ପଦ୍ମପୁର :- ଜମରତଳା ଗ୍ରାମପଞ୍ଚାୟତ ସ୍ଥିତ ଫାଇପ୍ ଟି ସ୍କୁଲ ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦହିଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୩ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ରାଜେଶ ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ସର୍ବପ୍ରଥମେ ଜମରତଲା ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ ଓ ସରସ୍ବତୀ ବନ୍ଦନା ପରେ, କ୍ଲଷ୍ଟର ସଂଯୋଜକ ସଞ୍ଜୟ ପଟେଲ ଓ ସହକାରୀ ଶିକ୍ଷକ ରୂପଧର ନାୟକ, ରାଜେନ୍ଦ୍ର ମହାନ୍ତିଙ୍କ ସମ୍ପାଦନାରେ ସଂଗୀତ, ନୃତ୍ୟ, ମିଲେଟ, କୁଇଜ, ତର୍କ, ବକ୍ତୃତା, ଚିତ୍ରାଙ୍କନ, ଜୁନିଅର ଓ ସିନିଅର ଗ୍ରୁପ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ନୃତ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ବିରିପାଲି ପ୍ରଥମ, ଜମରତଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଓ ଦହିଗାଁ ହାଇସ୍କୁଲ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ l ପ୍ରତ୍ୟେକ ବିଭାଗର କୃତି ପ୍ରତିଯୋଗୀ ମାନଙ୍କୁ ଅବସରପ୍ରାପ୍ତ ଶିକ୍ଷକ ସୁରେଶ ସାହୁ ଓ ଜଳଧର ବିଶ୍ୱାଳ ଯଥାକ୍ରମେ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ପୁରସ୍କୃତ କରିଥିଲେ l କ୍ଲଷ୍ଟର ସ୍ଥିତ ପ୍ରତ୍ୟେକ ବିଦ୍ୟାଳୟର ଛାତ୍ର ଛାତ୍ରୀ, ପ୍ରଧାନ ଶିକ୍ଷକ,ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ, ଅନୁଷ୍ଠିତ ପ୍ରତିଯୋଗିତା ଗୁଡିକର ବିଭିନ୍ନ ବିଭାଗର ଦାୟିତ୍ୱରେ ରହି ବିଚାରକ ଦାୟିତ୍ୱ ଓ ଅନ୍ୟାନ୍ୟ କାର୍ଯ୍ୟରେ ସହଯୋଗ କରିଥିଲେ l ଜମରତଲା ବିଦ୍ୟାଳୟର ସହକାରୀ ଶିକ୍ଷକ କୁଳମଣି ପ୍ରଧାନ, ଘନଶ୍ୟାମ ସାହୁ,ସାନନ୍ଦ ମହାନନ୍ଦ, ପ୍ରମୁଖ ସହଯୋଗ କରିଥିଲେ l ରଘୁନାଥ ପୁରୀ ଧନ୍ୟବାଦ ପ୍ରଦାନ କରିଥିଲେ l
ରାଜ୍ୟ
ଜମରତଲା ରେ କ୍ଳଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ l
- Hits: 240








