ହେଡଲାଇନସ୍:

ଗସ୍ତ ର ଦ୍ଵିତୀୟ ଦିନରେ ନୃସିଂହନାଥ ପୀଠରେ 5T ସଚିବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ନୃସିଂହନାଥ ଓ ଦେବଦର୍ହା ରେ ଆସନ୍ତା ଡିସେମ୍ବର ସୁଦ୍ଧା ସମାପ୍ତ ହେବ ପ୍ରଥମ ପର୍ଯ୍ୟାୟ ର କାମ :- 5T ସଚିବ

  • ପ୍ରବଳ ବର୍ଷା ସତ୍ୱେ ସଚିବ ଙ୍କୁ ଭେଟିବାକୁ ପ୍ରବଳ ଜନସମାଗମ

ବରଗଡ :- ଗତକାଲି ଓ ଆଜି ମୁଖ୍ୟମନ୍ତ୍ରୀ ଙ୍କର ବ୍ୟକ୍ତିଗତ ସଚିବ ତଥା 5T ସଚିବ ଶ୍ରୀ ଭି କେ ପାଣ୍ଡିୟାନ ଙ୍କର ବରଗଡ଼ ଜିଲ୍ଲା ଗସ୍ତ କାର୍ଯକ୍ରମ ରହିଥିଲା । ଗତ କାଲି 5T ସଚିବ ବରଗଡ଼ , ଅତାବିରା ତଥା ବରପାଲି ର ବିଭିନ୍ନ ଅଞ୍ଚଳ ଗସ୍ତ କରିଥିବା ବେଳେ ଆଜି ସକାଳୁ ପ୍ରଥମେ ସୋହେଲା ଓ ପରେ ଆମ୍ବଭନା ବ୍ଲକ ର କୁରୁମକେଲ ଗସ୍ତ କରିଥିଲେ । ଏହା ପରେ ଆମ୍ବାଭନାରୁ 5T ସଚିବ ସିଧା ପଦ୍ମପୁର ର ପାଇକମାଲ ଏମ ଇ ସ୍କୁଲ ହେଳିପେଡ ରେ ଅବତରଣ କରି ସିଧା ପାଇକମାଲ ହାଇ ସ୍କୁଲ କୁ ଯାଇଥିଲେ । ସ୍କୁଲ କୁ ପହଂଚିବା ପରେ ସ୍କୁଲ ଶିକ୍ଷକ ତଥା ଅଭିଭାବକ ମାନେ ସଚିବଙ୍କୁ ସ୍ୱାଗତ କରିଥିବା ବେଳେ , ଶ୍ରୀ ପାଣ୍ଡିୟାନ ସ୍କୁଲ ପରିସର ବୁଲିବା ସହିତ ଛାତ୍ରଛାତ୍ରୀ ମାନଙ୍କ ସହିତ ସ୍କୁଲରେ ହୋଇଥିବା ରୂପାନ୍ତରିକରଣ ଓ ପାଠପଢା ବାବଦରେ ପଚାରି ବୁଝିବା ସହିତ ସ୍କୁଲ ପାଇଁ ଆହୁରି କଣ ଅବଶ୍ୟଜ ବୋଲି ପଚାରି ବୁଝିଥିଲେ । ଏହାପରେ ଶ୍ରୀ ପାଣ୍ଡିୟାନ , ମହାନ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରି ( ବଡ ମାଁ ) ଙ୍କର ଦ୍ୱାର ସ୍ଥାପିତ କସ୍ତୁରବା ଗାନ୍ଧୀ ମାତୃନିକେତନ କୁ ଯାଇଥିଲେ । ସେଠାରେ ବଡ଼ ମାଁ ଙ୍କର ପ୍ରତିମୂର୍ତ୍ତି ରେ ପୁଷ୍ପ ଅର୍ପଣ କରିବା ପରେ ମାତୃନିକେତନ ର ଅନ୍ତେବାସୀ ତଥା କର୍ମକର୍ତ୍ତା ମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ସମୟରେ କର୍ମକର୍ତ୍ତା ମାନଙ୍କ ଦ୍ୱାରା 5T ସଚିବ ଶ୍ରୀ ପାଣ୍ଡିୟାନ ଙ୍କୁ ଏକ ଦରଖାସ୍ତ ପ୍ରଦାନ କରାଯାଇଥିଲା । ଦରଖାସ୍ତ ପଢିବା ପରେ 5T ସଚିବ ଆଶ୍ୱାସନା ଦେଇଥିଲେ ଯେ ତାଙ୍କର ଏହି ଦରଖାସ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ନିକଟରେ ଉପସ୍ଥାପନ କରି ଯଥାଶୀଘ୍ର ଲିଖିତ ଆବଶ୍ୟକତା ଗୁଡିକ ପୁରଣ କରିବାର ପ୍ରୟାସ ଜରିବେ ।
ଏହାପରେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଯିବା ସମୟରେ କିଛି ସମୟ ସେ ରାମଚଣ୍ଡୀ ମନ୍ଦିର ରେ ଅଟକି ଥିଲେ । ରାମଚଣ୍ଡୀ ମନ୍ଦିର ରୁ ବାହାରି 5 T ସଚିବ ନୃସିଂହନାଥ ମନ୍ଦିର କୁ ପହଂଚି ଥିଲେ । ମନ୍ଦିର ପରିସରରେ 5T ସଚିବ ଙ୍କୁ ଅଞ୍ଚଳ ବାସୀ ଙ୍କର ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହାପରେ 5T ସଚିବ ଶ୍ରୀ ପାଣ୍ଡିୟାନ ମହାପ୍ରଭୁ ଙ୍କର ମନ୍ଦିର ପରିସରରେ ଚାଲୁଥିବା କାର୍ଯ୍ୟ ର ତଦାରଖ କରିବା ସହିତ ମେପ ଦେଖି କାର୍ଯର ସମୀକ୍ଷା କରିଥିଲେ । ଏହାପରେ ସେ ଉପସ୍ଥିତ ପ୍ରାୟ ପାଞ୍ଚ ହଜାର ରୁ ଉର୍ଦ୍ଧ୍ବ ଜନସାଧାରଣ ଙ୍କୁ ସମ୍ବୋଧନ କରି ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ପରିସରରେ ଓ ଦେବଦର୍ହା ଠାରେ ହେଉଥିବା ଉନ୍ନୟନ ମୂଳକ ପ୍ରଥମ ପର୍ଯ୍ୟାୟ ର କାର୍ଯ୍ୟ ଅଶାନ୍ତ ଡିସେମ୍ବର ମାସ ସୁଦ୍ଧା ସମାପ୍ତ ହୋଇଯିବ ବୋଲି କହିଥିଲେ । ଏହା ସାହିତ ଆଜି ତାଙ୍କୁ ସ୍ଥାନୀୟ ଲୋକେ ଯେଉଁ ଦରଖାସ୍ତ ଦେଇଛନ୍ତି ସେ ସବୁ ଦରଖାସ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରି ଖୁବ ଶୀଘ୍ର ତାର ଉପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ପାଣ୍ଡିୟାନ କହିଥିଲେ ।
ଏହାପରେ ତ 5T ସଚିବ ପଦ୍ମପୁର ପହଞ୍ଚିଥିଲେ । ପ୍ରବଳ ବର୍ଷା ସତ୍ୱେ ପଦ୍ମପୁର ଠାରେ5T ସଚିବଙ୍କୁ ଭେଟିବା ପାଇଁ ପଦ୍ମପୁର ଓ ଆଖପାଖ ଅଞ୍ଚଳର ହଜାର ହଜାର ଲୋଜ ଉପସ୍ଥିତ ରହିଥିଲେ । ପଦ୍ମପୁର ରେ ମଧ୍ୟ 5T ସଚିବ ଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପଦ୍ମପୁର ରେ ସାଧାରଣ ଲୋକ ତଥା ଅନୁଷ୍ଠାନ ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଦରଖାସ୍ତ ଗୁଡିକ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଦୃଷ୍ଟି ଆକର୍ଷଣ କରି ଅତିଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଙ୍କର ବ୍ୟକ୍ତିଗତ ସଚିବ ତଥା 5T ସଚିବ କହିଥିଲେ ।

0
0
0
s2sdefault