ହେଡଲାଇନସ୍:

"ପ୍ରଗତି" ମହିଳା ସଙ୍ଗଠନ ଆନୁକୁଲ୍ୟରେ ରଜ ଉତ୍ସବ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଉପକାରାଗାର ଠାରେ ପାରଳାର ଅଗ୍ରଣୀ ମହିଳା ଅନୁଷ୍ଠାନ "ପ୍ରଗତି" ଆନୁକୁଲ୍ୟରେ ଅନ୍ତେବାସୀଙ୍କ ଗହଣରେ ରଜଉତ୍ସବ ପାଳନ ହୋଇ ଯାଇଛି।
ଅନ୍ତେବାସୀ ଦ୍ଵାରା ତର୍କ , ନୃତ୍ୟ ,ଏକକ ଅଭିନୟ ଏବଂ କଣ୍ଠ ସଙ୍ଗୀତ ପ୍ରତିଯୋଗିତା ହୋଇଥିଲା । ଭାରତୀୟ ସଂସ୍କୃତି ଓ ପରମ୍ପରା ସଂପର୍କରେ ଅନୁଷ୍ଠାନର ସମ୍ପାଦିକା ତନୁଜା ଶତପଥୀ ବୁଝାଇ ଥଲେ। ଲିଙ୍ଗରାଜ ପାଣିଗ୍ରାହୀ , ଭାଗବତ ପାଢ଼ୀ ଙ୍କ ସହଯୋଗରେ ଉପକାରାଗାରରେ ରଜଉତ୍ସବ ସହ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।
ଅପରାହ୍ନରେ ସ୍ଥାନୀୟ ୟୁଟେକ କମ୍ପ୍ୟୁଟର ଏଡୁକେସନ କେନ୍ଦ୍ର ଠାରେ ରଜ ଉତ୍ସବ ସଭାନେତ୍ରୀ କଳ୍ପନା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଜେଲ ଅଧ୍ୟକ୍ଷ ହନୁ ସେଠୀ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ପଣ୍ଡିତ ନରସିଂହ ଗୌଡ଼ , ସମ୍ମାନିତ ଅତିଥି ଜେଲ ଉପାଧ୍ୟକ୍ଷ ପ୍ରଭାକର ସାହୁ , ହରିମୋହାନ ପଟ୍ଟନାୟକ ଯୋଗ ଦେଇ ଓଡ଼ିଶାର ସାଂସ୍କୃତିକ ପରମ୍ପରା ସମ୍ପର୍କରେ ବୁଝାଇ ଥିଲେ। ଲୋକନାଥ ମିଶ୍ର ସଂଯୋଜନା କରିଥିବା ବେଳେ ସବିତା ପଣ୍ଡିତ ସ୍ଵାଗତ ସମ୍ଭାଷଣ ଦେଇଥିଲେ।
ରଜ କୁଇନ , କାକରା ପ୍ରସ୍ତୁତି , ରଜ ନୃତ୍ୟ ପ୍ରତିଯୋଗିତା ମଧ୍ୟ ହୋଇଥିଲା। ସଭା ଶେଷରେ କାକରା ପିଠା ରଜ ପାନ ଉପସ୍ଥିତ ସମସ୍ତଙ୍କୁ ବଣ୍ଟନ କରାଯାଇ ଥିବା ବେଳେ ତ୍ରିପତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ମାନସୀ ପଣ୍ଡା , ପ୍ରଫୁଲ୍ଲ ବେବର୍ତ୍ତା , ଶରତ ଚନ୍ଦ୍ର ପ୍ରଧାନ , ସୌମ୍ୟରଞ୍ଜନ ଆଚାର୍ଯ୍ୟ , ସମୀର ମଣ୍ଡଳ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ। ସମସ୍ତ ଦୁଇଟି ପର୍ଯାୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ଶାଖା ର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା,ପରିକଳ୍ପନା ଏବଂ ପ୍ରୋଜଜନା କରିଥିଲେ।

0
0
0
s2sdefault