ହେଡଲାଇନସ୍:

ସରିଲା ନବମୀ ସନ୍ଧ୍ୟା ଦର୍ଶନ; ଆସନ୍ତାକାଲି ବାହୁଡ଼ା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ (ଅନିମେଶ ପଟ୍ଟନାୟକ): ତିନି ଠାକୁରଙ୍କ ନବଦିନାତ୍ମକ ଯାତ୍ରାର ଆଜି ଶେଷ ଦିନ । ନବମୀ ସନ୍ଧ୍ୟା ଦର୍ଶନକୁ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ କରିଛନ୍ତି । ଗୁଣ୍ଡିଚାଘରେ ନଅ ଦିନର ଲିଳାଖେଳା ପରେ ଆସନ୍ତାକାଲି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାବିଗ୍ରହ।

ଆଡ଼ପ ମଣ୍ଡପରେ ଆଜି ଭାଇ ଭଉଣୀଙ୍କ ଶେଷ ଦିନ । ସକାଳ ୭ଟାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଗହଳି ଲାଗିଛି ଶ୍ରୀକ୍ଷେତ୍ରରେ । ଦିନ ତମାମ ଶ୍ରୀବିଗ୍ରହମାନଙ୍କ ଦର୍ଶନ ଖୋଲା ରହିଥିବା ବେଳେ, ସନ୍ଧ୍ୟା, ୫ଟାରେ ଦର୍ଶନ ବନ୍ଦ ରହିଛି । ବାହୁଡ଼ାଯାତ୍ରାର ପ୍ରସ୍ତୁତି ପାଇଁ ଦର୍ଶନକୁ ବନ୍ଦ ରଖାଯାଇଛି ।

ସେପଟେ ବାହୁଡ଼ାଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ତିନି ରଥକୁ ଦକ୍ଷିଣମୋଡ଼ କରାଯାଇ ନାକଚଣା ଦ୍ବାର ସମ୍ମୁଖରେ ରଖାଯାଇଛି । ତିନି ରଥକୁ ଚାରିପଟୁ ପୋଲିସ ଜଗି ରହିଛନ୍ତି । ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ପାଇଁ ସ୍ଵତନ୍ତ୍ର ନୀତିକାନ୍ତି କରାଯାଇ ମଙ୍ଗଳବାର ବିଳମ୍ବିତ ରାତିରେ ଚାରମାଳ ଓ ସେନାପଟା ଲାଗି ନୀତି ସଂପନ୍ନ ହେବ। ଏହାପରେ ବୁଧବାର ସକାଳେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ପାଇଁ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ ହେବ।

0
0
0
s2sdefault