ହେଡଲାଇନସ୍:

ମଦନ ପ୍ରଧାନ ସାଂସଦ ଅପରାଜିତାଙ୍କ ବିଏମସି ପ୍ରତିନିଧି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,୧୯/୬- ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପାଇଁ ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କ ପ୍ରତିନିଧି ନିଯୁକ୍ତ କରିଛନ୍ତି । ବିଜେପି ଯୁବ ନେତା ପୁରୁଣା ଭୁବନେଶ୍ୱରର ମଦନ ମୋହନ ପ୍ରଧାନ(ପିଂଟୁ)ଙ୍କୁ ତାଙ୍କ ପ୍ରତିନିଧି ଭାବେ ନିଯୁକ୍ତି ଦେଇଛନ୍ତି । ଏନେଇ ସାଂସଦ ଶ୍ରୀମତି ଷଡ଼ଙ୍ଗୀ ବିଏମସି କମିସନରଙ୍କୁ ତାଙ୍କ ବିଜ୍ଞପ୍ତି ଚିଠି ପ୍ରଦାନ କରିଛନ୍ତି । ଏଣିକି ଶ୍ରୀ ପ୍ରଧାନ ସାଂସଦଙ୍କ ପ୍ରତିନିଧି ଭାବେ ବିଏମ୍ସି କର୍ପୋରେସନ୍ ବୈଠକରେ ସାମିଲ ହେବେ । ଶ୍ରୀ ପ୍ରଧାନ ପୂର୍ବରୁ ରାଜ୍ୟ କୃଷକ ମୋର୍ଚାର ରାଜ୍ୟ ସଂଯୋଜକ ଭାବେ ଓ ଭୁବନେଶ୍ୱର ଯୁବ ମୋର୍ଚାର ସଭାପତି ଭାବେ କାର୍ଯ୍ୟ ତୁଲାଇଥିଲେ । ଶ୍ରୀ ପ୍ରଧାନଙ୍କୁ ବିଜେପି କର୍ମକର୍ତାମାନେ ଶୁଭେଚ୍ଛା ଜଣାଉଛନ୍ତି ।

0
0
0
s2sdefault