କୁଚିଣ୍ଡା:- (ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଟାଉନ ହଲ ଠାରେ ଆଜିଏକ ନିର୍ବାଚନ ମଣ୍ଡଳୀ ସ୍ତରୀୟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ରକ୍ତ ଅଭାବ କୁ ଦୂରକରିବା ପାଇଁ କୁଚିଣ୍ଡା ଟାଉନ ହଲ ଠାରେ ସମ୍ବଲପୁର ଜୋନ ବିଜୁ ଯୁବ ଜନତା ଦଳ ସାଧାରଣ ସମ୍ପାଦକ ପ୍ରତାପ ଶର୍ମା ଓ ବିକାଶ ସାହୁ ଙ୍କ ନେତୃତ୍ୱରେ ଆୟୋଜିତ ରକ୍ତଦାନ ଶିବିର କୁ ବିଜେଡ଼ି ବରିଷ୍ଠ ନେତା ତଥା ପୂର୍ବତନ ଏସ.ଡି.ଏ ଅଧ୍ୟକ୍ଷ ବିଜୟ ମହାନ୍ତି ଉଦଘାଟନ କରିଥିଲେ। ଏହି ରକ୍ତଦାନ ଶିବିରରେ କୁଚିଣ୍ଡା ନିର୍ବାଚନ ମଣ୍ଡଳୀର କୁଚିଣ୍ଡା, ଜମନକିରା, ବାମରା ବ୍ଲକ ର ବରିଷ୍ଠ ନେତୃବର୍ଗ, ଲୋକ ପ୍ରତିନିଧି, ବିଜେଡ଼ି ପଦାଧିକାରୀ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ କୁଚିଣ୍ଡା ଏନ୍ଏସି ର ଅଧ୍ୟକ୍ଷ ପ୍ରଦ୍ୟୁତ ମହାନ୍ତି, କେନ୍ଦୁଲିଭ ୱେଲଫ୍ୟାର ବୋର୍ଡ ଉପଦେଷ୍ଟା ସଂଜୀବ ମହାନ୍ତି, ସ୍ବତନ୍ତ୍ର ଉନ୍ନୟନ ଅଧ୍ୟକ୍ଷ ଶୋଭାରାମ ପ୍ରଧାନ, କୁଚିଣ୍ଡା ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିସାନ, ସମାଜସେବୀ ସୁବାସ ଚନ୍ଦ୍ର ନାୟକ,ବାମରା ବ୍ଲକ ର ପୂର୍ବ ଅଧ୍ୟକ୍ଷ ପ୍ରଦୀପ ମିଶ୍ର, ଜମନକିରା ପୂର୍ବତନ ବ୍ଲକ ଅଧ୍ୟକ୍ଷା ପଦ୍ମାବତୀ କିଷାନ, ପୂର୍ବତନ କୁଚିଣ୍ଡା ବ୍ଲକ ସଭାପତି କୀର୍ତ୍ତନ ସେନାପତି, ପୂର୍ବତନ ଜମନକିରା ବ୍ଲକ ସଭାପତି ଭୁବନେଶ୍ୱର ଦିୱେଦୀ, ସଞ୍ଜୀବ ସାହୁ, ଯୁବ ଜୋନ ସଭାପତି ଦେବାଶିଷ ପରିଡ଼ା, ପୂର୍ବତନ ନିର୍ବାଚନ ମଣ୍ଡଳୀ ସଭାପତି ଗଗନ ଶର୍ମା, ମହେନ୍ଦ୍ର ବାଘ, ପୂର୍ବତନ ଲ୍ୟାମ୍ପ ସଭାପତି ମନୋରଂଜନ ଭୋଇ,କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସମ୍ପାଦକ ମହମ୍ମଦ ମୂର୍ତ୍ତୁଜା, ଆଦି ମହାକୁଲ, ଛାତ୍ର ବିଜେଡ଼ି ସଭାପତି ଅଭିଳାଷ ଅଗ୍ରୱାଲ, ଏନ୍ଏସି ଯୁବ ସଭାପତି ବିଜୁ ସାହୁ, ବ୍ଲକ ଯୁବ ସଭାପତି ମିଳନ ନାୟକ, ସରପଞ୍ଚ ରଥିକାନ୍ତ କିଶାନ, ସୁରେଶ ବିଶ୍ଵଂଜି, ଧିରେନ ଶର୍ମା, ବିଶ୍ଵନାଥ ବାଗ, ବରଦା ଶର୍ମା, ତନୟ ମହାପାତ୍ର, ବିଶାଳ କାଣ୍ଡୁଲାନା, ପ୍ରକାଶ ପଟେଲ, ବାବୁନି ମହାନ୍ତି, କୁମୁଦିନୀ ବେହେରା, କିଶୋର ଦେହୁରୀ, ଲଲିନି ମହାନ୍ତି, ସନ୍ତୋଷ ବେହେରା, ମିରାଜ୍ ମଲ୍ଲିକ, କାଉନସିଲର ରାଜେଶ ସାହୁ, ଆଫ୍ରୋଜ ଖାନ, ଅତୁଲ ଅଗ୍ରୱାଲ, ଅର୍ୟନ ବହିଦାର, ଲଳିତ ଅଗ୍ରୱାଲ, ଟିଙ୍କୁ ଶର୍ମା, ଲକ୍ଷ୍ମୀ ବିନ୍ଧାଣି, ମିଲନ ପଲେଇ, ପୁଷ୍ପକେତୁ ଦେଓ, ସୁଶିଲ ପ୍ରସାଦ, ସୁନିଲ ଖଣ୍ଡେଲୱାଲ, ମଣ୍ଟୁ ମହାନ୍ତି, ସ୍ଵାଧୀନ ପଣ୍ଡା, ଛାତ୍ର ବିଜେଡ଼ି ଜିଲ୍ଲା ଉପ ସଭାପତି ସୁମିତ ପଟେଲ, ଜୋନ ଉପସଭାପତି ଦେବ ଜ୍ୟୋତି ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ଚୁମନ ପ୍ରଧାନ, ସୁଜାତା ନାୟକ, ସୁସ୍ମିତା ନାୟକ ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିର ରେ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।
ରାଜ୍ୟ
କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ସ୍ତରୀୟ ରକ୍ତଦାନ ଶିବିର
- Hits: 702








