ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି। ହାଇସ୍କୁଲ ଛକ ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବିଜେଡି ନେତା ଓ କର୍ମୀ ମାନେ ସହର ପରିକ୍ରମା କରି ଗାନ୍ଧୀ ଛକ ନିକଟରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ତୃଣମୂଳ ସ୍ତରରେ ଘରେ ଘରେ ପହଞ୍ଚି ସରକାରଙ୍କର ବିକାଶର ବାର୍ତ୍ତା ପହଞ୍ଚାଇବ ଓ ସରକାରଙ୍କର ଲୋକାଭିମୁଖୀ ଯୋଜନା କିପରି ଜାଣିପାରିବେ ଓ ଅନ୍ତର୍ଭୁକ୍ତ ହୋଇ ପାରିବେ ଏହି ଜନ ସମ୍ପର୍କ ପଦଯାତ୍ରାର ମୂଳ ଲକ୍ଷ୍ୟ ବୋଲି ଜଣା ପଡ଼ିଛି। ଏହି କାର୍ଯ୍ୟକ୍ରମରେ ବିଜେଡି ଯୁବ ସଭାପତି ଏସ୍. ଲିଙ୍ଗରାଜ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ , ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ , ବିଜେଡି ଉପ ସଭାପତି ଲକ୍ଷ୍ମୀ କାନ୍ତ ପରିଚ୍ଛା , ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ , ବସନ୍ତ ଦାସ , ଜମାଦାର ପଟ୍ଟନାୟକ , ବିଜେଡି ଯୁବ ନେତା ଇଂ ରୂପେସ ପାଣିଗ୍ରାହୀ , ନଗର ସଭାପତି ସୁଧି ରଞ୍ଜନ ମହାପାତ୍ର , ବିଜେଡି ମହିଳା ସଂଯୁକ୍ତା ବେହେରା , ଜିଲ୍ଲା ପରିଷଦ ସଭ୍ୟ ଏସ୍. ବାଲ ରାଜୁଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ।
ରାଜ୍ୟ
ବିଜେଡିର ଜନ ସମ୍ପର୍କ ପଦଯାତ୍ରା
- Hits: 173








