ହେଡଲାଇନସ୍:

ମୋ ଘର ଯୋଜନାରେ ଟଙ୍କା ମାଗୁଥିବା ଅଭିଯୋଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଟଣାଗଡ଼, (ଯତୀନ୍ଦ୍ର ନନ୍ଦ ) ସରକାର ଗରିବ ଲୋକଙ୍କୁ ଆବାସ ଗୃହ ଯୋଗାଇ ଦେବାକୁ ମୋ ଘର ଯୋଜନା କାର୍ଯ୍ୟକାରୀ କରି ଯୋଗାଇ ଦେଉଥିବା ବେଳେ କିନ୍ତୁ ବିଭାଗୀୟ ଅଧିକାରୀ ମାନେ ଲୁଣ୍ଠନ କରୁଥିବାର ଅଭିଯୋଗ ହେଉଛି l ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକରେ ବିପିଏ ଭାବେ କାର୍ଯ୍ୟରତ ଥିବା ପ୍ରିୟମ୍ବଦା ପ୍ରଧାନ ମୋ ଘର ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ଟଙ୍କା ମାଗୁଥିବାର ଅଭିଯୋଗ ହୋଇଛି l ଆଜି ଅନେକ ଗୁଡ଼ିଏ ହିତାଧିକାରୀ ଏ ସମ୍ପର୍କରେ ବେଲପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭିକ୍ଟୋର ସୋରେଙ୍ଗ କୁ ଏକ ଲିଖିତ ଅଭିଯୋଗରେ ଜଣାଇଛନ୍ତି।ଅଭିଯୋଗ ପତ୍ରରେ ଗତଥର ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି କରିଥିବାର ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ଏଣୁ ବଲାଙ୍ଗୀର ଜିଲ୍ଲାପାଲ ନିଯେ ଏହି ଘଟଣାର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି l

0
0
0
s2sdefault