ହେଡଲାଇନସ୍:

ରଥଯାତ୍ରା ଅବସରରେ ପୁରୀରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ : ପବିତ୍ର ପୁରୀ ରଥଯାତ୍ରା-୨୦୨୩ ଅବସରରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତଙ୍କ ଦ୍ୱାରା ଆଜି ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି ।
ସ୍ଥାନୀୟ ଭୋଳାନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ସହିତ ଆୟୋଜିତ ଏହି ଫଟୋଚିତ୍ର ପ୍ରଦର୍ଶନୀରେ ଚନ୍ଦନ ଯାତ୍ରା ଠାରୁ ଆରମ୍ଭ କରି ଅଧରପଣା ପର୍ଯ୍ୟନ୍ତ ସମସ୍ତ ପ୍ରମୁଖ ନୀତି, ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ, ଭୋଗ ଓ ପର୍ବପର୍ବାଣି, ସମୟ ଚକ୍ରରେ ଶ୍ରୀମନ୍ଦିର ଏବଂ ବିଦେଶୀ ଓ ଭାରତୀୟ ମୁଦ୍ରାରେ ଶ୍ରୀମନ୍ଦିର ଆଦି ବିରଳ ଓ ଦୁର୍ଲ୍ଲଭ ଫଟୋ ପ୍ରଦର୍ଶିତ ହୋଇଛି । ତତ୍ ସହିତ, ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରମୁଖ ଜନହିତକର ଯୋଜନା ଓ ଉପଲବ୍ଧି, କୃଷି ବଜେଟ୍, ମୋ ଘର, ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କୁ ନଗଦ ଆକାରରେ ଅର୍ଥ ପ୍ରଦାନ, ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ରାଜ୍ୟ ସରକାରଙ୍କୁ ପ୍ରଦତ୍ତ ସମ୍ମାନ ସମ୍ପର୍କୀତ ତଥ୍ୟ ଓ ଫଟୋଚିତ୍ର ସ୍ଥାନିତ ହୋଇଛି । ଏଥି ସହିତ, ପ୍ରଦର୍ଶନୀ ମଣ୍ଡପର ବାହାର କାନ୍ଥରେ ନେତ୍ରୋତ୍ସବ ଠାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ନୀତି ନିର୍ଘଣ୍ଟର ସଂକ୍ଷିପ୍ତ ସୂଚନା ପ୍ରଦାନ କରାଯାଇଛି । ଏହି ପ୍ରଦର୍ଶନୀ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ସକାଳ ୧୦ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଖୋଲା ରହିବ ।
ପ୍ରଦର୍ଶନୀ ଉଦଘାଟନ ସମୟରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅମାତଙ୍କ ସହିତ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା, ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାସ, ଜଗତସିଂହପୁର ସାଂସଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ମାନ୍ୟବର ପୁରୀ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ, ମାନ୍ୟବର ସତ୍ୟବାଦୀ ବିଧାୟକ ଶ୍ରୀଯୁକ୍ତ ଉମାକାନ୍ତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟ ରଞ୍ଜନ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରଦର୍ଶନୀରେ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

0
0
0
s2sdefault