ଭୁବନେଶ୍ୱର:ଶିକ୍ଷା ବର୍ଷ ୨୦୨୩-୨୪ର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଅନଲାଇନ ଆଡମିଶନ ପ୍ରକ୍ରିୟା ସରିଲା ପରେ ମୋଟ ୫,୨୦,୯୨୦ ଆସନ ମଧ୍ୟରୁ ୪,୧୧,୮୨୬ ଜଣ ବିଦ୍ୟାର୍ଥୀ ଏକାଦଶ ଶ୍ରେଣୀ ପାଇଁ ନାମ ଲେଖାଇଛନ୍ତିା ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିବା ଯେଉଁ ଛାତ୍ରଛାତ୍ରୀ ଅଦ୍ୟାବଧି ଏକାଦଶ ଶ୍ରେଣୀରେ ନାମ ଲେଖାଇ ନାହାନ୍ତି, ତାଙ୍କୁ ପୁନଶ୍ଚ ସୁଯୋଗ ଦେବା ନିମିତ୍ତ ତୃତୀୟ ପର୍ଯ୍ୟାୟ ଅନଲାଇନ ଆଡମିଶନ ଆସନ୍ତା ତା ୦୪.୧୦.୨୦୨୩ ରିଖ ଠାରୁ ଆରମ୍ଭ ହେବାକୁ ଯାଉଅଛିା ଇଛୁକ ଛାତ୍ରଛାତ୍ରୀ ମାନେ www.samsodisha.gov.in ୱେବସାଇଟ ମାଧ୍ୟମରେ ଆଡମିଶନ ସମ୍ପର୍କୀୟ ସବିଶେଷ ବିବରଣୀ ଜାଣିବା ସହିତ ଅନ୍ଲାଇନ୍ ଆବେଦନ କରିପାରିବୋ ଆବେଦନର ଶେଷ ତାରିଖ ହେଉଛି ୦୮.୧୦.୨୦୨୩ (ରାତି ୧୧.୫୫) | ଏହି ନାମ ଲେଖା ପ୍ରକ୍ରିୟାର ମେଧା ତାଲିକା ତା ୧୧.୧୦.୨୦୨୩ ରିଖ (ଦିନ ୧୧.୦୦) ପ୍ରକାଶ ପାଇବ ଏବଂ ଏହାର ଆଡମିଶନ ପ୍ରକ୍ରିୟା ତା.୧୩.୧୦.୨୦୨୩ ରୁ ୧୪.୧୦.୨୦୨୩ ମଧ୍ୟରେ ସମ୍ପାଦନ କରାଯିବା ସେହିପରି ଅପେକ୍ଷା ତାଲିକା (ୱେଟିଂ ଲିଷ୍ଟ)ରେ ଥିବା ଯୋଗ୍ୟ ପ୍ରାର୍ଥୀମାନଙ୍କର ପଞ୍ଜିକରଣ ଓ ଆଡମିଶନ ତା ୧୬.୧୦.୨୦୨୩ ରିଖରୁ ତା.୧୯.୧୦.୨୦୨୩ ରିଖ ମଧ୍ୟରେ ସମାପନ କରାଯିବା








