ହେଡଲାଇନସ୍:

ସାନ ଜଟିଆପାଲିରେ ନୂଆଁଖାଇ ଭେଟ ଘାଟ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁଚିଣ୍ଡା/ଅଜୟ ବାଘ :ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ସାନ ଜଟିଆ ପାଲି ଗ୍ରାମରେ ଷ୍ଟେପ ଅପ କ୍ଲବର ସଭାପତି ଦୀପା ମନୋହରୀ ଙ୍କ ସଭାପତିତ୍ବରେ ନୂଆଁଖାଇ ଭେଟ ଘାଟ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ନୂଆଖାଇର ଇତିହାସ, ପ୍ରକୃତି ପୂଜା ଓ ପଶ୍ଚିମ ଓଡ଼ିଶାର ସଂହତି ପାଇଁ ହେଉଥିବା ଉଦ୍ୟମ ସମ୍ପର୍କରେ ସୂଚନା ଦେଇଥିଲେ ।ସେ ତାଙ୍କ ବକ୍ତବ୍ୟରେ ସମ୍ବଲପୁରୀ ଭାଷା ଓ ସଂସ୍କୃତି ର ଉନ୍ନତି ପାଇଁ କଳାକାର ଗଣ ସଚେତନ ହେବାକୁ ଆହ୍ବାନ ଦେଇଥିଲେ । ଅତିଥି ଭାବରେ କୁଚିଣ୍ଡାର ଜିଲ୍ଲା ପରିଷଦ ସଭ୍ୟ ଅଜିତ ମହାପାତ୍ର, ପରୁଅଭାଡ଼ି ର ସମିତି ସଭ୍ୟା ଧ୍ରୁବ ଚରଣ ବେହେରା ଓ ସାମାଜିକ କର୍ମୀ ସରୋଜ ମେହେର ଅତିଥି ଭାବରେ ଯୋଗ ଦେଇଥିଲେ କାର୍ଯ୍ୟକ୍ରମ ଟିକୁ ଅମୃଦ ବାଦି ସଂଯୋଜନା କରିଥିଲେ ।ଶେଷରେ ସମ୍ପାଦକ ଲକ୍ଷ୍ମୀ ବାଦି ଧନ୍ୟବାଦ ଅର୍ପଣ କରିଥିଲେ ।ଏହା ପରେ ବିଭିନ୍ନ ନାଚ,ଗୀତ ମାଧ୍ୟମରେ ଉପସ୍ଥିତ ସହସ୍ରାଧିକ ଦର୍ଶକ,ଦର୍ଷିକା ଙ୍କୁ ଝୁମିବାକୁ ବାଧ୍ୟ କରିଥିଲା ।

0
0
0
s2sdefault