ରକ୍ତ ଫେକ୍ଟ୍ରି କିମ୍ୱା ଲେବ ରେ ତିଆରି ହୁଏ ନାହିଁ :- ଯୁବ ରକ୍ତଦାତା
ବରଗଡ :- ରକ୍ତଦାନ ନିଶ୍ଚିତ ଭାବରେ ମହତ ଦାନ । କେବଳ ଜଣେ ଲୋକ ରକ୍ତଦାନ କରି ଜଣେ ଲୋକର ଜୀବନ ବଞ୍ଚେଇ ପାରିବ। ଆଜି ପାଇକମାଲ ଧର୍ମଶାଳା ଠାରେ ମାରୱାଡି ଯୁବାମଞ୍ଚ ପାଇକମାଲ ଶାଖା ଟରଫରୁ ଆୟୋଜିତ ରକ୍ତଦାନ ଶିବିରରେ ଯୋଗଦେଇଥିବା ରକ୍ତଦାତା ମାନଙ୍କ ମଧ୍ୟରେ ଅଧିକାଂଶ ଯୁବ ଓ ପ୍ରଥମ ଥର ରକ୍ତଦାନ କରୁଥିବା ଦାତା ରହିଥିଲେ । ମାରୱାଡି ଯୁବାମଞ୍ଚ ର ଅଧ୍ୟକ୍ଷ ଶ୍ରୀ ଆୟୁଷ କୁମାର , ସମ୍ପାଦକ ଶ୍ରୀ ବିବେକ କୁମାର ଅଗ୍ରୱାଲ , ତଥା ସମସ୍ତ ଜୁବାମଞ୍ଚ ଙ୍କର ପ୍ରଶ୍ୱାସ ରେ ଅୟୋଜିତ ଏହି ଶିବିର ରେ ମୁଖ୍ୟ ଅତିଥୀ ଭାବରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟିକା ବର୍ଷା ସିଂ ବରିହା ଯୋଗ ଦେଇ ଯୁବା ମଞ୍ଚ ର କାର୍ଯକର୍ତା ମାନଙ୍କ ପ୍ରୟାସ ଓ ସେବା କାର୍ୟ୍ଯ କୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଆହୁରି ଉତ୍ସାହ ର ସହିତ ସମାଜ ସେବା କରିବାକୁ କହିଥଲେ । ସମ୍ମାନିତ ଅତିଥି ଭାବରେ ପାଇକମାଲ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ , ମାରୱାଡି ସମାଜ , ମହିଳା ମଣ୍ଡଳ , ଲୟନ୍ସ କ୍ଲବ , ଙ୍କର ସହିତ ଅନେକ ବିଶିଷ୍ଟ ବ୍ୟକ୍ତି , ସ୍ଥାନୀୟ ସ୍ବେଚ୍ଛାସେବୀ ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଓ ଅୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଏହି ଶିବିର ଆରମ୍ଭ ପୂର୍ବରୁ ମାନ୍ୟବର ବିଧାୟିକା , ଯୁବା ମଞ୍ଚର ଅଫିସ କୁ ଅନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥଲେ ।












