ବରଗଡ଼ ଜିଲ୍ଲାରେ ଏହା ସର୍ଵ ବୃହତ ଚଢ଼ାଉ
ବରଗଡ :- ଗୋଟିଏ ନୁହେଁ ଦୁଇଟି ନୁହେଁ ..ପାଞ୍ଚ କିମ୍ବା 10 ଗୋଟି ନୁହେ..... ସୂଚନା ମୁତାବକ ଏକା ସାଙ୍ଗରେ ଜିଲ୍ଲାର ପ୍ରାୟ 80 ଗୋଟି ସ୍ଥାନରେ କେନ୍ଦ୍ରୀୟ ଆୟକର ବିଭାଗ ର ଏକ ବିରାଟ ଟିମ ଚଢ଼ାଉ ଜାରି ରଖିଛି । ଆଜି ସକାଳୁ ଆରମ୍ଭ ହୋଇଥିବା ଏହି ଚଢ଼ାଉ ବର୍ତ୍ତମାନ ସୁଦ୍ଧା ଜାରି ରହିଛି ।
ବରଗଡ଼ ଜିଲ୍ଲାରେ ଆଜି କେନ୍ଦ୍ରୀୟ ଆୟକର ବିଭାଗର ବଡ଼ ଧରଣର ଚଢ଼ାଉ ଜାରିରହିଛି l ବରଗଡ଼ ଜିଲ୍ଲାର ପାଖାପାଖି 80 ଗୋଟି ସ୍ଥାନରେ କେନ୍ଦ୍ରୀୟ ଆୟକର ବିଭାଗର ଏକ କାଳିନ ଚଢ଼ାଉ ଜାରିରହିଛି l ଆୟକର କୁନେଇ ବ୍ୟାପକ ମାତ୍ରାରେ ଠକେଇ ହୋଇଥିବା ଅଭିଯୋଗରେ ଆଜି ବରଗଡ଼ ସୋହେଲା ରୋଡ଼ ସ୍ଥିତ ବାଳଗୋପାଳ ଅଏଲ ମିଲ ମାଲିକଙ୍କ ଘରେ ଓ ତାଙ୍କ ଫାର୍ମ ହାଉସରେ ଚଢ଼ାଉ କରିବା ସହିତ ବାଳଗୋପାଳ ମିଲ ମାଲିକଙ୍କ ସହିତ ଲିଙ୍କ ରେ ଥିବା ସମସ୍ତଙ୍କ ଘରେ ଓ ବ୍ୟବସାୟିକ ସ୍ଥଳିରେ ଆୟକର ବିଭାଗ ଚଢ଼ାଉକରିଛି l
ବରଗଡ଼ ମହାନ୍ତି ପଡ଼ା ସ୍ଥିତ ଗଜାନନ କମ୍ଲେକ୍ସ ରେ, ମାଁ ଶ୍ୟାମା ଏନକ୍ଳେଭର 105 ନମ୍ବର ଘରେ ରିଏଲ ଇଷ୍ଟେଡ଼ କାରବାର କରୁଥିବା ବରଗଡ଼ର ବଡ଼ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଘର ଓ ଭିନ୍ନ ଭିନ୍ନ ସ୍ଥାନରେ ଲିଙ୍କ ରହିଥିବା ସମୁଦାୟ 80 ଗୋଟି ସ୍ଥାନରେ ଆୟକର ବିଭାଗର ଏହି ଚଢ଼ାଉ କରାଯାଇଛି l ତେବେ ଓମ ପଂସାରୀ, ଅନିଲ ଆଗ୍ରୱାଲ, ସୁବାଷ କର, ଏପରି ଅନେକ ବ୍ୟାବସାୟିଙ୍କ ଘରେ, ଅଫିସ ଓ ଦୋକାନରେ କେନ୍ଦ୍ରୀୟ ଆୟକର ବିଭାଗର ପୂର୍ବ ଯୋଜନା ମୁତାବକ ଏକାକାଳୀନ ଚଢ଼ାଉ କରାଯାଇଥିଲା l ଆଗକୁ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବାକୁ ଥିବାବେଲେ ନିର୍ବାଚନ ଘୋଷଣା ପୂର୍ବରୁ ଏପରି ବଡ଼ ବ୍ୟବସାୟୀଙ୍କ ଉପରେ କେନ୍ଦ୍ରୀୟ ଆୟକର ଟିମର ଏପରି ଧରଣର ଚଢ଼ାଉ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି l
ତେବେ କେନ୍ଦ୍ରୀୟ ଆୟକର ବିଭାଗର 80 ଗୋଟି ସ୍ଥାନରେ ହୋଇଥିବା ଚଢ଼ାଉର ସମସ୍ତ ପ୍ରକ୍ରିୟା ଶେଷ ହୋଇ ତଦନ୍ତ ଶେଷ ହେଲା ପରେ ଯାଇ ଆୟକର ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବ ବୋଲି ବିଭାଗୀୟ ଅଧିକରି ଜଣାଇଥିଲେ l









