ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ବାଡି ପଡିଆ ଠାରେ ଜିଲ୍ଲା ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ସାଇବର ସୁରକ୍ଷା ସଚେତନତା ସଭା ଏବଂ ସାଇବର ସୁରକ୍ଷା ଅଭିଯାନ ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ୍. କୁମାର ଅଧ୍ୟକ୍ଷତା କରି ସାଂପ୍ରତିକ ଡିଜିଟାଲ ଦୁନିଆରେ ସାଇବର ଅପରାଧ ସମାଜ ପାଇଁ ଏକ ବଡ଼ ବିପତ୍ତି ପାଲଟି ଯାଇଛି। ଆମମାନଙ୍କ ମଧ୍ୟରେ ସଚେତନତାର ଘୋର ଅଭାବ ଯୋଗୁଁ ସାଇବର କ୍ରାଇମ୍ ଘଟୁଥିବା ହେଉଛି ଏହାର ମୁଖ୍ୟ କାରଣ।
ଆମ ସମାଜ ତଥା ଜନସାଧାରଣଙ୍କୁ ସାଇବର ଅପରାଧରୁ ସୁରକ୍ଷା ଦେବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ କରାଯାଇଛି।
ସାଇବର ସୁରକ୍ଷାର ରହିଥିବା ନୀତି ନିୟମ ଗୁଡିକ ଅବଲମ୍ବନ କରିବା ସହ ସାଇବର ବିପଦ ଉପରେ ସଜାଗ ରହିବାକୁ ଆହ୍ବାନ କରି ଜିଲ୍ଲାର ଅଧିକାଂଶ ଲୋକଙ୍କ ପାଖରେ ଏହି ସାଇବର ସୁରକ୍ଷା ସଚେତନତା କିଭଳି ପହଞ୍ଚି ପାରିବ , ଏହାହିଁ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ୍.କୁମାର କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମତି ରଞ୍ଜନ ପ୍ରଧାନ , ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗାବରା ତିରୁପତି ରାଓ , ଏସଡିସି ଅଧ୍ୟକ୍ଷା ଶ୍ରୀମତୀ ମରିଅମ୍ ରଇତ , ଡିଏଫଓ ଶ୍ରୀ ଏସ୍. ଆନନ୍ଦ , ପାରଳା ପୌରଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ଏଡିଏମ ଶ୍ରୀ ରାଜେନ୍ଦ୍ର ମିଞ୍ଜ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ସାଇବର ସୁରକ୍ଷା ଓ ସେ ଦିଗରେ ସଚେତନତା ଓ ସତର୍କତାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ।
ଏହି ଅବସରରେ ଏସପି ସ୍ଵାତୀ ଏସ୍ କୁମାର ଙ୍କ ସମେତ ଅନ୍ୟ ଅତିଥି ମାନେ ଜିଲ୍ଲାବ୍ୟାପୀ ସାଇବର ସୁରକ୍ଷା ଉପରେ ସଚେତନତା ପ୍ରଚାର ପାଇଁ ବାହାରିଥିବା ସଚେତନତା ଅଭିଯାନ ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ଏଥି ସହିତ ଏକ ସଚେତନତା ପଦଯାତ୍ରା ଓ ସଚେତନତା ମୋଟର ସାଇକଲ ରାଲି ବାହାରି ଥିଲା। ଡିଏସପି ରାଜ କିଶୋର ଦାସ ସଭା କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ଡିଏସପି ଶ୍ରୀ ବୁରୁଡ଼ା ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ଜିଲ୍ଲାସ୍ତରୀୟ ସାଇବର ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଓ ସୁରକ୍ଷା ଅଭିଯାନ ରଥର ଶୁଭାରମ୍ଭ
- Hits: 242









