ହେଡଲାଇନସ୍:

ଆରମ୍ଭ ହେଲା ସାଇବର ନିରାପତ୍ତା ଅଭିଯାନ ରଥ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର ୦୨/୧୦: ବଲାଙ୍ଗିରରେ ସାଇବର ନିରାପତ୍ତା ଅଭିଯାନ ୨୦୨୩ ସ୍ଥାନୀୟ କୋଶୋଲ କଳା ମଣ୍ଡଲ ପଡିଆ ଠାରେ ଅନୁଷ୍ଠିତ ହେଇଛି । ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, ଜିଲ୍ଲାପରିଷଦ ଚେୟାରମ୍ୟାନ ଶ୍ରୀମତୀ ଦେବକୀ ସାହୁ , ମ୍ୟୁନିସିପାଲିଟି ଚେୟାରମ୍ୟାନ ଶ୍ରୀମତୀ ଲିକା ସାହୁ , ଜିଲ୍ଲା ଜଜ ଶ୍ରୀ ଲଲାଟେନ୍ଦୁ ଜେନା, ଆରକ୍ଷୀ ଅଧିକ୍ଷକ ଖିଲାରି ଋଷିକେଶ ଦ୍ୟାନଦେଓ , ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ କୁମାର ନାୟକ , ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ କୁଳପତି ଡ. ଊମାବଲଭ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ସ୍ଵାଗତ ଭାଷଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ କୁମାର ନାୟକ ଦେବା ସହ ସାଇବର ନିରାପତ୍ତା ଅଭିଯାନ ୨୦୨୩ ବିଷୟରେ ବିବରଣୀ ଦେଇଥିଲେ । ମୁଖ୍ୟ ଅତିଥି ପତାକା ଦେଖେଇ ସାଇବର ନିରାପତ୍ତା ରଥ ଶୁଭାରମ୍ଭ କରିଥିଲେ ।
ପ୍ରଗତି ଏବଂ ଡିଜିଟାଲ ଯୁଗରେ ସାଇବର ନିରାପତ୍ତା ର ମାହାତ୍ମ୍ୟ ଅନେକ । ଅନେକ ପ୍ରକାରର ଟଙ୍କା ଆଦାନ ପ୍ରଦାନକାରୀ, ଗେମିଂ, ଲୋନ ତଥା ସାମାଜିକ ଗଣମାଧ୍ୟମ ଭଳି ଆପ ଦ୍ଵାରା ଲୋକ ଠକାମିରେ ପଡ଼ୁଛନ୍ତି ଏବଂ ଟଙ୍କା ହରାଉଛନ୍ତି । ସାଇବର ସେବା ପ୍ରତି ଲୋକଙ୍କ କମ ଅଭିଜ୍ଞତା ଯୋଗୁଁ ଧନ ହାନି ଘଟୁଛି । ଏପରିକି ପ୍ରାଣ ହାନି ର ମଧ୍ୟ ନଜିର ଅଛି । ଏହାର ପ୍ରତିକାର ସ୍ୱରୂପ ସାଇବର ନିରାପତ୍ତା ଅଭିଯାନର ରଥ ଲୋକଙ୍କୁ ଅନେକ ବିଷୟରେ ସଚେତନ କରେଇବ । ଏହାଦ୍ବାରା ଲୋକ ସଚେତନ ହେଇ ଅନ୍ୟମାନଙ୍କୁ ସଚେତନ କରେଇବେ । ଏହାସହ ୧୯୩୦ କିମ୍ବା ୧୧୨ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି ହେଇଛି । ଏହା ସହାୟତା ରେ ଠକାମିର ଶିକାର ହେଇଥିବା କିମ୍ବା ଠକାମିର ଆଭାସ ପାଇଥିବା ବ୍ୟକ୍ତି ଅଭିଯୋଗ ଦାଖଲ କରିପାରିବ । ନିକଟସ୍ଥ ଥାନା ରେ ମଧ୍ୟ ଏ ବିଷୟରେ ଅଭିଯୋଗ କରିପାରିବେ । “ଗୋଟିଏ ଲୋନ ଆପ” , “ଶିଶୁ ଅଶ୍ଳୀଳତା” କୁ ପାଥେୟ କରି ଦୁଇଟି ଭିଡିଓ ବାର୍ତ୍ତା ଦ୍ଵାରା ଲୋକଙ୍କୁ ସଚେତନ କରାଯିବ । ସାଇରା ନାମକ ମାସ୍କଟ କୁ ଡିଜାଇନ କରାଯାଇଛି ଯାହା ଅଭିଯାନ କୁ ପ୍ରତିନିଧିତ୍ଵ କରିବ । ଆଶା କର୍ମୀ , ମିସନ ଶକ୍ତି ମହିଳା , ଅଙ୍ଗନବାଡି କର୍ମୀ ଙ୍କୁ ନେଇ ତୃଣମୂଳ ସ୍ତର ରେ ଅଭିଯାନ ର ମୁଖ୍ୟ ସାଜିବେ । ଅନଲାଇନ,ଅଫଲାଇନ ଉଭୟ ମାଧ୍ୟମ ରେ ଏହାର ପ୍ରଚାର ପ୍ରସାର ହେବ ।
ବଲାଙ୍ଗିର ଜିଲ୍ଲା ରେ ସାଇବର ନିରାପତ୍ତା ସଚେତନତା ପାଇଁ ଦୁଇଟି ସାଇବର ରଥ ବୁଲିବ । ଏହି ରଥ ଆସନ୍ତା ଅକ୍ଟବର ମାସ ୧୫ ତାରିଖ ଯାଏଁ ଜିଲ୍ଲାର ଭିଭିନ୍ନ ଅଞ୍ଚଳର ସ୍କୁଲ, କଲେଜ, ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ବୁଲିବ । ଏହି କାର୍ଯ୍ୟକ୍ରମମାନଙ୍କୁ ସ୍ଥାନୀୟ ଥାନାଧିକାରୀ ମାନେ ସଂଚାଳନ କରିବେ । ରଥ ରେ ବିଭିନ୍ନ ପ୍ରକାର ସଚେତନତା ଭିଡିଓ ପ୍ରଦର୍ଶିତ ହେବ । ଏଥିରେ କୁଇଜ ପ୍ରତିଯୋଗୀତା ଅନୁଷ୍ଠିତ ହେବ । କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବ । ସେହିଭଳି ପଥପ୍ରାନ୍ତ ନାଟକର ମାଧ୍ୟମରେ ସଚେତନତା କରାଯିବ କାର୍ଯ୍ୟକ୍ରମ ଅଛି ।
ଆଜି କାର୍ଯ୍ୟକ୍ରମ ଅନୁସାରେ ବିଭିନ୍ନ ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ ସାଇବର ଲେଖା ହେଇଥିବା ମଣିଷ ଶୃଙ୍ଖଳ ବନେଇଥିଲେ । ରୁକମଣ ବିଶ୍ଵାଳ ଗୀତ ଗାଈ ସଭାରେ ଉପସ୍ଥିତ ଜନସାଧାରଣଙ୍କ ମନୋରଞ୍ଜନ କରିଥିଲା ବେଳେ ସ୍ଥାନୀୟ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିଥିଲେ ।

0
0
0
s2sdefault