(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବଜାର ବ୍ୟବସାୟୀ ସଂଘ ପକ୍ଷରୁ ଶୃଙ୍ଖଳିତ ଶାରଦୀୟ ପୂଜା ଉତ୍ସବ ଓ ଭଷାଣୀ ପାଇଁ ପ୍ରଶାସନିକ ସ୍ତରରେ ଏକ ପ୍ରସ୍ତୁତି ବୈଠକ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ତହସିଲଦାର ଦିଲ୍ଲୀପ କୁମାର ନାୟକଙ୍କ ସଭାପତିତ୍ୱ ରେ ଏଥିରେ ପ୍ରଥମେ ବଜାର କମିଟି ସମ୍ପାଦକ ଜୀବନାନନ୍ଦ ଦାଶ ପୂର୍ବବର୍ଷର ଦଶହରା ଉତ୍ସବ ପାଳନର ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ କରିଥିଲେ । ସଂଘର ସଭାପତି ପ୍ରମୋଦ ପଣ୍ଡା ଚଳିତବର୍ଷ ଶାରଦୀୟ ପୂଜା ଉତ୍ସବ ରେ ଗୋଟିଏ ଦୁର୍ଗା ମେଢ ସହିତ ଅନ୍ୟାନ୍ୟ ଦେବାଦେବୀଙ୍କର ୧୫ଟି ମେଢ କରାଯାଇ ମୋଟ୍ ୧୬ଟି ପୂଜା ମଣ୍ଡପରେ ୨୧ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରାଯିବ । ଶାରଦୀୟ ପୂଜା ଓ ଭଷାଣୀ ଉତ୍ସବ ରେ କିଭଳି ଶୃଙ୍ଖଳା ରକ୍ଷା କରାଯିବ ଏବଂ ଏଥିରେ ପ୍ରଶାସନର କି କି ସହଯୋଗ କରିବ ସେ ନେଇ ଆଲୋଚନା କରିଥିଲେ । ପ୍ରଶାସନର ନୀତିନିୟମ ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ ଗ୍ରହଣ କରାଯିବାକୁ ବୈଠକରେ ନିଷ୍ପତି ହୋଇଥିଲା । ବିଶେଷ କରି ଚଳିତ ବର୍ଷ ଭଷାଣୀ ଉତ୍ସବ ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ ଏଥ୍ôରେ ସାଧାରଣ ବାଜା ଓ ବିଭିନ୍ନ ପାରମ୍ପରିକ ନୃତ୍ୟ ପରିବେଷଣ କରାଯିବାକୁ ନିଷ୍ପତି ହୋଇଥିଲା ବେଳେ ଡ଼ିଜେ ସାଉଣ୍ଡକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏହା ଛଡ଼ା ଜନଗହଳିର ବହୁ ଦୂରରେ ବାଣ ଫୁଟିବା ପାଇଁ ସ୍ଥିର ହୋଇଛି । ଚଳିତ ବର୍ଷ ଆଲୋକ ସଜ୍ଜା, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଡ଼ାକବାଜି ଯନ୍ତ୍ର ବାଜିବା ପାଇଁ ବୈଠକରେ ସ୍ଥିର ହୋଇଛି । ଦଶହରା ପୂର୍ବରୁ ଡେ଼ଲି ମାର୍କେଟ ମଧ୍ୟକୁ ଯାଇଥିବା ରାସ୍ତାକୁ ମରାମତି କରାଯିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ଗାହାଣଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ବେଳେ ପାନୀୟ ଜଳ ଓ ସ୍ୱଚ୍ଛତା ପାଇଁ ଗ୍ରାମ୍ୟ ପରିମଳ ଓ ଜଳ ଯୋଗାଣର ବିଭାଗର କନିଷ୍ଠ ଯନ୍ତ୍ରୀ ସତ୍ୟରଂଜନ ଭୋଇଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଏହାଛଡ଼ା ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ପାଇଁ କି କି ପଦକ୍ଷେପ ନିଆଯିବ ଡ଼ାକ୍ତର ଗଜେନ୍ଦ୍ର କୁମାର ଦାସ ପ୍ରକାଶ କରିଥିଲା ବେଳେ ଭଷାଣୀରେ ଦମକଳ ବାହିନୀ ପକ୍ଷରୁ ବିଭିନ୍ନ ବିପଦଜନକ କାର୍ଯ୍ୟକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଫାୟାର ଅଫିସର ପ୍ରଶାନ୍ତ ପରିଜା ମଧ୍ୟ କହିଛନ୍ତି । ଏହାଛଡ଼ା ଭଷାଣୀ ରେ ଯେଭଳି କୌଣସି ଗଣ୍ଡଗୋଳ ନହୋଇ ଶୃଙ୍ଖଳିତ ଭାବେ କରାଯିବ ଥାନା ଆଇଆଇସି ଯୁଗଳ କିଶୋର ଦାସ ଫୋର୍ସ ମୁତୟନ କରିବେ ବୋଲି ପ୍ରକାଶ କରିଛନ୍ତି । ଦଶହରା ସମୟରେ ବିଦୁ୍ୟତ ସମସ୍ୟାର ସମାଧାନ ଓ ଲୋ ଭୋଲଟେଜ ଦୂର କରିବା ପାଇଁ ପଦକ୍ଷେପ ନେବାକୁ ଲାଇନମ୍ୟାନ୍ ମୁକେଶ ରାଉତ ସମସ୍ତ ବ୍ୟବସ୍ଥା କରିବାକୁ ପ୍ରକାଶ କରିଛନ୍ତି । ଏହି ବୈଠକରେ ସଂଘର ଉପସଭାପତି ବଳରାମ ସାହୁ, ବ୍ଲକ ଉପାଧ୍ୟକ୍ଷ ଅଶୋକ ଓଝା, କୋଷାଧ୍ୟକ୍ଷ ରାମଚନ୍ଦ୍ର ସାହୁ, ସହସମ୍ପାଦକ ଗୁରୁଚରଣ ନାୟକ, ଅଜୟ କୁମାର ସ୍ୱାଇଁ,ମନମୋହନ ଓଝା,ବଂଶୀଧର ସାମଲ, କୈଳାସ ସାହୁଙ୍କ ସମେତ ୧୬ଟି ମେଢର କର୍ମକର୍ତା ଏବଂ ବହୁ ବ୍ୟବସାୟୀ ଉପସ୍ଥିତ ହୋଇଥିଲେ ।
ରାଜ୍ୟ
ନିଶ୍ଚିନ୍ତକୋଇଲି ବଜାର ବ୍ୟବସାୟୀ ସଂଘ ପକ୍ଷରୁ ଶାରଦୀୟ ପୂଜା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ
- Hits: 217








