ହେଡଲାଇନସ୍:

ଚିକାଗୋରେ ଇଣ୍ଟରନ୍ୟାସନାଲ ଓମ୍ଯାନ ଅଫ୍ ଦି ଇୟର ପୁରସ୍କାରରେ ଶଲ୍ଲୁ ଜିନ୍ଦଲ ସମ୍ମାନିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଆମେରିକାର ଚିକାଗୋଠାରେ ଭାରତୀୟ ଦୂତାବାସର ସହଯୋଗରେ ଡିଟ୍ରାଇବଲ୍ସ ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ସ୍ବଦେଶୀ ମେଲା ଇଣ୍ଡିଆନ ଆମେରିକାନ ଟ୍ରେଡ ଫେୟାରରେ ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍ ଶ୍ରୀମତୀ ଶାଲୁ ଜିନ୍ଦଲଙ୍କୁ ଇଣ୍ଟରନ୍ୟାସନାଲ ଓମ୍ଯାନ ଅଫ୍ ଦି ଇୟର  ପୁରସ୍କାରରେ ସମ୍ମାନିତ କରାଯାଇଛି । ଓଡିଶା, ଛତିଶଗଡ ଓ ଝାଡଖଣ୍ଡର ଗ୍ରାମାଞ୍ଚଳ ତଥା ଆଦିବାସୀ ଅଞ୍ଚଳରେ ୧୦ ନିୟୁତ ଲୋକଙ୍କ ବିକାଶ ନିମନ୍ତେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଚିକାଗୋରେ ଥିବା ଭାରତ ଦୂତାବାସର କନସୁଲ୍ ଜେନେରାଲ୍ ଶ୍ରୀ ସୋମନାଥ ଘୋଷ ମୁଖ୍ୟ ଅତିଥି ଭାବରେ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହରେ ଯୋଗ ଦେଇଥିଲେ।

ଏହି ସମ୍ମାନଜନକ ପ୍ରଶଂସା ପାଇବା ପରେ ଶ୍ରୀମତୀ ଜିନ୍ଦଲ କୃତଜ୍ଞତା ଜଣାଇବା ସହ ଭାରତରେ ଲୋକଙ୍କ ଜୀବନ ଶୈଳୀକୁ ଆହୁରି ସମୃଦ୍ଧ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । "ଏହି ପୁରସ୍କାର ପାଇଥିବାରୁ ମୁଁ ନିଜକୁ ଗୌରବାନ୍ୱିତ ମାନେ କରୁଛି । ଏହି ପୁରସ୍କାର ଟିମ୍ ଜେଏସପି ଫାଉଣ୍ଡେସନର ସାମୂହିକ ପ୍ରୟାସର ଏକ ସ୍ୱୀକୃତି । ଆମ ଦେଶ ତଥା ସମଗ୍ର ବିଶ୍ୱରେ ବଞ୍ଚିତ ତଥା ସାମାଜିକର ଦୁର୍ବଳ ବର୍ଗଙ୍କ ଉଜ୍ଜ୍ୱଳ ତଥା ଅଧିକ ଅନ୍ତର୍ଭୂକ୍ତୀ ଭବିଷ୍ୟତ ସୃଷ୍ଟି କରିବାକୁ ଆମର ପ୍ରଚେଷ୍ଠା ଜାରି ରହିବ ।

ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍ ଭାବରେ ଶ୍ରୀମତୀ ଜିନ୍ଦଲ ବିଭିନ୍ନ ମୁଖ୍ୟତଃ ଛତିଶଗଡ, ଓଡିଶା ଓ ଝାଡଖଣ୍ଡ ଏବଂ ଭାରତର ଅନ୍ୟାନ୍ୟ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ ଏବଂ ମହିଳା ସଶକ୍ତିକରଣ ଏବଂ ସାମାଜିକ ଅନ୍ତର୍ଭୂକ୍ତିକରଣ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ କରି ଆସୁଛନ୍ତି ।

ତାଙ୍କର ସାମାଜିକ ବିକାଶ ପ୍ରୟାସ ଗୁଡିକ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ଛୁଇଁ ପାରିବା ସହିତ ଅନେକଙ୍କ ପାଇଁ ପ୍ରେରଣାଦାୟୀ ହୋଇ ପାରିଛି ।

ସାମାଜିକ ବିକାଶ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ବ୍ୟତୀତ ଶ୍ରୀମତୀ ଜିନ୍ଦଲ ଜଣେ ବିଶ୍ୱ ସ୍ତରୀୟ କୁଚିପୁଡି ନୃତ୍ୟାଙ୍ଗନା ଭାବେ ବେଶ୍‌ ଜଣାଶୁଣା । ସେ ସାରା ବିଶ୍ୱରେ ଭାରତୀୟ ନୃତ୍ୟ ଏବଂ ସଂସ୍କୃତିର ପ୍ରଚାର ଓ ପ୍ରସାର ନିମନ୍ତେ ମଧ୍ୟ କାର୍ଯ୍ୟ କରିଛନ୍ତି । ଏହା ସହିତ ସେ ନ୍ୟାସନାଲ ବାଲ ଭବନର ଚେୟାରପର୍ସନ୍ ତଥା ୟଙ୍ଗ ଫିକିର ପ୍ରତିଷ୍ଠାତା ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ସେ ଛତିଶଗଡର ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ କାର୍ଯ୍ୟ କରୁଛନ୍ତି । ସେ ସିଏସଆର ଟାଇମ୍ସ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ, ଲଣ୍ଡନରେ ଗୋଲଡେନ ପିକକ ପୁରସ୍କାର, ମହାତ୍ମା ଗାନ୍ଧୀ ପୁରସ୍କାର ଏବଂ ସିଙ୍ଗାପୁରର ସିଏମଓ ଏସିଆରୁ ଏକଲବ୍ୟ ପୁରସ୍କାର ସମେତ ଅନେକ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।

0
0
0
s2sdefault