ହେଡଲାଇନସ୍:

୧୨୨ତମ ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ୱିଣ୍ଡୋ କ୍ଲିୟରାନ୍ସ କମିଟି ଅଥରିଟି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ୧୯ଟି ନୂଆ ପ୍ରକଳ୍ପକୁ ଅନୁମୋଦନ ସହ ଓଡ଼ିଶାର ଅର୍ଥନୈତିକ ପ୍ରଗତି ଜାରି

  • ୩,୬୬୩ କୋଟି ଟଙ୍କାର ପ୍ରକଳ୍ପରେ ପ୍ରାୟ ୧୩,୬୬୩ ନିଯୁକ୍ତି ସମ୍ଭାବନା

ଭୁବନେଶ୍ୱର:  ୧୨୨ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ) ବୈଠକରେ ଓଡ଼ିଶାର ଶିଳ୍ପ ବିକାଶର ଉତ୍କର୍ଷତା ଅଭିମୁଖେ ଯାତ୍ରାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଆଜିର ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ ବୈଠକରେ ୧୯ଟି ରୂପାନ୍ତରଣକାରୀ ପ୍ରକଳ୍ପକୁ ଅନୁମୋଦନ ଦିଆଯିବା ସହ ଶିଳ୍ପ କ୍ଷେତ୍ରରେ ଏକ ପସନ୍ଦର ନିବେଶ ସ୍ଥଳ ଭାବେ ଏହା ରାଜ୍ୟର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି । ବୈଠକରେ ମୋଟ ୩,୬୬୩ କୋଟି ଟଙ୍କା ବିନିଯୋଗରେ ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ପ୍ରାୟ ୧୩,୬୬୩ ନିଯୁକ୍ତି ସୃଷ୍ଟି ହେବର ଲକ୍ଷ୍ୟ ରହିଛି, ଯାହା ରାଜ୍ୟର ନିଯୁକ୍ତି ସୃଷ୍ଟି ଏବଂ ନିରନ୍ତର ବିକାଶ ପାଇଁ ଦୃଢ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।
୧୨୨ତମ ଏସଏଲଏସଡବ୍ଲୁସିଏ ଏକାଧିକ ଶିଳ୍ପ କ୍ଷେତ୍ରରେ ବିବିଧତା ଆଣିବା ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ଦର୍ଶାଯାଇଥିଲା । ଓଡ଼ିଶାର ଉତ୍ପାଦନ କ୍ଷମତାକୁ ଆହୁରି ସୁଦୃଢ଼ କରୁଥିବା ପୋଷାକ ଏବଂ ବୟନ ଶିଳ୍ପ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇ ପ୍ରକଳ୍ପଗୁଡିକୁ ଅନୁମୋଦନ କରାଯାଇଥିଲା । ଆଧୁନିକ ଉତ୍ପାଦନ ଓ ସ୍ଥାୟୀ ସାମଗ୍ରୀ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ପ୍ଲାଷ୍ଟିକ ଶିଳ୍ପକୁ ପ୍ରୋତ୍ସାହନ ମିଳିଛି ।
ରାଜ୍ୟର ସମୃଦ୍ଧ ଖଣିଜ ସମ୍ପଦ ଅଂଚଳ ଏବଂ ଧାତବ ବିଜ୍ଞାନ ଦକ୍ଷତା ଉପରେ ଆଲୋକପାତ କରାଯିବା ପୂର୍ବକ ଉଭୟ ପ୍ରାଥମିକ ଇସ୍ପାତ ଶିଳ୍ପ ଓ ଇସ୍ପାତ ଉପରେ ନିର୍ଭରଶୀଳ ଡାଉନ୍ ଷ୍ଟ୍ରିମ୍ ଶିଳ୍ପ ପ୍ରକଳ୍ପଗୁଡିକର ଅନୁମୋଦନ କରାଯାଇଥିଲା । ସ୍ଥାୟୀ ଏବଂ ସବୁଜ ଶକ୍ତି ସମାଧାନ ପାଇଁ ଓଡ଼ିଶାର ପ୍ରତିବଦ୍ଧତାର ପ୍ରତିଫଳନ ସ୍ୱରୂପ ଅକ୍ଷୟ ଶକ୍ତି ଏକ ପ୍ରାଥମିକତା ଭାବରେ ଉଭା ହୋଇଛି । ରାଜ୍ୟର କୃଷି ସମ୍ଭାବନାକୁ ଉପଯୋଗ କରାଯାଇ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଛି । ବିଶେଷ କରି ଦ୍ରବ୍ୟ ପରିବହନ କ୍ଷେତ୍ରରେ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ପର୍ଯ୍ୟଟନ କ୍ଷେତ୍ରର ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଓଡ଼ିଶାର ସାଂସ୍କୃତିକ ଓ ପ୍ରାକୃତିକ ଆକର୍ଷଣର ଫାଇଦା ଉଠାଇବା ପାଇଁ ପ୍ରୋତ୍ସାହିତ କରାଯାଇଥିଲା । ୧୦ଟି ଜିଲ୍ଲାରେ ଏହି ସବୁ କ୍ଷେତ୍ରରେ ବ୍ୟାପକ ଶିଳ୍ପ ବିକାଶ ରଣନୀତିର ସଙ୍କେତ ଦେଉଛି ।
ହଂକଂର ଏକ ପୋଷାକ ନିର୍ମାତା “ଏପିକ୍ ଗ୍ରୁପ୍” ବିଶ୍ୱର କେତେକ ଅଗ୍ରଣୀ ବ୍ରାଣ୍ଡ୍ ର ସେବା ପାଇଁ ପ୍ରସିଦ୍ଧ, ଯାହା ଓଡ଼ିଶାରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ)କୁ ପ୍ରୋତ୍ସାହିତ କରିବାକୁ ଯାଉଛି । “ଏପିକ୍ ଗ୍ରୁପ୍” ଗ୍ରୁପର ସହାୟକ ସଂସ୍ଥା “ଟ୍ରାଇମେଟ୍ରୋ ଗାର୍ମେଣ୍ଟସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍” ଏହାର ପୋଷାକ ଉତ୍ପାଦନ ସୁବିଧା ପାଇଁ ୩୭୬.୮୫ କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା କରୁଛି, ଯାହାଫଳରେ ଖୋର୍ଦ୍ଧାରେ ୭,୦୫୦ ଜଣଙ୍କୁ ନିଯୁକ୍ତି ମିଳିବାର ସୁଯୋଗ ସୃଷ୍ଟି ହୋଇଛି ।
ଟାଇମ୍ ଟେକ୍ନୋପ୍ଲାଷ୍ଟ ଲିମିଟେଡ୍ ଏବଂ ଓରିକନ୍ ଏଣ୍ଟରପ୍ରାଇଜ୍ ଲିମିଟେଡ୍ ଯଥାକ୍ରମେ ୫୭.୦୦ କୋଟି ଟଙ୍କା ଏବଂ ୯୦.୦୦ କୋଟି ଟଙ୍କା ନିବେଶରେ ଖୋର୍ଦ୍ଧାରେ ସେମାନଙ୍କ ଉତ୍ପାଦନ ୟୁନିଟ୍ ସହିତ ପ୍ଲାଷ୍ଟିକ୍ କ୍ଷେତ୍ରର ଉନ୍ନତି କରିବାକୁ ଯାଉଛନ୍ତି । ନେଜୋନ୍ ଷ୍ଟିଲ୍ ଉତ୍କଳ ଏଲଏଲପି, ଆଡଭାନ୍ସ ଷ୍ଟିଲ୍ ଟ୍ୟୁବସ୍ ଲିମିଟେଡ୍, ନିର୍ମଳ ଷ୍ଟିଲସ୍ ପ୍ରାଇଭେଟ୍ ଲିମିଟେଡ୍, ରୁଙ୍ଗଟା ମାଇନ୍ସ ଲିମିଟେଡ୍, ଫେରୋ ଟେକ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଏବଂ ସୁପର ସୋନିକ୍ ଲଜିଷ୍ଟିକ୍ ପ୍ରାଇଭେଟ୍ ଲିମିଟେଡ୍ ସମେତ ଅନେକ କମ୍ପାନୀର ପୁଞ୍ଜିନିବେଶ ଯୋଗୁଁ ରାଜ୍ୟରେ ଇସ୍ପାତ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । କଳିଙ୍ଗନଗର, ଢେଙ୍କାନାଳ ଓ ସୁନ୍ଦରଗଡ଼ ଭଳି ଅଞ୍ଚଳରେ ଏହି କମ୍ପାନିଗୁଡ଼ିକ ସାମଗ୍ରିକ ଭାବେ ୨ହଜାର କୋଟିରୁ ଅଧିକ ଟଙ୍କା ନିବେଶ କରିଛନ୍ତି । ଉଲ୍ଲେଖଯୋଗ୍ୟ, ନେଜୋନ ଷ୍ଟିଲ୍ ଉତ୍କଳ ଏଲଏଲପି ଏହାର ଦ୍ୱିତୀୟ ୟୁନିଟ୍ ପ୍ରତିଷ୍ଠା ସହିତ ଏହାର ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ଯାଉଛି ।
ଅକ୍ଷୟ ଶକ୍ତି କ୍ଷେତ୍ରରେ ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ (ଏମସିଏଲ୍) ଏବଂ ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ (ଓପିଜିସିଏଲ୍) ଯଥାକ୍ରମେ ୨୯୭.୬୧ କୋଟି ଟଙ୍କା ଏବଂ ୨୧୫.୦୦ କୋଟି ଟଙ୍କା ବିନିଯୋଗରେ ସୌର ଶକ୍ତି ପ୍ଲାଣ୍ଟ ଆରମ୍ଭ କରୁଛନ୍ତି । ଚନ୍ଦନପୁରସ୍ଥିତ ପ୍ରଗତି ମିଲ୍କ ପ୍ରଡକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ର ଆଇସ୍କ୍ରିମ୍ ଓ ବେକ୍ଡ୍ ପ୍ରଡକ୍ଟ ଉତ୍ପାଦନ କାରଖାନା ଏବଂ ପାରଳାଖେମୁଣ୍ଡିସ୍ଥିତ କୋଷ୍ଟାଲ୍ ବାୟୋଟେକ୍ ପ୍ରାଇଭେଟ୍ ଲିମିଟେଡ ର ଆଧୁନିକ ରାଇସ୍ ମିଲ୍ ଭଳି ଘରୋଇ କମ୍ପାନୀରୁ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଉପକୃତ ହେବାକୁ ଯାଉଛି ।
ଉଭୟ ଗତି ଶକ୍ତି ମଲ୍ଟି-ମୋଡାଲ୍ ଟର୍ମିନାଲ ଯୋଜନା ଅଧୀନରେ ଘରୋଇ ଫ୍ରେଟ୍ ଟର୍ମିନାଲ ସ୍ଥାପନ କରୁଥିବା କୋଲି କମର୍ସିଆଲ ଏଲଏଲପି ଏବଂ ବିମଳା ଇନଫ୍ରାଷ୍ଟ୍ରକଚର (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡ ଭଳି ପ୍ରକଳ୍ପ ଦ୍ୱାରା ଭିତ୍ତିଭୂମି ବିକାଶକୁ ପ୍ରୋତ୍ସାହନ ମିଳିବ । କୃପାଳୁ କୁଞ୍ଜ ପକ୍ଷରୁ ଯାଜପୁରରେ ବାର୍ଷିକ ୪୬ ହଜାର ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ କମ୍ପ୍ରେସଡ ବାୟୋଗ୍ୟାସ୍ ଓ ଫର୍ମେଣ୍ଟେଡ୍ ଜୈବିକ ସାର କାରଖାନା ସ୍ଥାପନ କରାଯାଉଛି, ଯେଉଁଥିରେ ୭୩.୨୫ କୋଟି ଟଙ୍କା ବିନିଯୋଗ ଓ ୧୩୮ ନିଯୁକ୍ତି ସମ୍ଭାବନା ରହିଛି । ସେହିପରି ପାରାଦୀପ, ଜଗତସିଂହପୁରରେ ମେଫେୟାର ହୋଟେଲ ଆଣ୍ଡ ରିସୋର୍ଟସ ଲିମିଟେଡର କନଭେନସନ ସେଣ୍ଟର ଏଠାରେ ୨୦ଟି କୋଠରୀ ପ୍ରତିଷ୍ଠା ଯୋଗେ ଏହାର କ୍ଷମତାକୁ ସଂପ୍ରସାରିତ ଫଳରେ ଏହା ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଉଜ୍ଜ୍ୱଳ କରିବାର ସମ୍ଭାବନା ରଖୁଛି । ପୋଷାକଠାରୁ ଆରମ୍ଭ କରି ଅକ୍ଷୟ ଶକ୍ତି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ରହିଥିବା ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ବହୁମୁଖୀ ଅଭିବୃଦ୍ଧି ରଣନୀତିକୁ ଦର୍ଶାଉଛି । ଏହି ଉଦ୍ୟୋଗଗୁଡ଼ିକ ଯେତିକି ପାଖେଇ ଆସୁଛି, ଓଡ଼ିଶା ଶିଳ୍ପ ଅଭିବୃଦ୍ଧି ଓ ଉଦ୍ଭାବନ କ୍ଷେତ୍ରରେ ଦ୍ରୁତ ବିକାଶର ଧାରା ବଜାୟ ରଖୁଛି ।
ପାରମ୍ପରିକ ସମ୍ବଳର ସୁବିଧାକୁ ଆଧୁନିକ ଉଦ୍ଭାବନ ସହ ମିଶାଇ ଓଡ଼ିଶା ଆଜି ଶିଳ୍ପ ପୁନରୁଦ୍ଧାରରେ ଆଗକୁ ବଢୁଛି । ରାଜ୍ୟର ରଣନୈତିକ ଦୃଷ୍ଟିକୋଣ, ସ୍ଥାୟୀ ଏବଂ ସାମଗ୍ରିକ ଅଭିବୃଦ୍ଧି ପ୍ରତି ଏହାର ପ୍ରତିବଦ୍ଧତା ସହିତ ଏହା କେବଳ ଜାତୀୟ ଏବଂ ବୈଶ୍ୱିକ ନିବେଶକମାନଙ୍କୁ ଆକୃଷ୍ଟ କରୁନାହିଁ ବରଂ ସାମଗ୍ରିକ ବିକାଶ ପାଇଁ ଏକ ମାନଦଣ୍ଡ ମଧ୍ୟ ସ୍ଥାପିତ କରୁଛି । ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏହା ନିଶ୍ଚିତ ଭାବେ ଓଡ଼ିଶାର ଶିଳ୍ପ ଦକ୍ଷତା ଓ ଅର୍ଥନୈତିକ ସମୃଦ୍ଧିର କ୍ଷମତାକେନ୍ଦ୍ର ହେବା ଦିଗରେ ଏହାର ଯାତ୍ରାକୁ ପ୍ରୋତ୍ସାହିତ କରିବ । ଏସବୁକୁ ଆଖି ଆଗରେ ରଖି ଓଡିଶା ସମସ୍ତଙ୍କୁ "ଆସ, ମହାକୁମ୍ଭରେ ଯୋଗ ଦିଅ", ଆହ୍ୱାନ ଦେଇ ରାଜ୍ୟରେ ଶିଳ୍ପ ବିକାଶରେ ଅଗ୍ରଣୀ ଭୂମିକା ନିର୍ବାହ କରିଛି ।
ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ୱିଣ୍ଡୋ କମିଟିର ଅନୁମୋଦନ ଲାଭ କରିଥିବା ପ୍ରକଳ୍ପଗୁଡିକ ବିଶଦ୍ ବିବରଣୀ ନିମ୍ନରେ ଉଲ୍ଲେଖ କରାଗଲା:-

 

S.No

Project Name

Project Description

Project Cost   

(Rs in Cr)

Employment (Potential)

Sector

Location

1

Trimetro Garments India Pvt. Ltd. (EPIC Group Company)

Apparel manufacturing facility

376.85

7,050

Apparel & Textiles

Khurdha

2

Time Technoplast Limited

Manufacturing unit of Extrusion Articles PipesFilms Comp Cylinders, Injection moulded Crates pails Pallets & Blow Molded Drum IBC Containers with annual capacity of 6,500 MT

57.00

325

Plastic

Khurdha

3

Oricon Enterprise Limited

Manufacturing unit of Pet Preform & Plastic Closure with annual capacity of 18,000 MT

90.00

214

Plastic

Khurdha Industrial Estate

4

Nezone Steel Utkal LLP

60,000 MT CR Precision Pipes and 1,50,000 MT Black and HRPO (Hot rolled pickled and oiled steel)

275.00

265

Steel (Downstream)

Kalinga Nagar, Jajpur

5

Advance Steel Tubes Limited

100,000 MT steel pipes manufacturing unit

51.00

160

Steel (Downstream)

Kalinga Nagar, Jajpur

6

Nirmal Steels Private Limited

a 4,80,000 MT hot rolled products of steel manufacturing facility

450.08

500

Steel

Kalinga Nagar, Jajpur

7

Rungta Mines Ltd

Expansion of its Ferro Alloy plant from 0.055 MTPA to 0.293 MTPA along with 3 MTPA Coal Washery and 150 MW CPP

950.00

1,200

Steel (Ferro Alloys)

Dhenkanal

8

Ferro Tech India Private Limited

1,25,000 MT ERW Pipes manufacturing unit

170.00

800

Steel (Downstream)

Sundergarh

9

Pragati Milk Products Pvt. Ltd.

manufacturing plant for ice-cream & baked products

61.82

1,045

Food, Beverage & Allied Sectors

Chandanpur, Tangi-Choudwar, Cuttack

10

Agape Marine Products Private Limited

shrimp processing unit with annual capacity of 9360 MT

51.24

350

Food, Beverage & Allied Sectors

Seafood Park, Deras, Khordha

11

Mahanadi Coalfields Limited (MCL)

50 MW (AC)/ 75 MW (DC) Ground Mounted Solar Power plant (CPP)

297.61

40

Power & Renewable Energy

Balangir

12

Odisha Power Generation Corporation Limited (OPGCL)

50 MW (AC)/ 61 MW (DC) Ground Mounted Captive Solar Power plant

215.00

120

Power & Renewable Energy

Jharsuguda

13

Koli Commercial LLP

PFT (Private Freight Terminal) under Gati Shakti Multi Modal Terminal scheme

61.83

255

Infrastructure

Sundergarh

14

Vimla Infrastructure (India) Pvt Ltd

PFT (Private Freight Terminal) under Gati Shakti Multi Modal Terminal scheme

70.32

380

Infrastructure

Sundergarh

15

Nirbhaya Green Product Private Limited

Maize processing unit

205.00

300

Agro& Food Processing

IDCO Industrial Area near Komna,Nuapada

16

Coastal Biotech Private Limited

Modern rice mill (Backward Integration for their ethanol project)

51.12

185

Agro& Food Processing

Paralakhemundi, Gajapati

17

Krupalu Kunja

Compressed Bio Gas & Fermented organic manure plant with annual capacity 46,000 MT

73.25

138

Chemical/ Renewable Energy

Jajpur

18

Mayfair Hotels & Resorts Ltd

Convention Centre along with 20 Guest Rooms

51.25

120

Tourism

Jagatsinghpur

19

Super Sonic Logistics Private Limited

Steel processing unit

105.00

216

Steel Downstream

Kalinga Nagar, Jajpur

 

 

Total

3,663

13,663

   

 

0
0
0
s2sdefault