରେ ଭ୍ରମଣ କରୁଥିଲେ l ଶ୍ରୀ ଯୁକ୍ତ ପାତ୍ର କହିବା ଅନୁଯାଇ ଆମର ଅତି ପ୍ରିୟ ପ୍ରଧାନ ମନ୍ତ୍ରୀ ଙ୍କ ଆହ୍ୱାନ କ୍ରମେ ‘ମୋ ମାଟି ମୋ ଦେଶ ‘ସାରା ଦେଶ ବ୍ୟାପି ଏହି ଅଭିଯାନ ଚାଲିଛି l ସମଗ୍ର ଦେଶର କୋଣ ଅନୁକୋଣରୁ ଏବଂ ପୁର ପଲ୍ଲୀ ରୁ ଏହି ମାଟି ଦିଲ୍ଲୀ ଯାଇ ସେଠାରେ ସହିଦ ଯବାନ ମାନଙ୍କ ସ୍ମୃତି ଉଦେଶ୍ୟରେ ଅମୃତ ବାଟିକା ତିଆରି ହେବ l

0
0
0
s2sdefault