ହେଡଲାଇନସ୍:

ବୁକୁରାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବୈଠକରେ ବିଧାୟିକାଙ୍କ ଯୋଗଦାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶିବାଶିଷ ପଟ୍ଟନାୟକ : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ଯାଣ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଛି l ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ସ୍ଵାସ୍ଥ୍ୟ ସେବା ଉପରେ ମେଡିକାଲ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ l ଏହା ସହିତ ନିୟମିତ ଡାକ୍ତର ମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିବା ପାଇଁ ପରାମର୍ଶ ଦେବା ସହିତ ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ପାଇଁ କହିଥିଲେ l ଏହି ରୋଗୀ କଲ୍ଯାଣ ସମିତି ବୈଠକରେ ବିଧାୟିକା ଶ୍ରୀମତୀ ବରିହାଙ୍କ ସହିତ ବରିଷ୍ଠ ବିଜେଡି ନେତା ହୃଦାନନ୍ଦ ବାରିକ, ପ୍ରଶାନ୍ତ ମହାନ୍ତି, ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସରଙ୍କ ସମେତ ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଉପସ୍ଥିତ ଥିଲେ l

0
0
0
s2sdefault