ହେଡଲାଇନସ୍:

ଦୈନନ୍ଦିନ ପୋଷଣଯୁକ୍ତ ଖାଦ୍ୟ ତାଲିକାରେ ଡାକ୍ତରଙ୍କ ପ୍ରଥମ ପସନ୍ଦ ମିଲେଟ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଏହା ଏମିତି ଏକ ସମୟ, ଯେତେବେଳେ ଖାଦ୍ୟ ହିଁ ଉତ୍ତମ ସ୍ୱାସ୍ଥ୍ୟର ନିର୍ଣ୍ଣୟ କରେ ସେତେବେଳେ ମିଲେଟ୍ ହିଁ ଉଭାହୁଏ ପୁଷ୍ଟିର ଚାମ୍ପିଅନ୍ ଭାବରେ । ସିନ୍ଧୁ ସଭ୍ୟତାର ଅନୁସନ୍ଧାନରୁ ଜଣା ପଡ଼ିଛି ଯେ, ଖ୍ରୀ.ପୂ. ୩୦୦୦ରୁ ମିଲେଟ୍ ଖାଦ୍ୟର ଏକ ମୁଖ୍ୟ ଉପାଦାନ ଭାବରେ ସାମିଲ ହୋଇଛି । ଆଦିମ ଉଦ୍ଭିଦମାନଙ୍କ ମଧ୍ୟରୁ ଏହି ପ୍ରାଚୀନ ଶସ୍ୟ ମିଲେଟ୍କୁ ରକ୍ଷଣାବେକ୍ଷଣ ପାଇଁ ଚୟନ କରାଯାଇଥିଲା । ଏବେ ୧୩୧ଟି ଦେଶରେ ଏହା ଏକ ଉଲ୍ଲେଖନୀୟ ସ୍ଥାନ ଗ୍ରହଣ କରିଛି । ଏସିଆ ଏବଂ ଆଫି୍ରକାର ୫୯୦ ନିୟୁତରୁ ଅଧିକ ଲୋକ ମିଲେଟ ବ୍ୟବହାର କରି ପୁନର୍ବାର ଏହାର ସାଂସ୍କୃତିକ ଏବଂ ପୁଷ୍ଟିର ମହତ୍ତ୍ୱକୁ ଲୋକଲୋଚନକୁ ଆଣି ପାରିଛନ୍ତି ।
ଭାରତରେ ମୁଖ୍ୟତଃ ୫ ପ୍ରକାର ମିଲେଟର ଉତ୍ପାଦନ କରାଯାଉଛି: ଯଥା- ଜହ୍ନା, ରାଗି, ବାଜରା, ସୁଅାଁ, କୁଦ । ମିଲେଟରେ ଭରପୂର ହୋଇ ରହିଥିବା ପୁଷ୍ଟିର ବିବିଧତା ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି; ଯେଉଁଥିପାଇଁ ମିଳିତ ଜାତିସଙ୍ଘ ପକ୍ଷରୁ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ଘୋଷଣା କରାଯାଇଛି । ଭାରତର ଦ୍ୱାରା ପ୍ରସ୍ତାବିତ ଏହି ଘୋଷଣାନାମା ମିଲେଟଗୁଡ଼ିକର ସ୍ଥାୟୀ ଏବଂ ସ୍ୱାସ୍ଥ୍ୟ ଉପାଦେୟଗୁଣକୁ ପ୍ରତିପାଦିତ କରିଛି ।
ବାରିପଦା ପିଆରଏମ ମେଡିକାଲ କଲେଜର ପ୍ରଫେସର ଡା. ଗୀତାଞ୍ଜଳି ସେଠୀ ମିଲେଟର ପ୍ରଶଂସା କରି କହିଛନ୍ତି, “ମିଲେଟ ଫାଇବରରେ ଭରପୂର, ସ୍ୱାସ୍ଥ୍ୟ ପାଇଁ ହିତକର ଏବଂ କୋÂକାଠିନ୍ୟକୁ ଦୂର କରିଥାଏ । ଏହା ପ୍ରୋଟିନର ଉତ୍ସ ଭାବରେ ଜଣାଶୁଣା । ଏହା ଗ୍ଲୁଟେନ ଫି୍ର ଖାଦ୍ୟ ଖୋଜୁଥିବା ଲୋକମାନଙ୍କ ପାଇଁ ଉତ୍ତମ ଭୋଜନ ଅଟେ । ଗହମ ଓ ଚାଉଳ ଭଳି ନିତିଦିନିଆ ଖାଦ୍ୟରେ ଆମକୁ ଯେଉଁ ଭିଟାମିନ ମିଳେ ମିଲେଟରୁ ତାହାଠାରୁ ଯଥେଷ୍ଟ ଅଧିକ ପରିମାଣରେ ମିଳିଥାଏ । ମିଲେଟରେ କ୍ୟାଲସିୟମ, ଫସଫରସ ଏବଂ ଆଇରନ୍ ଭଳି ଗୁରୁତ୍ୱପୂର୍ଣ୍ଣ ମିନେରାଲ୍ସ ଏବଂ ଭିଟାମିନ୍ ରହିଛି ଯାହା ହାଡ଼କୁ ମଜଭୁତ କରେ ଓ ରକ୍ତହୀନତାର ଆଶଙ୍କା ଦୂରକରେ । ମିଲେଟରେ ଦ୍ରବୀଭୂତ ଭିଟାମିନ୍, ଫ୍ୟାଟି ଏସିଡ୍, କାରୋଟିନ୍ଏଡ ଆଦିରେ ପରିପୂର୍ଣ୍ଣ ହୋଇଥିବାରୁ ଏହା ସ୍ୱାସ୍ଥ୍ୟ ସଚେତନ ଲୋକଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି ବୋଲି କହିବା ସହିତ ପ୍ରଫେସର ସେଠୀ ମିଲେଟକୁ ପୁଷ୍ଟିକର ଖାଦ୍ୟର ପାୱାର ହାଉସ ବୋଲି ଗୁରୁତ୍ୱାରୋପ କରିଛନ୍ତି ।
ମିଲେଟ କେବଳ ବିଭିନ୍ନ ରୋଗ ବିରୋଧରେ ଏକ ପ୍ରତିଷେଧକ ବ୍ୟବସ୍ଥା ନୁହେଁ, ଏହା ଉଚ୍ଚରକ୍ତଚାପ, ମଧୁମେହ, କରୋନାରି ଧମନୀ ରୋଗ ଏବଂ ମେଦବହୁଳତା ଆଦି ପାଇଁ ମହୌଷଧୀ ଅଟେ । ଔଷଧ ଓ ଶାରୀରିକ ବ୍ୟାୟାମ ସହିତ ମିଲେଟ ଖାଇଲେ ଶରୀର ସୁସ୍ଥ ରହିବା ସହିତ ଶକ୍ତିପ୍ରାପ୍ତ ହୋଇଥାଏ ।
ରାଗିର ପୁଷ୍ଟି-ସମୃଦ୍ଧଗୁଣ ଉପରେ ଆଲୋକପାତ କରି ଏମପିସି ମେଡିକାଲ କଲେଜର ମାଇକ୍ରୋବାୟୋଲଜିର ସହକାରୀ ପ୍ରଫେସର ଡକ୍ଟର ଇନ୍ଦ୍ରମଣି ତି୍ରପାଠୀ କହିଛନ୍ତି, “କ୍ୟାଲସିୟମ, ପ୍ରୋଟିନ୍, ଭିଟାମିନ-ଇ, ପଲିଫେନାଲ ଏବଂ ଡାଏଟାରି ଫାଇବର ପରି ପୁଷ୍ଟିକର ଖାଦ୍ୟ ସହିତ ରାଗି ଶରୀରକୁ ଅନନ୍ୟ ପୁଷ୍ଟି ଯୋଗାଇଥାଏ । ଏଥିରେ ଗ୍ଲାଇସେମିକ୍ ଇଣ୍ଡେକ୍ସ କମ୍ ଥିବାରୁ ଏହା ମଧୁମେହ ରୋଗୀଙ୍କ ପାଇଁ ସୁଫଳ ଆଣି ଦେବା ସହିତ କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିଥାଏ । ଏହା ମହିଳା, ଶିଶୁ ତଥା ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଏକ ଉତ୍ତମ ଖାଦ୍ୟଶୃଙ୍ଖଳା ସୃଷ୍ଟି କରିଥାଏ । ସେଥିଲାଗି ଡକ୍ଟର ତି୍ରପାଠୀ ରାଗିକୁ ସୁପରଫୁଡ୍ ପର୍ଯ୍ୟାୟଭୁକ୍ତ କରିଛନ୍ତି ।
ଡାକ୍ତର ଅଶୋକ କୁମାର ଜେନାଙ୍କ ଅନୁସାରେ, ମିଲେଟ ଅଧିକ ଶକ୍ତିଶାଳୀ । ଏଥିରେ ଲୌହ, ଫସଫରସ ସହିତ ପ୍ରଚୁର ମିନେରାଲ୍ସ ରହିଛି । ଜୁନାଗଡ଼ ପିଏଚସିର ବରିÂ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଭଗବାନ ପଣ୍ଡା କହିଛନ୍ତି ଯେ, ତିନି ଗ୍ଲାସ କ୍ଷୀରରୁ ଯେତିକି ପୁଷ୍ଟି ମିଳେ ସେତିକି ପରିମାଣ ପୁଷ୍ଟି ମାତ୍ର ଗୋଟିଏ ଗ୍ଲାସ ରାଗିରେ ମିଳିପାରିଥାଏ ।
ଆଜିର ଆଧୁନିକ ଜୀବନଶୈଳୀ ସମୃଦ୍ଧ ପୃଥିବୀରେ ମିଲେଟ ସ୍ୱାସ୍ଥ୍ୟ, ଶକ୍ତିର ଏକ ଆଲୋକିତ ଉତ୍ସ । ଆସନ୍ତାକାଲିର ପୃଥିବୀକୁ ଅଧିକ ସ୍ୱାସ୍ଥ୍ୟ ସମୃଦ୍ଧ କରିବା ପାଇଁ ଆମକୁ ଆଜି ଏହି ଆଲୋକକୁ ଆପଣେଇବାକୁ ପଡ଼ିବ ।

0
0
0
s2sdefault