ହେଡଲାଇନସ୍:

ବାଃ ସଞ୍ଜିତା ଦିଦି ବାଃ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆଶା ଦିଦି ହେବତ ଏମିତି |ଯେଉଁଠି ମୋଟା ଅଙ୍କର ଦରମା ନେଇ ସରକାରୀ କର୍ମଚାରୀ ମାନଙ୍କ ଆନ୍ତରିକତା ନଥିବାର ଦେଖିବାକୁ ମିଳୁଥିବା ବେଳେ ଏଠି ଜଣେ ସାଧାରଣ ସ୍ୱଳ୍ପ ବେତନଧାରୀ ମହିଳା ନିଜ କର୍ମକୁ ସମାଜ ସେବାରେ ନିୟୋଜିତ କରିପାରିଛନ୍ତି ସେ ହେଉଛନ୍ତି ଆଶା ଦିଦି ସଞ୍ଜିତା ନାଏକ |ଏହି ଖବର ଦେଖିଲାପରେ ଆପଣ ମଧ୍ୟ ପ୍ରଶଂସା କରି କହିବେ ୱା ଆଶା ଦିଦି ହେବ ତ ଏମିତି


ରାୟଗଡା ରୁ ବୈକୁଣ୍ଠ ଦୁରିଆ -ଆଶାର କିରଣ ଆଶା ଦିଦି ସଞ୍ଜିତା ନାଏକ |ବିପଦ ସଙ୍କୁଳ ଅବସ୍ତାରେ ନଦୀ ପାର ହୋଇ ସଚେତନ କରଉଛନ୍ତି| ସଞ୍ଜିତାଙ୍କ ରହିଛି ଘର ସଂସାର | ହେଲେ କର୍ମହିଁ ତାଙ୍କ ସଂସାର |ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କୋଡ଼ିପାରି ପଞ୍ଚାୟତ ଝୋଡ଼ିପଦର ଗ୍ରାମର ଆଶା ଦିଦି ସଞ୍ଜିତା ନାଏକଙ୍କୁ ଖାଲି ଆଶା ଦିଦି କହିଲେ ଭୁଲ ହେବ ସେ ଜଣେ ଦୁର୍ଗମ ବଣପାହାଡ଼ ଇଲାକାର ମାଆ ମାଟି ପାଈଁ ସମର୍ପିତ ଜଣେ ଜାଗ୍ରତ ପହରୀ |ଯେଉଁ ଇଲାକାକୁ ଆମ୍ବୁଲାନ୍ସ ପହଞ୍ଚିପାରେ ନାହିଁ ସେଠି ପ୍ରତିଦିନ ସେବା ପହଞ୍ଚେଇଥାନ୍ତି |ଆଶା ଦିଦିଙ୍କୁ ଦେଖିଲେ ଲୋକଙ୍କ ମୁହଁରେ ହସ ଫୁଟେ ସେ ହେଉଛନ୍ତି ସଞ୍ଜିତା ନାଏକ |
ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ଗ୍ରାମ ମାନଙ୍କୁ ଆମ୍ବୁଲାନ୍ସ ପହଞ୍ଚିବା କଷ୍ଟ ସାଧ୍ୟ ସେହି ଉପାନ୍ତ ଅଞ୍ଚଳ ମାନଙ୍କୁ ଆଶା ଦିଦି ମାନେ ସାଧାରଣତଃ ଗ୍ରାମାଞ୍ଚଳରେ ପହଞ୍ଚି ସେବା ଯୋଗାଇଦେଇଥାନ୍ତି |ନେଟୱର୍କ ନଥିଲେ ମଧ୍ୟ ଆମ୍ବୁଲାନ୍ସ ପାଈଁ ପାହାଡ଼ ଚଢି ନେଟୱର୍କ ଖୋଜି ଆମ୍ବୁଲାନ୍ସ କୁ ଯୋଗାଯୋଗ କରନ୍ତି  ନଦୀ ନାଳ ମଧ୍ୟ ପାରି ହେବା ପାଈଁ ସମସ୍ତ ଉଦ୍ୟମ କରି କିପରି ସୁରକ୍ଷିତରେ ଡାକ୍ତର ଖାନା କୁ ରୋଗୀ ପହଁଚିବେ ପ୍ରାଣପଣେ ଚେଷ୍ଟା କରିଥାନ୍ତି ସେହିପରି ଦିଦି ହେଉଛନ୍ତି ସଞ୍ଜିତା ନାଏକ କରୋନା ମହାମାରୀ ହେଉ ବା ହଇଜା ସମୟରେ ମଧ୍ୟ ତାଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ଅଞ୍ଚଳ ବାସି ମତପ୍ରକାସ କରିଛନ୍ତି |ସଞ୍ଜିତା ଏହି କିଛିଦିନ ତଳେ ଅଡ଼ଜାଲ ଗ୍ରାମକୁ ଯିବାକୁ ହେଲେ ଏକ ନଦୀ ପାର ହୋଇଯାଆନ୍ତି ଏହି ପରି ଦୃଶ୍ୟ ମଧ୍ୟ କିଛି ଦିନ ତଳେ ଜଣେ ଗର୍ଭବତୀ ମହିଳାଙ୍କୁ ନଦୀ ପାର କରି ଆଣିବା ସମୟରେ ନଦୀ କୂଳରେ ଗର୍ଭପାତ ହୋଇ ଦୁଇଟି ସନ୍ତାନ ଜନ୍ମ ହୋଇଥିବାର ଦେଖିବାକୁ ମିଳିଥିଲା |କିନ୍ତୁ ତାଙ୍କ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ନଦୀ ବଢ଼ି ତାଙ୍କ ସ୍ୱାମୀଗଙ୍ଗାଧର ଙ୍କ ସହଯୋଗରେ ନଦୀ ପାର ହୋଇ ଅଡଜାଲ ଗ୍ରାମକୁ ଯାଇ ସେବା ପହଞ୍ଚେଇବା ଯାହା ସମସ୍ତଙ୍କୁ ଚକିତ କରିଥିଲା |
ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ ଏ କ୍ଷେତ୍ରରେ ସଞ୍ଜିତାଙ୍କ ଠାରୁ ଆଉ ବଡ଼ ଉଦାହରଣ କଣ ବା ହୋଇପାରେ |ସମାଜକୁ ସୁସ୍ଥ ରଖିବା ନିମନ୍ତେ ଆଶାଦିଦିଙ୍କ ଏଭଳି ମହାନ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି |

0
0
0
s2sdefault