ହେଡଲାଇନସ୍:

"ମୁଖ୍ୟମନ୍ତ୍ରୀଙ୍କ ପିଏଙ୍କ ଉପରେ ମନ୍ତବ୍ୟ ଦେଲେ ବିଜେଡ଼ିକୁ ବାଧୁଛି କାହିଁକି"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେଡିର ସଦସ୍ୟତା ନେବା ଅପେକ୍ଷାରେ କି ବ୍ୟକ୍ତିଗତ ସହାୟକ ? : ସତ୍ୟବ୍ରତ ପଣ୍ଡା

  • o ସତ କହିଲେ ବିଜୁ ଜନତା ଦଳକୁ କଷ୍ଟ ହେଉଛି କାହିଁକି ?

  • o ଶାସନ ଲୋକାଭିମୁଖୀ ବୋଲି ଯେଉଁ ପ୍ରଯୋଜିତ କାର୍ଯକ୍ରମ ଚାଲିଛି, ତାହା ଜନ ପ୍ରତିନିଧିଙ୍କୁ ଏକ ନିର୍ଦ୍ଧିଷ୍ଟ ଅମଲାଙ୍କ ପାଖରେ କ୍ରୀତଦାସ କରିସାରିଲାଣି

  • o ନିଜ ନିଜ ବିଭାଗର ଘୋଷଣା କରିବା ଏବଂ ଘୋଷଣା ହୋଇ ସାରିଥିବା କାର୍ଯ୍ୟର ସମୀକ୍ଷା କରିବା ପାଇଁ କଣ ମନ୍ତ୍ରୀ ମଣ୍ଡଳର ସଦସ୍ୟ, ମୁଖ୍ୟ ଶାସନ ସଚିବ କିମ୍ବା ସେହି ବିଭାଗର ସଚିବ ଅଯୋଗ୍ୟ? ଏହା ଉପରେ ଓଡ଼ିଶାର ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ସତ କହିବେ କି?

  • o ଆଜି ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ବ୍ୟକ୍ତିଗତ ସହାୟକଙ୍କ କାର୍ଯ୍ୟକ୍ରମ ପାଇଁ ମଞ୍ଚ ବାନ୍ଧିବାରେ ସହଯୋଗ କରୁଛନ୍ତି । ବ୍ୟକ୍ତିଗତ ସଚିବ ଏକା ମଞ୍ଚରେ ଛିଡା ହୋଇ ଭାଷଣ ଦେଉଛନ୍ତି, ଏଥିରୁ ଜଣାପଡୁଛି ଓଡ଼ିଶାର ମୁଖ୍ୟମନ୍ତ୍ରୀ ସାମ୍ବିଧାନିକ ବ୍ୟବସ୍ଥାକୁ କେତେ ସମ୍ମାନ ଦେଉଛନ୍ତି ?

  • o ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରଶ୍ନର ସିଧା ଉତ୍ତର ନ ଦେଇ ବିଜେଡ଼ି ପ୍ରବକ୍ତା ବୁଲେଇ ବଙ୍କେଇ ଉତ୍ତର ଦେବା ସ୍ପଷ୍ଟ ହେଉଛି ଯେ ତାଙ୍କ ପାଖରେ କିଛି ଉତ୍ତର ନାହିଁ

  • o ବିଜେଡ଼ିର ନେତ୍ରୀ, ଯେ ନିର୍ବାଚନ ଲଢି ନାହାନ୍ତି, ତାଙ୍କୁ ତାଙ୍କ ଦଳ ପର୍ଯ୍ୟବେକ୍ଷକ କରିଛି । ତେଣୁ ପର୍ଯ୍ୟବେକ୍ଷକଙ୍କୁ ସାଂସଦ ଡରିବେ, ଏଭଳି କହିବା ଏକ ହାସ୍ୟାସ୍ପଦ କଥା ।

ଭୁବନେଶ୍ୱର- ଗଣତନ୍ତ୍ରରେ ଏକ ବିଧି ବ୍ୟବସ୍ଥା ଅଛି । ଯେଉଁ ବିଧି ବ୍ୟବସ୍ଥା ଆଧାରରେ ଆମେ ସମସ୍ତେ ବାନ୍ଧି ହୋଇଛନ୍ତି । ଆଉ ଏହାକୁ ଯିଏ ଉଲ୍ଲଂଘନ କରେ, ତାହା ଗଣତନ୍ତ୍ର ପାଇଁ ଶୁଭ ସୂଚନା ନୁହେଁ । ଓଡ଼ିଶାରେ ବିଧି ବ୍ୟବସ୍ଥାକୁ ନ ମାନିବା ଭଳି ଘଟଣା ଦେଖିବାକୁ ମିଳୁଛି । ସତ କହିଲେ ବିଜୁ ଜନତା ଦଳକୁ କଷ୍ଟ ହେଉଛି ବୋଲି ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ କହିଛନ୍ତି ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ।
ସୁଶାସନ ଦେବା ପାଇଁ ସମ୍ବିଧାନ ମୁତାବକ ଏକ ଶାସନ ତନ୍ତ୍ର ଅଛି । ଏଥିରେ ଜନ ପ୍ରତିନିଧି ମାନଙ୍କ ଭୂମିକା ସ୍ପଷ୍ଟ। ଶାସନ ଯଦି ସତରେ ଲୋକାଭିମୁଖୀ ହୋଇଥାନ୍ତା, ତେବେ ଲୋକ ପ୍ରତିନିଧି ଏଥିରେ ବଳିଷ୍ଠ ଭୂମିକା ନେଇଥାନ୍ତେ । କିନ୍ତୁ ଶାସନ ଲୋକାଭିମୁଖୀ ବୋଲି ଯେଉଁ ପ୍ରଯୋଜିତ କାର୍ଯକ୍ରମ ଚାଲିଛି, ତାହା ଜନ ପ୍ରତିନିଧିଙ୍କୁ ଏକ ନିର୍ଦ୍ଧିଷ୍ଟ ଅମଲାଙ୍କ ପାଖରେ କ୍ରୀତଦାସ କରିସାରିଲାଣି । ଗଣତନ୍ତ୍ରରେ ଏହା ଏକ ଭୟଙ୍କର ପରମ୍ପରା ସୃଷ୍ଟି କରୁଛି, ଯାହା ନିର୍ବାଚିତ ବିଧାୟକ, ବିଭାଗୀୟ ମନ୍ତ୍ରୀ, ସଚିବ, ଉନ୍ନୟନ ସଚିବ, ମୁଖ୍ୟ ସଚିବ ଆଦି ସାମ୍ବିଧାନିକ ପଦ ପଦବୀକୁ ନ୍ୟୁନ କରିଚାଲିଛି। ରାଜ୍ୟରେ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ଯେ ସମ୍ପୂର୍ଣ୍ଣ ଶାସନ ବ୍ୟବସ୍ଥା ନିଜସ୍ଵ ରୂପେ ସ୍ଥାଣୁ, ମୁକ,ବଧିର, ଆଉ କେବଳ ମାତ୍ର ଜଣେ ଅଧିକାରୀ କାର୍ଯ୍ୟରତ । ତାଙ୍କ ଇସାରା ପରେ ଶାସନ ବ୍ୟବସ୍ଥା ଯେପରି ଚାଲେ ,ଏପରିକି ନିର୍ବାଚିତ ମନ୍ତ୍ରୀ ଓ ବିଧାୟକ ମାନେ ମଧ୍ୟ ଆଜି ସଚିବଙ୍କ ଦ୍ୱାରା କ୍ଷମତାଚୁକ୍ତ ହୋଇସାରିଛନ୍ତି ।
ଆଜି ସରକାରୀ ଘୋଷଣା ବ୍ୟକ୍ତିଗତ ସହାୟକ ଘୋଷଣା କରିବେ । ନିଜ ନିଜ ବିଭାଗର ଘୋଷଣା କରିବା ଏବଂ ଘୋଷଣା ହୋଇ ସାରିଥିବା କାର୍ଯ୍ୟର ସମୀକ୍ଷା କରିବା ପାଇଁ କଣ ମନ୍ତ୍ରୀ ମଣ୍ଡଳର ସଦସ୍ୟ, ମୁଖ୍ୟ ଶାସନ ସଚିବ କିମ୍ବା ସେହି ବିଭାଗର ବ୍ୟକ୍ତିଗତ ସଚିବଙ୍କ ପାଖରେ ଯୋଗ୍ୟତା ନାହିଁ ? ଏହି କଥାକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡ଼ିଶାର ଜନସାଧାରଣଙ୍କୁ ସତ କୁହନ୍ତୁ, ମନ୍ତ୍ରୀ ମଣ୍ଡଳ ସଦସ୍ୟଙ୍କର ଘୋଷଣା କରିବାର ଯୋଗ୍ୟତା ଅଛି ନାହିଁ ? ଆଜି ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ବ୍ୟକ୍ତିଗତ ସହାୟକଙ୍କ କାର୍ଯ୍ୟକ୍ରମ ପାଇଁ ମଞ୍ଚ ବାନ୍ଧିବାରେ ସହଯୋଗ କରୁଛନ୍ତି । ବ୍ୟକ୍ତିଗତ ସଚିବ ଏକା ମଞ୍ଚରେ ଛିଡା ହୋଇ ଭାଷଣ ଦେଉଥିବା ଦେଖିବା ପାଇଁ ପଡୁଛି । ଏଥିରୁ ଜଣାପଡୁଛି ଓଡ଼ିଶାର ମୁଖ୍ୟମନ୍ତ୍ରୀ ସାମ୍ବିଧାନିକ ବ୍ୟବସ୍ଥାକୁ କେତେ ସମ୍ମାନ ଦେଉଛନ୍ତି ?
ଶ୍ରୀ ପଣ୍ଡା କହିଛନ୍ତି ଯେ, ସମ୍ପୂର୍ଣ୍ଣ ରାଜ୍ୟରେ, ସବୁ ବିଭାଗରେ, ଏମିତି ଏକ ଫର୍ମାଟ୍ ତିଆରି ହେଉଛି, ଯେଉଁଠି ସଫଳତା କେବଳ ବ୍ୟକ୍ତିଗତ ସଚିବଙ୍କର ଏବଂ ବିଫଳତା ମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କର । ଆଜି ଯେତେବେଳେ ପ୍ରବଳ ଗୁଳୁଗୁଳି ଓ ଭୀଷଣ ତାତି ସମୟରେ ଉତ୍କଟ ଶକ୍ତି ସମସ୍ୟା ଦେଖା ଦେଇଛି । ସେତେବେଳେ ବ୍ୟକ୍ତିଗତ ସଚିବଙ୍କ କୌଣସି ପ୍ରତିକ୍ରିୟା ନାହିଁ କି ସମାଧାନ ନାହି ।
ଗଣତନ୍ତ୍ରରେ ଉତ୍ତରଦାୟିତ୍ଵ ନିର୍ବାଚିତ ପ୍ରତିନିଧି ମାନଙ୍କର, ବିଦ୍ୟୁତ ବିଭ୍ରାଟ ପାଇଁ ଦାୟିତ୍ଵ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବଙ୍କର । ବ୍ୟକ୍ତିଗତ ସଚିବ ଏହି ଅକଥନୀୟ ବିଦ୍ୟୁତ ବିଭ୍ରାଟର ଦାୟିତ୍ଵ ନେଉଛନ୍ତି କି ? ଯାଜପୁରରେ ପାଚେରି ଭୁଷୁଡି ପଡୁଛି । ସୁନ୍ଦରଗଡରେ ନବନିର୍ମିତ ଷ୍ଟାଡିୟମରେ ମୂର୍ତ୍ତି ଭୁଷୁଡି ପଡୁଛି । ବାଲେଶ୍ଵରରେ ହାଇସ୍କୁଲ ଉଡିଯାଉଛି । ଓଡ଼ିଶାର ଜନ ସାଧାରଣ ଏସବୁ ଦେଖି ଓ ବୁଝି ପାରୁଛନ୍ତି ।
ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରଶ୍ନର ସିଧା ସିଧା ଉତ୍ତର ନ ଦେଇ ବିଜେଡ଼ି ପ୍ରବକ୍ତା ବୁଲେଇ ବଙ୍କେଇ ଉତ୍ତର ଦେବା ସ୍ପଷ୍ଟ ହେଉଛି ଯେ ତାଙ୍କ ପାଖରେ କିଛି ଉତ୍ତର ହିଁ ନାହିଁ । ଜଣେ ନେତ୍ରୀ ଲୋକଙ୍କ ଭୋଟରେ ସାଂସଦ ହୋଇଛନ୍ତି । ପର୍ଯ୍ୟବେକ୍ଷକ ଦଳ ତରଫରୁ ନିଯୁକ୍ତ ହୋଇଥାଏ । ବିଜେଡ଼ିର ନେତ୍ରୀ, ଯେ ନିର୍ବାଚନ ଲଢି ନାହାନ୍ତି, ତାଙ୍କୁ ତାଙ୍କ ଦଳ ପର୍ଯ୍ୟବେକ୍ଷକ କରିଛି । ତେଣୁ ପର୍ଯ୍ୟବେକ୍ଷକଙ୍କୁ ସାଂସଦ ଡରିବେ, ଏଭଳି କହିବା ଏକ ହାସ୍ୟାସ୍ପଦ କଥା ବୋଲି ବିଜେପି ପ୍ରବକ୍ତା କହିଛନ୍ତି ।

0
0
0
s2sdefault