-
ପବିତ୍ର ଗଣେଶ ପୂଜା ଓ ମହାନ୍ ଗଣପର୍ବ ନୁଆଁଖାଇ ଅବସର ରେ ରକ୍ତଦାନ ଶିବିର
-
ଦୁଇ ଗୋଟି ଶିବିର ରୁ 106 ୟୁନିଟ ରକ୍ତ ସଂଗ୍ରହ
ବରଗଡ :- ଆଜି ସୋହେଲା ବ୍ଲକ ଅନ୍ତର୍ଗତ କନାପାଳି ଠାରେ ଆୟୋଜିତ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ରେ ରକ୍ତଦାନ ଶିବିର ର ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ସିଂହ ଯୋଗଦେଇ ଶୁଭ ଉଦଘାଟନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୁପେ ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର , ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ, ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଦିବ୍ୟକିଶୋର୍ ପ୍ରଧାନ, ଜିଲ୍ଲା ପରିଷଦ ଶ୍ରୀମତୀ ରୋଜୀ ନାୟକ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ସୁବ୍ରତ କୁମାର ବେହେରା,ଜୀବନ ବିନ୍ଦୁ ଜିଲ୍ଲା ସହ ସଂଯୋଜକ ଶ୍ରୀ ଅଶ୍ଵିନୀ ତ୍ରୀପାଠୀ,ଶ୍ରୀ ତରଣୀ ପ୍ରଧାନ, ଅଧ୍ୟାପକ ଶ୍ରୀ ଅକ୍ଷୟ ପ୍ରଧାନ, ଶ୍ରୀ ପଣ୍ଡିତ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।। ଏହି ଶିବିରରେ ସର୍ବମୋଟ ୩୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।
ସେହିଭଳି ପବିତ୍ର ଗଣେଶ ପୂଜା ଓ ପଶ୍ଚିମ ଓଡିଶା ର ମହାନ ଗଣପର୍ବ ନୁଆଁଖାଇ ଅବସରରେ ସାହ୍ଲେପାଲି ଯୁବ ଗୋଷ୍ଠୀ ଓ ନିଷ୍ଠା ପରିବାର ର ମିଳିତ ଉଦ୍ୟମ ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସାହ୍ଲେପାଲି ଗ୍ରାମ ର ଉପର ପଡା କଲ୍ୟାଣ ମଣ୍ଡପ, ଠାରେ ଅନୁଷ୍ଠିତ ହୋଇଥିଲା।ପଶ୍ଚିମ ଓଡିଶା ର ମହାନ ଗଣପର୍ବ ନୁଆଁଖାଇ କୁ ଏକ ନିଆରା ଢଙ୍ଗ ରେ ପାଳନ କରିଥିଲେ ପୁରା ଗ୍ରାମବାସୀ।ଗ୍ରାମବାସୀ ମିଶି ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜନ କରିଥିଲେ। ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ ଚାଷୀ ନେତା ରମେଶ ମହାପାତ୍ର ଯୋଗ ଦେଇ ଶିବିର ର ଶୁଭାରମ୍ଭ କରିଥିଲେ।ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ୍ #୭୫ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର ରେ ଚାରି ଜଣ ମହିଳା ରକ୍ତ ଦାତା ଙ୍କ ସମେତ ପାଞ୍ଚ ଯୋଡ଼ା ଦମ୍ପତ୍ତି ମଧ୍ଯ ରକ୍ତ ଦାନ କରିଥିଲେ। ରକ୍ତ ଦାନ ଶିବିର ଆୟୋଜନ ପାଇଁ ନିଷ୍ଠା ପରିବାର ତରଫ ରୁ ସାହ୍ଲେପାଲି ଯୁବ ଗୋଷ୍ଠୀ ଓ ଗ୍ରାମବାସୀ ଙ୍କୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଶିବିର କୁ ସାହ୍ଲେପାଲି ଗ୍ରାମ ର ଯୁବ ଗୋଷ୍ଠୀ ର ସୁନିଲ କୁମାର ବାରିକ, ଗୋପାଳ ସାହୁ, ଭୋଜରାଜ ଭୋଇ, ବାଳମୁକୁନ୍ଦ ଭୋଇ,ଡାକ୍ତର ପ୍ରଧାନ, ଉତ୍ତର ପ୍ରଧାନ , ଗ୍ରାମବାସୀ ଓ ନିଷ୍ଠା ପରିବାର ର ସଦସ୍ୟ ମାନେ ପରିଚାଳନା କରିଥିଲେ। ରକ୍ତ ଦାନ କରିଥିବା ସମସ୍ତ ରକ୍ତ ଦାତା ଓ ସହଯୋଗୀ ବନ୍ଧୁ ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।








