ହେଡଲାଇନସ୍:

ପୂର୍ବ ଶତୃତା ରୁ ଯୁବକ ଙ୍କୁ ସଂଘବଦ୍ଧ ଭାବେ ହତ୍ୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶେରଗଡ: ଶେରଗଡ ଥାନା ବନ୍ଧାଗୁଡା ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ପୁର ଗ୍ରାମରେ ଜଣେ ଯୁବକ ଙ୍କୁ ହତ୍ୟା କରାଯାଈଥିବା ଦେଖିବାକୁ ମିଳିଛି। ଘଟଣା କ୍ରମେ, ଶେରଗଡ ଥାନା ବନ୍ଧାଗୁଡା ପଞ୍ଚାୟତ ଲକ୍ଷ୍ମୀ ନୃସିଂହ ପୁର ଗ୍ରାମର ସ୍ବର୍ଗତ ଡମ୍ବରୁ ଗୌଡ ଙ୍କ ପୁତ୍ର ସୂର୍ଯ୍ୟ ଗୌଡ ଙ୍କୁ ଆଜି ସକାଳେ ଗ୍ରାମ ନିକଟସ୍ଥ ଜଙ୍ଗଲ କୁ ଝାଡା ଯାଈଥିଲେ। ଶୌଚ ହୋଇ ଫେରିବା ସମୟରେ ଜଙ୍ଗଲ ନିକଟସ୍ଥ ପାହାଡ଼ ପାଖରେ ପୂର୍ବରୁ ଛପି ରହିଥିବା ଦୁର୍ବୃତ୍ତ ମାନେ ସଂଘବଦ୍ଧ ହୋଇ ଅତର୍କିତ ଭାବେ ଖଣ୍ଡା,କାତି,ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ, ଫଳରେ ଘଟଣାସ୍ଥଳରେ ସୂର୍ଯ୍ୟ ଙ୍କ ମୃତ୍ୟୁ ଘଟିଥିଲା। ସୂର୍ଯ୍ୟ ଙ୍କ ଶବ କୁ ପାହାଡ ପାଖରେ ପାଣି ଫୁଲ ଥିବା ଏକ ଗାତରେ ପକାଇ ଚାଲି ଯାଈଥିଲେ। ଗୁରୁତର ଭାବି ସୂର୍ଯ୍ୟ ଙ୍କ ଶବ କୁ ଅଗ୍ନିଶମ ବାହିନୀ ଦ୍ଵାରା ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଶେରଗଡ ପୋଲିସ ପହଞ୍ଚି ଶବ କୁ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ପଠାଇଛନ୍ତି। ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଆସିକା ଏସଡିପିଓ ଉମାଶଙ୍କର ସିଂହ, ପାଟପୁର ଥାନାଧିକାରୀ ସବ୍ୟସାଚୀ ମଲ୍ଲ ପ୍ରମୁଖ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

0
0
0
s2sdefault