ହେଡଲାଇନସ୍:

୫ଟି ସଚିବଙ୍କ ଘୁ.ଉଦୟଗିରି ଗସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ୫ଟି ସଚିବ ଭି. କେ.ପାଣ୍ଡିୟାନ ଆଜି ଦାରିଙ୍ଗବାଡିରୁ ଘୁ.ଉଦୟଗିରି ହେଲି କେପ୍ଟର ଯୋଗେ ଆସି ପହଞ୍ଚି ଥିଲେ I  ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟ ଖେଳ ପଡ଼ିଆରେ ଏକ ବିରାଟ ଶୋଭାର ଆୟୋଜନ ହୋଇଥିଲା I ପ୍ରଥମେ ହେଲିକେପ୍ଟରରୁ ମିନି ଷ୍ଟାଡିୟମ ରେ ଓଲ୍ହାଇଥିଲା I ତତ୍ପରେ ସ୍ଥାନୀୟ ସରକାରୀ ଅଧିକାରୀ ୫ଟି ସଚିବଙ୍କୁ ସଭା ସ୍ଥଳକୁ ପାଛୋଟି ଆଣିଥିଲେ I ଅଞ୍ଚଳର ବିଭିନ୍ନ ସ୍ଥାନରୁ ଆସିଥିବା ମହିଳାମାନେ ସଭା ସ୍ଥଳରେ ବସି ହୁଳହୁଳି ଓ ହାତ ଉପରକୁ ଉଠାଇ ୫ଟି ସଚିବଙ୍କୁ ସ୍ୱାଗତ ଜଣେଇଥିଲେ I ୫ଟି ସଚିବ ସଭା ସ୍ଥଳରେ ବସିଥିବା ମାଁ ଏବଂ ଜନ ସାଧାରଣଙ୍କ ପାଖକୁ ଯାଇ ସମସ୍ୟା ପଚାରି ବୁଝି ଥିଲେ I ଉପସ୍ଥିତ ମହିଳା ୫ଟି ସଚିବଙ୍କ ସହ ସେଲଫି ମଧ୍ୟ ନେଇ ଥିଲେ I ଏହି ସମୟରେ ଜନସାଧାରଣଙ୍କ ଠାରୁ ଲିଖିତ ଅଭିଯୋଗ ପତ୍ର ଓ ଦରଖାସ୍ତ ଗ୍ରହଣ କରିଥିଲେ I ଇତି ମଧ୍ୟରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା ୫ଟି ସଚିବ ଲୋକମାନଙ୍କ ସହ ମୋବାଇଲ ରେ ସେଲ୍ଫି ନେଉଥିବା ଖୁବ ଚର୍ଚ୍ଚା ହୋଇଥିଲା I ମଞ୍ଚ ଉପରକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ଏବଂ ଏସ.ଏଚ.ଜି ଗ୍ରୁପରୁ କିଭଳି ମାଁ ମାନେ ଏସ.ଏମ.ଇ ଗ୍ରୁପକୁ ଯିବେ ତାହା ଉପରେ ସଂକ୍ଷିପ୍ତ ଟିପ୍ପଣୀ ଦେଲେ I  ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ  ୬ କୋଟି ବ୍ୟୟରେ ବହୁତ ସୁନ୍ଦର ହୋଇଛି ବୋଲି କହିଲେ I ଶେଷରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ସ୍ମାର୍ଟ ବସ ଷ୍ଟାଣ୍ଡ, ବିଭିନ୍ନ ମନ୍ଦିର, ଚର୍ଚ୍ଚ, ମସଜିଦର ଉନ୍ନତିକରଣ, ବାଇପାସ ରୋଡ଼, ସିର୍କୀ ଇକୋ ପାର୍କ ଏବଂ କାଲିଗାଡୁ ହିଲ ଭିୟୁ ପଏଣ୍ଟଙ୍କୁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ କ୍ଷେତ୍ର ଭାବେ ସ୍ଥାନିତ କରାଯିବ ବୋଲି ପ୍ରତିଶୃତି ଦେଲେ I ଉପସ୍ଥିତ ଏସ.ଏଚ.ଜି ଗ୍ରୁପ ମାଁ ମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବଂ ବିଭିନ୍ନ ଜନ କଲ୍ୟାଣ ଯୋଜନା ଉପରେ ତିନିଗୋଟି ପ୍ରଶ୍ନ କରି ଥିଲେ ଏବଂ ମାଁ ମାନେ ସଠିକ ଉତ୍ତର ମଧ୍ୟ ରଖିଥିଲେ I ଆଜିର କାର୍ଯ୍ୟକ୍ରମ ରେ ଜିଲ୍ଲପାଳ ଆଶିଷ ଈଶ୍ୱର ପାଟିଲ  କନ୍ଧମାଳ ଏସ.ପି, ସ୍ଥାନୀୟ ବିଡିଓ, ଏନଏସି ନିର୍ବାହୀ ଅଧିକାରୀ, ସମସ୍ତ ସରକାରୀ ଅଧିକାରୀ, ରାଜନୈତିକ ଜନପ୍ରତିନିଧି, ଦମକଳ ବାହିନୀ ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ବାହିନୀ ମୁତୟନ ହୋଇଥିଲା I

0
0
0
s2sdefault