ଡାବୁଗାଁ / ଯଶବନ୍ତା ପରିଛା : ବିଶ୍ଵ ହିନ୍ଦୁ ପରିଷଦ ର ୬୦ ବର୍ଷ ପୂର୍ତ୍ତି ଓ ସହିଦ ଲକ୍ଷ୍ମଣ ନାୟକ ଙ୍କ ସ୍ମୃତି ରେ ଗତ ସେପ୍ଟେମ୍ବର ୨୮ ତାରିଖ ରୁ ମାଲକାନଗିରି ଜିଲ୍ଲା ରୁ ସୌର୍ଯ୍ୟ ଜାଗରଣ ରଥ ପଶ୍ଚିମ ପ୍ରାନ୍ତ ପରିଭ୍ରମଣ ରେ ବାହାରି ଆଜି ଡାବୁଗାଁ ଓ ମାନିଗାଁ ରେ ପହଞ୍ଚିଛି। ରଥ ଅପରାହ୍ନ ୨ ଘଣ୍ଟ ସମୟରେ ସହିଦ ମାଟି ମାନିଗାଁ ପହଞ୍ଚିବା ପରେ ସେଠାରେ ପୂର୍ବରୁ ଅପେକ୍ଷା କରିଥିବା ଶତାଧିକ ମହିଳା ଓ ଗ୍ରାମବାସୀ ରଥ କୁ ଭବ୍ୟ ସ୍ଵାଗତ କରିଥିଲେ। ବାଜା , ମରଦଳ ଓ କୀର୍ତ୍ତନ କରି ଗ୍ରାମବାସୀ ରାଧାକୃଷ୍ଣ ମନ୍ଦିର ପର୍ଯ୍ୟନ୍ତ ରଥ କୁ ନେଇଥିଲେ। ସେଠାରେ ଗ୍ରାମବାସୀଙ୍କୁ ନେଇ ଏକ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଶ୍ଵ ହିନ୍ଦୁ ପରିଷଦ ର ଜିଲ୍ଲା ସଭାପତି କୃପାସିନ୍ଧୁ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶ୍ଵ ହିନ୍ଦୁ ପରିଷଦ ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ପଟ୍ଟନାୟକ, ସହ ସମ୍ପାଦକ ସୁନିଲ ବେହେରା,ନବରଙ୍ଗପୁର ପ୍ରଖଣ୍ଡ ସଭାପତି ଆନନ୍ଦ ରାଓ, ଉମରକୋଟ ପ୍ରଖଣ୍ଡ ସଭାପତି ଅଶୋକ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଆଧ୍ୟାତ୍ମିକ ସଭାରେ ଯୋଗ ଦେଇଥିବା ମୁଖ୍ୟ ଅତିଥି କୃପାରାମ ସାହୁ ସମଗ୍ର ହିନ୍ଦୁ ସମାଜ ରେ ହିନ୍ଦୁତ୍ବ ବୋଧ ସ୍ୱାଭିମାନ ଜାଗରଣ କରିବାରେ ବିଶ୍ଵ ହିନ୍ଦୁ ପରିଷଦ ଯଥେଷ୍ଟ ସଫଳ ହୋଇଥିବା କହିଥିଲେ।
୧୯୬୪ ରେ ପରିଷଦ ଗଠନ ହୋଇଥିବା ବେଳେ ୬୦ ବର୍ଷ ପୂର୍ତ୍ତି ପାଳନ କରୁଛି। ଏହି ୬୦ ବର୍ଷ ର ଯାତ୍ରାରେ ପରିଷଦ ବିବିଧ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଦ୍ବାରା ସ୍ୱାଭିମାନ ଜାଗରଣ, ବନବାସୀ ତଥା ଉପେକ୍ଷିତ ଅଞ୍ଚଳ ରେ ସେବାକାର୍ଯ୍ୟ, ଗୋ ବଂଶ ରକ୍ଷା, ମଠ ଓ ମନ୍ଦିର ର ସୁରକ୍ଷା, କନ୍ୟା ଅପହରଣ ଘଟଣାର ନିରାକରଣ, ଅନୁପ୍ରବେଶ ରୋକିବା, ବିଧ୍ୱର୍ମି ମାନଙ୍କ ଦ୍ଵାରା ହିନ୍ଦୁ ସମାଜ ଉପରେ ହେଉଥିବା ଆକ୍ରମଣ ର ପ୍ରତିବାଦ ସହ ହିନ୍ଦୁ ଧର୍ମ ର ସୁରକ୍ଷା ଓ ସଂସ୍କୃତି ରକ୍ଷା ଉପରେ କାର୍ଯ୍ୟ କରୁଥିବା କହିଥିଲେ। ଜାନୁଆରୀ ୨୦୨୪ ରେ ପରିଷଦ ର ୬୦ ବର୍ଷ ପୂର୍ତ୍ତି ଅବସରରେ ଅଯୋଧ୍ୟାରେ ଭବ୍ୟ ଶ୍ରୀ ରାମ ମନ୍ଦିର ରେ ପ୍ରଭୁ ରାଂଚନ୍ଦ୍ରଙ୍କ ବିଗ୍ରହ ପ୍ରତିଷ୍ଠା ହେବ। ତେଣୁ ହିନ୍ଦୁ ଯୁବକ ମାନଙ୍କ ମଧ୍ୟରେ ନିଜର ପୁର୍ବଜ ମାନଙ୍କର ବଳିଦାନ ଓ ପ୍ରେରଣା କୁ ଜାଗ୍ରତ କରାଇବା ସହ ରାଷ୍ଟ୍ର ଓ ଧର୍ମ ପାଇଁ ନିଜକୁ ସମର୍ପଣ ଭାବ ଜାଗ୍ରତ କରାଇବା ଉଦ୍ଦେଶ୍ୟରେ ସୌର୍ଯ୍ୟ ଜାଗରଣ ରଥ ପରିକ୍ରମା କରୁଥିବା କହିଥିଲେ। ଏହି ରଥ ସେପ୍ଟେମ୍ବର ୨୮ ତାରିଖରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ର ପଶ୍ଚିମ ପ୍ରାନ୍ତ ଯାତ୍ରା କରିବ। ଏହି ଆଧ୍ୟାତ୍ମିକ ସଭାପରେ ରଥ ଅପରାହ୍ନ ୪ ଘଣ୍ଟ ସମୟରେ ଡାବୁଗାଁ ରେ ପହଞ୍ଚିଥିଲା। ଡାବୁଗାଁ ପଥପ୍ରାନ୍ତ ସେବାକେନ୍ଦ୍ର ଠାରେ ବିଶ୍ଵ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ଭବ୍ୟ ସ୍ଵାଗତ କରାଯାଇଥିଲା। ଏହାପରେ ରଥ ଉମରକୋଟ ଅଭିମୁଖେ ଯାଇଥିଲା।
ରାଜ୍ୟ
ସୌର୍ଯ୍ୟ ଜାଗରଣ ରଥକୁ ଡାବୁଗାଁ ଓ ମାନିଗାଁରେ ଭବ୍ୟ ସ୍ଵାଗତ
- Hits: 335








