ହେଡଲାଇନସ୍:

ଗ୍ରାମବାସୀ ଓ ଛାତ୍ର ଛାତ୍ରୀ ମାନଙ୍କ ସହ ମିଶି ଗ୍ରାମକୁ ସଫା କଲେ ସିଆରପିଏଫ ଯବାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଗତ ଏକ ଦଶନ୍ଧି ରୁ ଉର୍ଦ୍ଧ୍ବ ସମୟ ହୋଇଗଲା ପଦ୍ମପୁର ଅଞ୍ଚଳ ରେ ମାଓବାଦୀ ଗତିବିଧି ଉପରେ ଅଙ୍କୁଶ ଲଗେଇବା ପାଇଁ ସରକାର ଙ୍କର ତରଫରୁ ମୁଖ୍ୟତଃ ପାଇକମାଲ ବ୍ଲକର ଗନ୍ଧମାର୍ଦ୍ଦନ ପାର୍ବତ ର ପାଦ ଦେଶରେ ଅବସ୍ଥିତ କେରମେଲାବାହାଲ , ପାଇକମାଲ ଓ ବରତୁଣ୍ଡା ତଥା ଝାରବନ୍ଧ ବ୍ଲକ ର ଜଗଦଲପୁର ଠାରେ ସିଆରପିଏଫ ର ଚାରି ଗୋଟି କମ୍ପାନୀ ମୁତୟନ ରହି ମାଓ ଗତିବିଧି ଉପରେ ନିୟନ୍ତ୍ରଣ କରବା ସହିତ ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ପ୍ରଦାନ କରି ଆସୁଅଛି । ମୁଖ୍ୟତଃ ଦେଶର ଆଭ୍ୟନ୍ତରିଣ ସୁରକ୍ଷା ସହ ଦେଶ ନିର୍ମାଣରେ ସଦାସର୍ବଦା ନିଜର ପ୍ରଶଂସନୀୟ ଯୋଗଦାନ ଦେଇ ତଥା ନିଜର ପୋଷ୍ଟିଂ ଏରିଆ ରେ ଲୋକଙ୍କ ପାଇଁ ସିଭିକ ଆକ୍ସନ ପ୍ରୋଗ୍ରାମ ମାଧ୍ୟମରେ ବିଭିନ୍ନ ପ୍ରକାର ସଚେତନତା , ସହାୟତା ତଥା ସେବା ଯୋଗାଇ ନିଜର ପୋଷ୍ଟିଂ ଏରିଆ ର ତଥା ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କର ଆସ୍ଥା ଭାଜନ ହୋଇ ପାରୁଛି ସିଆରପିଏଫ । ସିଆରପିଏଫ ଯବାନ ମାନେ ବିଭିନ୍ନ ସମୟରେ ଜନସାଧାରଣ ମାନଙ୍କ ନିମନ୍ତେ ସ୍ଥାନୀୟ ଲୋକଙ୍କୁ ସାମିଲ କରି ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ କରିଥାନ୍ତି । ଏହି କ୍ରମରେ ଆଜି ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଗୋଲ୍ଫ 19 ବାଟାଲିୟନର ' ଜି ' କମ୍ପାନୀ ମୁତୟନ ଥିବା କେରମେଳାବାହାଲ ର କମ୍ପାନୀ କମାଣ୍ଡିଙ୍ଗ ଅଫିସର ଐଶ୍ୱର୍ଯ୍ୟା ଜୋଇ ଏମ ଙ୍କ ନେତୃତ୍ୱରେ ଏବଂ କେରମେଳାବାହାଲ ସରପଞ୍ଚ ମମତା ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କେରମେଳାବାହାଲ ଗ୍ରାମ , ବଜାର ପରିସର ,ସ୍କୁଲ ଓ ଖେଳ ପଡିଆ ସହ ବିଭିନ୍ନ ସ୍ଥାନରେ ସଫେଇ କରାଯାଇଥିଲା । ସଫେଇ ଆରମ୍ଭ ହେବା ଆଗରୁ କମ୍ପାନୀ କମାଣ୍ଡିଙ୍ଗ ଅଫିସର ଐଶ୍ୱର୍ଯ୍ୟା ଜୋଇ ଏମ ଉପସ୍ଥିତ ଥିବା ସମସ୍ତଙ୍କୁ ସ୍ୱଚ୍ଛ ଭାରତ ଓ ସଫେଇ ଅଭିଯାନ କୁ ନେଇ ଏକ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ କେରମେଳାବାହାଲ ଗ୍ରାମବାସୀ ,କେରମେଳାବାହାଲ ଉନ୍ନତ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ,ଅଙ୍ଗନବାଡ଼ି ଓ ଅନେକ ମହିଳା ଉପସ୍ଥିତ ଏହି ଯବାନ ମାନଙ୍କ ସହ ସଫେଇ କରିଥିଲେ । ପରିଶେଷରେ ସିଆରପିଏଫ ଇନ୍ସପେକ୍ଟର ରାଜେଶ କୁମାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରିଥିଲେ ।

0
0
0
s2sdefault