ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ନୂତନ ମୁଖ୍ୟ କାର୍ଯ୍ୟାଳୟ ସୌଧର ଶିଳାନ୍ୟାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ନୂତନ ମୁଖ୍ୟ କାର୍ଯ୍ୟାଳୟ ସୌଧ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତିା ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ୧୯୫୮ ମସିହାରେ ପ୍ରତିଷ୍ଠିତ ହୋଇଥିଲାା ଏହି ନିଗମ ରାଜ୍ୟର ୩୦ଟି ଜିଲ୍ଲାର ୬୮ଟି ସ୍ଥାନରେ ମୋଟ ୫,୨୧,୪୦୦ ମେଟ୍ରିକ ଟନ କ୍ଷମତାବିଶିଷ୍ଟ ଗୋଦାମଘର ପରିଚାଳନା କରି ମୁଖ୍ୟତଃ କୃଷିଜାତ ଦ୍ରବ୍ୟର ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ ଓ ସୁଷମ ବଣ୍ଟନର ଆନୁଷଙ୍ଗିକ ବ୍ୟବସ୍ଥାକୁ ସହାୟତା ଯୋଗାଇଥାଏା ଭୁବନେଶ୍ୱରସ୍ଥିତ ପ୍ଲଟ ନମ୍ବର-୨, କଟକ ରୋଡର ଏକ ପ୍ରମୁଖ ସ୍ଥାନରେ ଅବସ୍ଥିତ ଥିବା ନିଗମର ମୁଖ୍ୟ କାର୍ଯ୍ୟାଳୟ ପଣ୍ୟାଗାରଗୁଡିକର ସମସ୍ତ ବ୍ୟବସାୟିକ କାର୍ଯ୍ୟକୁ ପରିଚାଳନା କରିଥାଏା
ନିଗମର ବ୍ୟବସାୟିକ ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ ଏହାର କାର୍ଯ୍ୟ ପରିସରର ଆବଶ୍ୟକତାକୁ ପୂରଣ କରିବା ପାଇଁ ମୌଳିକ ସୁବିଧାଯୁକ୍ତ ଭିତ୍ତିଭୂମି ସୃଷ୍ଟି ନିମନ୍ତେ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଏକ ନୂତନ ୪ ମହଲା ବିଶିଷ୍ଟ ଅଫିସ nildimg ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛିା ୧୯ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର ନିର୍ମାଣ ଦାୟିତ୍ୱ ଇଡକୋ, ଭୁବନେଶ୍ୱରକୁ
ଦିଆଯାଇଛିା କର୍ପୋରେଟ ଅଫିସର କାର୍ଯ୍ୟ ପାଇଁ ଗ୍ରାଉଣ୍ଡ ଓ ପ୍ରଥମ ମହଲା (୧୪,୨୦୮ ବର୍ଗଫୁଟ ) ବ୍ୟବହାର କରାଯିବ ଓ ଦ୍ୱିତୀୟ ଓ ତୃତୀୟ ମହଲା (୧୯,୧୯୭ ବର୍ଗଫୁଟ) ଭଡାସୂତ୍ରରେ ଅନ୍ୟ ସଂସ୍ଥାମାନଙ୍କୁ ଦିଆଯିବ ଯେଉଁଥିରୁ ବହୁ ପରିମାଣର ରାଜସ୍ୱ ମିଳିପାରିବା ଏହି ଅଟ୍ଟାଳିକାଟି କାର୍ଯ୍ୟକ୍ଷେତ୍ରର ଆବଶ୍ୟକତା ଅନୁଯାୟୀ ନିଗମର ଅଧ୍ୟକ୍ଷ, ପରିଚାଳନା ନିର୍ଦ୍ଦେଶକ, ଅନ୍ୟାନ୍ୟ ଅଧିକାରୀ ଏବଂ ସହକାରୀ କର୍ମଚାରୀମାନଙ୍କୁ ଉତ୍ତମ ପରିବେଶ ଯୋଗାଇବା ସଙ୍ଗେ ସଙ୍ଗେ ଅଭ୍ୟର୍ଥନା କକ୍ଷ, ନିର୍ଦ୍ଦେଶକମଣ୍ଡଳୀ ପ୍ରକୋଷ୍ଠ, ପରିଦର୍ଶକ ବିଶ୍ରାମ କକ୍ଷ ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇପାରିବା ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ୧୮ ମାସ ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଅଛିା
ଓଡିଶା ରାଜ୍ୟ ଯୋଗାଣ ନିଗମ ଓ ଭାରତୀୟ ଖାଦ୍ୟ ନିଗମ ମୁଖ୍ୟତଃ ପଣ୍ୟାଗାର ନିଗମର ଗୋଦାମଘରଗୁଡିକୁ ଖାଦ୍ୟଶସ୍ୟ ସଂରକ୍ଷଣ ପାଇଁ ବ୍ୟବହାର କରନ୍ତିା ଏତଦ୍ବ୍ୟତୀତ ନିଗମ ନାଫେଡ୍, ସ୍ୱତନ୍ତ୍ର ରିଲିଫ କମିଶନର, ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା, ମେକନ ଲିମିଟେଡ, ଓଡିଶା ଆଦିବାସୀ ଉନ୍ନୟନ ସମବାୟ ନିଗମ, ସାର କମ୍ପାନୀ ଓ ଅନ୍ୟାନ୍ୟ ବେସରକାରୀ ଜମାକାରୀଙ୍କର ବିଭିନ୍ନ ସାମଗ୍ରୀର ବୈଜ୍ଞାନିକ ସଂରକ୍ଷଣ ସୁବିଧା ଉପଲବ୍ଧ କରାଇଥାଏା
ଗୋଦାମଗୁଡିକର ଉପଯୁକ୍ତ ଉପଯୋଗ ଏବଂ ହିତାଧିକାରୀମାନଙ୍କୁ ଉନ୍ନତ ସେବା ପ୍ରଦାନ ଯୋଗୁଁ ନିଗମ କ୍ରମାଗତ ଭାବରେ ଲାଭ କରୁଅଛି ଏବଂ ଏହାର ଅଂଶୀଦାର ରାଜ୍ୟ ସରକାର ଓ କେନ୍ଦ୍ରୀୟ ପଣ୍ୟାଗାର ନିଗମକୁ ନିୟମିତ ଭାବରେ ଲାଭାଂଶ ପ୍ରଦାନ କରିଆସୁଛିା
ପଣ୍ୟାଗାରଗୁଡିକର ପରିଚାଳନା ଓ ଆନୁଷଙ୍ଗିକ କାର୍ଯ୍ୟକୁ କମ୍ପୁଟରୀକରଣ ମାଧ୍ୟମରେ ସ୍ୱଚ୍ଛ ଓ କ୍ରିୟାଶୀଳ କରିବାପାଇଁ ପଣ୍ୟାଗାର ପରିଚାଳନା କାର୍ଯ୍ୟ ସମାପନ (Warehouse Management Solution) ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଉଛିା ଏଥିପାଇଁ ନିଗମକୁ ସ୍କଚ୍ ଅର୍ଡର ଅଫ୍ ମେରିଟ୍-୨୦୨୨ରେ ସମ୍ମାନିତ କରାଯାଇଛିା
କେନ୍ଦ୍ର ସରକାର ଅଧିନସ୍ଥ ଗୋଦାମଗୃହ ବିକାଶ ଏବଂ ନିୟାମକ ପ୍ରାଧିକରଣ (ଘଉRଅ)ରେ ପଞ୍ଜୀକରଣ ପାଇଁ ଆବେଦନ କରାଯାଇଥିବା ୫୧ଟି ଗୋଦାମ ମଧ୍ୟରୁ ନିଗମର ୪୫ ଟି ଗୋଦାମ ପଞ୍ଜୀକୃତ ହୋଇଅଛିା ଗୋଦାମଗୁଡିକର ପଞ୍ଜୀକରଣ ବ୍ୟବସାୟିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ଏବଂ କୃଷକ / ଜମାକାରୀମାନେ ଗଚ୍ଛିତ ସାମଗ୍ରୀ ପାଇଁ ହସ୍ତାନ୍ତରଯୋଗ୍ୟ ପଣ୍ୟାଗାର ରସିଦ ମାଧ୍ୟମରେ ବ୍ୟାଙ୍କରୁ ଋଣର ସୁବିଧା ପାଇପାରିବୋ
ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ଆଗାମୀ ଦିନରେ ନିଜର କାର୍ଯ୍ୟକ୍ରମକୁ ପ୍ରସାରଣ ଓ ସଫଳ ରୂପାୟନ କରି କାର୍ଯ୍ୟକ୍ଷମ ପ୍ରକ୍ରିୟାର ସର୍ବୋଚ୍ଚ ମାନ୍ୟତାକୁ ସୁନିଶ୍ଚିତ କରିବା ସହିତ ପୃଷ୍ଠପୋଷକମାନଙ୍କର ଆବଶ୍ୟକତାକୁ ପୂରଣ କରିବା ପାଇଁ ଲକ୍ଷ୍ୟ ରଖିଅଛିା ଏହି କାର୍ଯ୍ୟକ୍ରମରେ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ଶ୍ରୀ ମହେନ୍ଦ୍ର କୁମାର ବଢେଇ ଏବଂ ପରିଚାଳନା ନିର୍ଦ୍ଦେଶକ ଗଣେଶ୍ୱର ଜେନା ପ୍ରମୁଖ ଉପସ୍ଥିତ ଥିଲୋ

0
0
0
s2sdefault