ଡାବୁଗାଁ/ଯଶବନ୍ତ ପରିଛା : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ୮ ଟି କ୍ଳଷ୍ଟର ରେ ଆଜି କ୍ଳଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡାବୁଗାଁ ଭୂତ ପୂର୍ବ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମୁଖ୍ୟ ଅତିଥି ଭାବେ ଏବିଇଓ ସନ୍ତୋଷ କୁମାର ସାହୁ ଯୋଗ ଦେଇ ଆନୁଷ୍ଠାନିକ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷକ ରଞ୍ଜିତ ଘଡେଇ ଯୋଗ ଦେଇଥିଲେ। ଡାବୁଗାଁ କ୍ଳଷ୍ଟର ର ୧୦ ଟି ବିଦ୍ୟାଳୟ ର ୧୦୪ ଛାତ୍ର ଛାତ୍ରୀ କନିଷ୍ଠ ଓ ବରିଷ୍ଠ ବର୍ଗର ବକ୍ତୃତା, ସୃଜନ ଲିଖନ, ଚିତ୍ରାଙ୍କନ, କୁଇଜ୍, ସଙ୍ଗୀତ, ହସ୍ତାକ୍ଷର ଓ ନୃତ୍ୟ ପ୍ରତିଯୋଗିତା ରେ ଭାଗ ନେଇଥିଲେ। ସେହିପରି ମାଣ୍ଡିଆ ର ବ୍ୟେବହାର ବୃଦ୍ଧି ନେଇ ଓଡ଼ିଶା ମିଲେଟ ତରଫରୁ କନିଷ୍ଠ ଓ ବରିଷ୍ଠ ବର୍ଗର କୁଇଜ୍ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତା ରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ପ୍ରତିଯୋଗିତା ମାନଙ୍କରେ ପ୍ରଥମ ସ୍ଥାନ ପାଇଥିବା କୃତି ପ୍ରତିଯୋଗୀ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବେ। ସିଆରସିସି ପ୍ରସନ୍ନ ଦଣ୍ଡସେନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏଥିରେ ସହଯୋଗ କରିଥିଲେ ଭୂତ ପୂର୍ବ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ବନଲତା ମହାନ୍ତି, ଶିକ୍ଷକ ଦିବାକର ବାରିକ, ରତିକାନ୍ତ ନାୟକ, ଶିକ୍ଷୟତ୍ରୀ ଗିରିଶ ଵାଳା ଜେନା, ଅନିତା ବେହେରା, ପୁଷ୍ପାଞ୍ଜଳି ମଣି, ଚିନ୍ମୟୀ ପଟ୍ଟନାୟକ ଓ ସସ୍ମିତା ଭୂଇଁ। ସେହିପରି ଡାବୁଗାଁ ବ୍ଲକ ର ଘୋଡାଖୁଣ୍ଟା, ବୋରିଗାଁ, ବଡ ଓଲମା, ଜବାଗୁଡା, କୋଇଲାରି, ଚଚରାଗୁଡା ଓ ମେଦନା କ୍ଳଷ୍ଟର ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ରାଜ୍ୟ
କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ" ସୁରଭି " କାର୍ଯ୍ୟକ୍ରମ ଅନୁଷ୍ଠିତ
- Hits: 219








