ହେଡଲାଇନସ୍:

ଟ୍ରାକ ଲାଇନ ବିଦ୍ୟୁତ ଖୁଣ୍ଟରେ ଅଜଣା ମୃତ ଦେହ ଉଦ୍ଧାର

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ନିକଟ କମ୍ପର ଛକ ରେଲୱେ ଟ୍ରାକ୍ ଏକ ବିଦ୍ୟୁତ୍ ଖୁଣ୍ଟରେ ଜଣେ ଅଜଣl ବ୍ୟକ୍ତିଙ୍କ ଝୁଲନ୍ତା ମୃତ୍ୟୁ ଦେହ ଦେଖିବାକୁ ମିଳିଛି |
ଖବର ପାଇ ଦରାଗୁଡ଼ା ପୋଲିସ୍ ଏସ.ଆଇ ଲଛମି ପରାଜା ଘଟଣା ସ୍ଥଳରେ ପହଞ୍ଚି ବିଦ୍ୟୁତ ଖୁଂଟରୁ ମୃତଦେହ ଉଦ୍ଧାର କରି କେସ ନ.03/23 ତଦନ୍ତ ଆରମ୍ଭ କରିଛନ୍ତି l ମୃତ ବ୍ୟକ୍ତି ଜଣକ ଉତ୍ତର ପ୍ରଦେଶର ଧର୍ମଜିତ (48) ଗ୍ରାମ -ମନବାସ ର ବୋଲି ଜଣାପଡ଼ିଛି। ସେ ଉତ୍କଳ ଆଲୁମିନା କମ୍ପାନୀ ଅଧୀନରେ କାର୍ଯ୍ୟ କରୁଥିବା ଏସଏସ୍ ଲିଗାଲ୍ କମ୍ପାନୀର ହାଉସ କିପର କାର୍ଯ୍ୟରତରେ ଥିଲେ ବୋଲି ଜଣାପଡିଛି। ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ପୋଲିସ ତଦନ୍ତ ଜାରି ରହିଛି।

0
0
0
s2sdefault