ହେଡଲାଇନସ୍:

ଗୋତରା ବାଲୁଙ୍କେଶ୍ୱର ପୀଠରେ ରଜ ମହୋତ୍ସବ ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସଭ୍ୟତା, ସଂସ୍କୃତି କୁ ବଜାୟ ରଖିବା ପାଇଁ ଯୁବକ ମାନଙ୍କ ପ୍ରୟାସ ଅତ୍ୟନ୍ତ ଉଚ୍ଚକୋଟୀର- ମୁଖ୍ୟ ଅତିଥି l 

(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)- ମାହାଙ୍ଗା ବ୍ଲକ  ଗୋତରା ଗ୍ରାମପଂଚାୟତର ଗୋତରା ବାଲୁଙ୍କେଶ୍ୱର ମହାଦେବଙ୍କ ପୀଠରେ ରଜ ମହୋତ୍ସବ ଉଦଯାପିତ ହୋଇଯାଇଛି l ଵିଶିଷ୍ଠ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ଶଶୀଭୂଷଣ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଆଇଏଏସ ତ୍ରିଲୋଚନ ପ୍ରଧାନ , ମୁଖ୍ୟ ବକ୍ତା ଭାବେ "ଆମ ମାହାଙ୍ଗା" ର ଅଧ୍ୟକ୍ଷ ଡ଼ଃ ଅମରେନ୍ଦ୍ର ମହାନ୍ତି,  ସମ୍ମାନୀତ ଅତିଥି ଭାବେ ଉମର କାନାଡ଼ା ବ୍ୟାଙ୍କର ଭାରପ୍ରାପ୍ତ ଅଧିକାରୀ ସିଧାନ୍ତ ମହାପାତ୍ର, ଶିକ୍ଷାବିତ ଅକ୍ଷୟ କୁମାର ଷଡ଼ଙ୍ଗୀ, ନାଟ୍ୟକାର ଅଭୟ କୁମାର ଦାଶ, ବାଲୁଙ୍କେଶ୍ୱର ରଜ କମିଟିର ଅଧ୍ୟକ୍ଷ ସୁବ୍ରତ ଓ ଉପାଧ୍ୟକ୍ଷ ଦେବାଶିଷ ପ୍ରମୁଖ ଏହି କାଯ୍ୟକ୍ରମରେ ଯୋଗ ଦେଇଥିବାବେଳେ ଶିକ୍ଷାବିତ ପ୍ରଦ୍ୟୁମ୍ନ କୁମାର ବାରିକ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ ଅତିଥିମାନେ କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ l ଉଦଯାପନ ଦିବସରେ ଓଡ଼ିଆ ସିନେ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ଦମଦାର ଡ୍ୟାନ୍ସ,ନୃତ୍ୟ  ପରିବେଷଣ କରି ଦର୍ଶକ ମାନଙ୍କର ମନମୁଗ୍ଧ କରିଥିଲେ  l ମୁଖ୍ୟବକ୍ତା ଡ଼ଃ ମହାନ୍ତି ପ୍ରକୃତି ଓ ସଂସ୍କୃତିର ଅବକ୍ଷୟ ଓ ଅପଚୟ ହେଉଥିବାବେଳେ ଗୋତରା ଗ୍ରାମର ଯୁବକ,ଗ୍ରାମବାସୀ ଓ ରଜ କମିଟିର ସମସ୍ତ କର୍ମକର୍ତ୍ତା ମାନଙ୍କୁ ସଂସ୍କୃତିକୁ ବଞ୍ଚାଇ ରଖିବାର ପ୍ରୟାସକୁ ଭୂୟସୀ ପ୍ରସଂଶା କରିଥିଲେ l

0
0
0
s2sdefault