ହେଡଲାଇନସ୍:

ଗାନ୍ଧୀ ଜୟନ୍ତୀ ପାଳିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାରସକଣା ରୁ ଶ୍ରୀ ଦିପୁ କୁମାର ମହାପାତ୍ର ।:: ମୟୁରଭଂଜ ଜିଲ୍ଲା ସରସକଣା ବ୍ଲକ ସ୍ଥିତ ସିମାନ୍ତ ମହାବିଦ୍ୟାଳୟ ଓ ଶରତପାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଶରତପାଳ ମାଧ୍ୟମିକ ବିଦ୍ୟାଳୟ ର ଏନ .ଏସ, ଏସ.କାର୍ଯ୍ୟକାରୀ ଅଧ୍ୟାପକ ମାନସ କୁମାର ପତି ଏବଂ ଅଧ୍ୟାପିକା ସୁଜାତା ପଟ୍ଟନାୟକ ଙ୍କ ସହଯୋଗରେ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ବିଦ୍ୟାଳୟରେ ସୁଜାତା ପଟ୍ଟନାୟକ ଙ୍କ ସଭାପତିତ୍ଵ ରେ ଏକ ସଭା ଆୟୋଜନ ହୋଇଥିଲା ,ଇତ୍ୟବସରରେ ଛାତ୍ର ଛାତ୍ରୀ ମାନେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ଜନ୍ମ ଓ ଜୀବନୀ ବିଷୟରେ ଆଲୋକ ପାତ କରିଥିଲେ।

ଅହିଂସା ପରମ ଧର୍ମ ଏବଂ ସ୍ୱଚ୍ଛତା ଏକ ସେବା ଏହି ବାତ୍ୟା ଅଧ୍ୟାପକ ମାନେ ବୁଝାଇଥିଲେ। ସେହିପରି ସୀମାନ୍ତ ମହାବିଦ୍ୟାଳୟରେ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ଜନ୍ମ ଜୟନ୍ତୀ ଶ୍ରୀ ଯୁକ୍ତ ପ୍ରଦ୍ୟୁମ୍ନ ବସା ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇ ଥିବା ବେଳେ ଅଧ୍ୟାପକ ଶିଶିର କୁମାର ପଟ୍ଟନାୟକ,ଶରତ କୁମାର ପଢ଼ିହାରି ଉପସ୍ଥିତି ରହିଥିବା ସହିତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଏବଂ ଅଧ୍ୟାପିକା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଶ୍ରୀ ଯୁକ୍ତ ବସା ଆତ୍ମନିର୍ଭରଶୀଳତା ଏବଂ ସମର୍ପିତ ମନୋଭାବ ର ମନ୍ତ୍ର ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଦାନ କରିଥିଲେ । ପରିଶେଷରେ ତୃତୀୟ ବର୍ଷର ଛାତ୍ରୀ ରତନୀ କିସ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। 

0
0
0
s2sdefault