ଗଠନ ହେବ ବିଡିଏମପି, ଶୁନ୍ୟ ମୃତାହତ ଉପରେ ଗୁରୁତ୍ବାରୋପ
ଭଞ୍ଜନଗର/ଉଦୟନାଥ ପଣ୍ଡା: ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଚିର ସହଚର।ପ୍ରତି ବର୍ଷ ଅକ୍ଟୋବର ମାସ ଆସିଲେ ବନ୍ୟା ଓ ବାତ୍ୟାକୁ ନେଇ ଓଡିଶା ବାସୀଙ୍କ ମଧ୍ୟରେ ଛନକା ପଶିଥାଏ। ହେଲେ ଆସୁଥିବା ପ୍ରାକୃତିକ ବିପର୍ଯ୍ୟୟକୁ କିପରି ସମନ୍ୱୟ ରଖି ଆଗୁଆ ମୁକାବିଲା କରାଯିବ ସେନେଇ ବ୍ଲକ ସ୍ତରୀୟ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚଳିତ ମଙ୍ଗଳବାର ଅକ୍ଟୋବର ୩ ତାରିଖ ରେ ଭଞ୍ଜନଗର ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମ ରେ ଭଞ୍ଜନଗର ତହସିଲଦାର ଶ୍ରୀଯୁକ୍ତ ଅଚ୍ୟୁତାନନ୍ଦ ଯାନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁନ୍ୟ ମୃତାହତ କୁ ଦୃଷ୍ଟିରେ ରଖି ବ୍ଲକ ଓ ପଞ୍ଚାୟତର ସମସ୍ତ ସରକାରୀ ଅଧିକାରୀ ଓ ନିର୍ବାଚିତ ପଞ୍ଚାୟତ ର ଜନପ୍ରତିନିଧିଙ୍କ ସହ ସମନ୍ୱୟ ରଖି ପରିଚାଳନା କରିବାକୁ କହିଥିଲେ। ଏହି ଅବସରରେ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟର ପ୍ରକଳ୍ପ ଅଧିକାରୀ ଶ୍ରୀ ଦେବେନ୍ଦ୍ର ନାୟକ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା ବାବଦରେ ତାଲିମ୍ ଦେଇଥିଲେ। ବନ୍ୟା କିମ୍ବା ବାତ୍ୟା ଭଳି ଯୋକୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସିବା ପୁର୍ବରୁ ବିଭିନ୍ନ ବିଭାଗ ସହ ସ୍ଥାନୀୟ ଜନପ୍ରତିନିଧି ଙ୍କ ମିଳିତ ସମନ୍ୱୟ ରଖି ପ୍ରସ୍ତୁତ ରହିବା ପାଇଁ ଗୁରୁତ୍ବାରୋପ କରାଯାଇଛି। ଏହା ସହ ବିପର୍ଯ୍ୟୟ ସମୟରେ ଗର୍ଭବତୀ, ପ୍ରସୁତି ମହିଳା, ଛୋଟ ଶିଶୁ, ବୃଦ୍ଧ ଓ ବୃଦ୍ଧା ଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବା ସହ ବ୍ୟବହୃତ ହେବାକୁ ଥିବା ସମସ୍ତ ଯନ୍ତ୍ରାଂଶ କୁ ଆଗୁଆ ପ୍ରସ୍ତୁତ କରି ରଖିବା ଦିଗରେ ଅବଗତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଭଞ୍ଜନଗର ପଞ୍ଚାୟତ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ନରିସଭା ନାୟକ ସଭାପତିତ୍ଵ କରିଥିଲେ , କନିଷ୍ଠ ଯନ୍ତ୍ରୀ ଶ୍ୟାମଘନ ପ୍ରଧାନ, ଉପଖଣ୍ଡ ସୁଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥୀ, ସିଡିପିଓ ଶ୍ରୀମତି ବିଷ୍ଣୁପ୍ରିୟା ସେଠୀ ପ୍ରମୁଖ ମଞ୍ଚାସିନ ରହିଥିଲେ। ଭଞ୍ଜନଗର ବ୍ଲକର ତୁରୁମୁ,ବାଉଁଶଲୁଣ୍ଡି, ଡିହପଢାଳ,ଗାଲେରୀ, ହରିଗଡ,ଦୋମୁହାଣୀ,ତିଳିସିଙ୍ଗି,ବ୍ରାହ୍ମଣପଦର,କୁଲାଡ ଓ ଗୋଲାପଡା ଏପରି ୧୦ ଗୋଟି ପଞ୍ଚାୟତର ଜନପ୍ରତିନିଧି ଓ କାର୍ଯ୍ୟନିର୍ବାହୀ ଅଧିକାରୀ, ସମେତ ଅଗ୍ନିଶମ, ଭଞ୍ଜନଗର ଓ ତାରଶିଙ୍ଗି ଆରକ୍ଷୀ ଅଧିକାରୀ,ଗ୍ରାମ୍ୟ ଜଳଯୋଗାଣ, କ୍ଷୁଦ୍ର ଜଳ ବିଭାଗ,ଜଳସମ୍ପଦ,ଭାରତୀୟ ଦୂରସଂଚାର ବିଭାଗ, ଶିକ୍ଷା ବିଭାଗ, ବରିଷ୍ଟ ନାଗରିକ ସଂଘ, ଅବସର ସୈନିକସଂଘ, ବିଦ୍ୟୁତ,ଶିକ୍ଷା,କୃଷି,ଉଦ୍ୟାନ କୃଷି, ପଶୁସମ୍ପଦ,ମଛ୍ୟ,ଜଙ୍ଗଲ ବିଭାଗ ଉତର ରୁ ତିନିଜଣ, ଗାଲେରୀ,ମୁଜାଗଡ,କେନ୍ଦ୍ର ବନାଞ୍ଚଳ ଅଧିକାରୀ , ଗ୍ରାମ୍ୟ ଉନ୍ନୟନ ଓ ପୁର୍ତ୍ତ, ପରିବହନ ବିଭାଗ, ଗାଲେରୀ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ,ଘୁମୁସରୀ ଗୋପ୍ରଜାତୀ ସମିତି ସଭାପତି, ତୁରୁମୁ ବନ୍ୟା ଆଶ୍ରୟସ୍ତଳି ସଭାପତି, ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ I ବ୍ଲକ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ସମିତି , ୧୦ଗୋଟି ପଞ୍ଚIୟତ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ସମିତି ଓ ୫୪ ଗୋଟି ଗ୍ରାମ୍ୟ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ସମିତି ଗଠନ କରାଯାଇ ବିପର୍ଯ୍ୟୟ ପରିଚାଳନI ଯୋଜନାରେ ବନ୍ୟା ,ବାତ୍ୟା, ବଜ୍ରପାତ,ସାପକାମୁଡା ସମେତ ୨୦ ଗୋଟି ବିପର୍ଜ୍ୟର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯିବ ପାଇଁ କର୍ମଶାଳIରେ ସ୍ଥିର କରାଯାଇଛି। ସଭାରେ ଜିଲ୍ଲା ପ୍ରଶାସନ ଦ୍ଵାରI ଚୟନ କରIଯାଇଥିବା ନୋଡାଲ ଏନ୍. ଜି.ଓ ବାର୍ଡର ପ୍ରମୁଖ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁ ସଂଯୋଜନା କରିଥିବା ବେଳେ ବ୍ଲକର ନୋଡାଲ ଅଧିକାରୀ ପ୍ରିୟଦର୍ଶନୀ ସମସ୍ତଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ I








